ETV Bharat / bharat

ସୁପ୍ରିମକୋର୍ଟରୁ କବିତାଙ୍କୁ ବଡ ଆଶ୍ବସ୍ତି, ନଭେମ୍ବର 20 ପର୍ଯ୍ୟନ୍ତ ଡାକି ପାରିବନି ED

author img

By ETV Bharat Odisha Team

Published : Sep 26, 2023, 3:38 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ନଭେମ୍ବର 20 ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନା ଏମଏଲସି କବିତାଙ୍କୁ ଡାକି ପାରିବନି ED । ସର୍ବୋଚ୍ଚ କୋର୍ଟରୁ ମିଳିଲା ଆଶ୍ବସ୍ତି । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରୁ କବିତାଙ୍କୁ ବଡ ଆଶ୍ବସ୍ତି, ନଭେମ୍ବର 20 ପର୍ଯ୍ୟନ୍ତ ଡାକି ପାରିବନି ED
ସୁପ୍ରିମକୋର୍ଟରୁ କବିତାଙ୍କୁ ବଡ ଆଶ୍ବସ୍ତି, ନଭେମ୍ବର 20 ପର୍ଯ୍ୟନ୍ତ ଡାକି ପାରିବନି ED

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ପଲିସି ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଏମଏଲସି କେ.କବିତାଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ନଭେମ୍ବର 20 ତାରିଖ ପର୍ଯ୍ୟନ୍ତ ତାଙ୍କୁ ସମନ ଜାରି ନକରିବାକୁ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ କବିତାଙ୍କୁ ହାଜର ହୋଇ ଜେରା ପାଇଁ କେନ୍ଦ୍ରୀୟ ସଂସ୍ଥା ସମନ ଜାରି କରିଥିଲେ। ଏହା ବିରୋଧରେ କବିତା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି କବିତାଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୌଣସି ସମନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର 20 ତାରିଖରେ ସର୍ବୋଚ୍ଚ କୋର୍ଟ କବିତାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି କରିବେ ।

ଆଜି ଜଷ୍ଟିସ ସଞ୍ଜୟ କିଷାନ କୌଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କବିତାଙ୍କ ଆବେଦନର ଶୁଣାଣି କରିଥିଲେ । ତଦନ୍ତକାରୀ ସଂସ୍ଥା ‘ଇଡି’ ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ପକ୍ଷ ରଖିଥିଲେ । ଖଣ୍ଡପୀଠ କହିଥିଲେ, ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥା କୌଣସି ନୂତନ ସମନ ଜାରି କରିବ ନାହିଁ ।

କବିତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଜଣେ ମହିଳାଙ୍କୁ ତାଙ୍କ ଘରେ ମଧ୍ୟ ଜେରା କରାଯାଇ ପାରିବ । କୋର୍ଟ କହିଥିଲେ, ଏହା ସମ୍ଭବ ନୁହେଁ ଯେ, କୌଣସି ମାମଲାର ତଦନ୍ତ ପରିସରରେ ଥିବା ଜଣେ ମହିଳାଙ୍କୁ ଆଦୌ ଡକା ଯାଇପାରିବ ନାହିଁ । ହେଲେ ସେଠାରେ କିଛି ସୁରକ୍ଷା ବ୍ୟବସ୍ଥା ରହିବାର ବ୍ୟବସ୍ଥା ରହିବା ଉଚିତ । ଏହି ମାମଲାରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବା ପର୍ଯ୍ୟନ୍ତ କବିତାଙ୍କୁ କେନ୍ଦ୍ରୀୟ ସଂସ୍ଥା ତଦନ୍ତ ପାଇଁ ଡାକିବ ନାହିଁ ।

ଏହା ମଧ୍ଯ ପଢନ୍ତୁ:- Delhi Liquor Scam: ପୁଣି ଡାକିଲା ED, କବିତା କହିଲେ ‘ମୋଦି ନୋଟିସ୍‌’

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟିକୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଅଭିଯୋଗ ଆଣିଥିଲେ । ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଏହାପରେ ଏହି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ଅନେକ ବଡ଼ବଡ଼ ମଦ ବ୍ୟବସାୟୀଙ୍କ ନାଁ ଉଠିଥିଲା ।

ଗତ କିଛି ମାସ ତଳେ ସିସୋଦିଆଙ୍କୁ CBI ଗିରଫ କରିଛି । ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ସମୟ ସମୟରେ ନୋଟିସ ଜାରି କରି ଜେରା କରୁଛି । ତେବେ ଏକାଧିକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ ପାଇସାରିଛନ୍ତି କବିତା । ନିକଟରେ ସଦ୍ଯତମ ନୋଟିସ ପାଇବା ପରେ ନିର୍ବାଚନ ଆସୁଥିବାରୁ ଏହାକୁ ‘ମୋଦି ନୋଟିସ୍‌’ ବୋଲି କବିତା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.