ETV Bharat / bharat

ଆତଙ୍କୀଙ୍କୁ ରାଜନାଥଙ୍କ ଖୋଲା ଚେତାବନୀ, ସୀମା ଅତିକ୍ରମ କରିବାକୁ କୁଣ୍ଠାବୋଧ କରିବୁନି

ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୀମା ଆରପଟୁ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରିବୁ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
author img

By

Published : Apr 24, 2022, 10:56 AM IST

ଗୌହାଟୀ: ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୀମା ଆରପଟୁ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରିବୁ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୌହାଟୀରେ 1971 ଭାରତ-ପାକ୍ ଯୁଦ୍ଧର ସୈନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ସେ ଆହୁରି କହିଛନ୍ତି ସରକାର ଦେଶରୁ ଆତଙ୍କବାଦ ମୂଳପୋଛ କରିବାକୁ କାର୍ଯ୍ୟ କରୁଛନ୍ତି । ଭାରତ ଉପରେ ଆକ୍ରମଣ ପାଇଁ ଚିନ୍ତା କରୁଥିବା ସୀମାପାର ଆତଙ୍କବାଦୀଙ୍କୁ ଚେତାବାନୀ ଦେଇ ରାଜନାଥ କହିଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସୀମା ଅତିକ୍ରମ କରିବାକୁ ଟିକେ ବି କୁଣ୍ଠାବୋଧ କରିବ ନାହିଁ । ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ତ୍ତା ଦେଇଛୁ । ପଡୋଶୀ ବାଂଲାଦେଶ ସହ ଭଲ ସମ୍ପର୍କ ଥିବାରୁ ପୂର୍ବ ସୀମା ଶାନ୍ତ ଓ ସ୍ଥିର ରହିଛି । ସେହପରି ପଶ୍ଚିମ ସୀମାରେ ମଧ୍ୟ ଉତ୍ତେଜନା ନାହିଁ । ଅନୁପ୍ରବେଶ ସମସ୍ୟା ଶେଷ ହୋଇଥିବା କହିଛନ୍ତି ରାଜନାଥ ସିଂ ।

ସେ ଆହୁରି କହିଛନ୍ତି, ନିକଟରେ ଉତ୍ତରାପୂର୍ବାଞ୍ଚଳର ବିଭିନ୍ନ ଭାଗରୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫଏସପିଏ) Armed Forces Special Powers Act ପ୍ରତ୍ୟାହାର ହୋଇଥିବାବେଳେ ସେଭଳି ସ୍ଥିତି ଉପୁଜିଲେ ଜମ୍ମୁ-କଶ୍ମୀରରୁ ତାହା ଉଚ୍ଛେଦ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେନା ସର୍ବଦା AFSPA ବଳବତ୍ତର ରହିବାକୁ ଚାହୁଁଛି ବୋଲି ସର୍ବସାଧାରଣ ଭ୍ରାନ୍ତ ଧାରଣା ରହିଛି ସେନା ନୁହେଁ AFSPA ଲାଗୁ କରିବା ପାଇଁ ପରିସ୍ଥିତି ହିଁ ଦାୟୀ ବୋଲି କହିଛନ୍ତି ରାଜନାଥ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.