ETV Bharat / bharat

ସେନାରେ କାର୍ଯ୍ୟରତ ମହିଳା ସୈନିକଙ୍କୁ ମିଳିବ ମାତୃତ୍ବ ଛୁଟି - ଭାରତୀୟ ସେନାରେ କାର୍ଯ୍ୟରତ ମହିଳା

ତିନି ସେନାରେ କାର୍ଯ୍ୟର ମହିଳା କର୍ମଚାରୀଙ୍କୁ ମିଳିବ ମାତୃତ୍ବ, ଶିଶୁ ଯତ୍ନ ଓ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଛୁଟି । ଅଧିକ ପଢ଼ନ୍ତୁ

Women Soldiers Get Same Benefits as Officers

author img

By ETV Bharat Odisha Team

Published : Nov 6, 2023, 11:35 AM IST

ନୂଆଦିଲ୍ଲୀ: ଏଣିକି ମହିଳା ସୈନିକଙ୍କୁ ବି ମିଳିବ ମାତୃତ୍ବ, ଶିଶୁ ଯତ୍ନ ଓ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଛୁଟି । ଭାରତୀୟ ସେନାରେ କାର୍ଯ୍ୟରତ ମହିଳା ଯବାନ, ବାୟୁ ସେନା ଓ ସ୍ଥଳ ସେନାରେ କାର୍ଯ୍ୟରତ ମହିଳାଙ୍କୁ ମିଳିବ ଛୁଟି । ପୂର୍ବରୁ ଅଫିସର ରାଙ୍କ୍‌ରେ ଥିବା ମହିଳାଙ୍କୁ ଏହି ସୁବିଧା ମିଳୁଥିବା ବେଳେ ଏବେ ତିନି ସେନାରେ କାର୍ଯ୍ୟରତ ସମସ୍ତ ମହିଳାଙ୍କୁ ଏହି ସୁବିଧା ମିଳିବ । ଏପରିକି ମହିଳା ଅଗ୍ନିବୀରଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏପରି ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ- କାଶ୍ମୀରରେ ପ୍ରଥମ ଥର ନିୟୋଜିତ ହେଲେ ମହିଳା ଯବାନ

ଏହି ପଦକ୍ଷେପ ସେନାରେ କାର୍ଯ୍ୟରତ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବ ଓ ସାମାଜିକ ତଥା ପାରିବାରିକ ଜୀବନର ମାନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିବ । ଏଥିସହ ସେମାନଙ୍କ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ଉନ୍ନତି ଆଣିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ବର୍ତ୍ତମାନ ସେନାରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ମାତୃତ୍ୱ ପାଇଁ 180ଦିନର ଛୁଟି ମିଳିବା ସହ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳିଥାଏ । ଦୁଇଟି ସନ୍ତାନ ପାଇଁ ମାତୃତ୍ବ ଛୁଟି ମିଳିଥାଏ । ସେହିପରି 1 ବର୍ଷରୁ କମ ବୟସର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କଲେ ମହିଳା ସେନାଧିକାରୀଙ୍କୁ 180 ଦିନର ବେତନ ସହ ଛୁଟି ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ସେନା ଆର୍ଟିଲେରୀ କର୍ପସରେ ନିଯୁକ୍ତି ପାଇବେ ମହିଳା: ସେନା ମୁଖ୍ୟ

ଏହି ନୂଆ ନିୟମ ସେନାରେ ସମସ୍ତ ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ । ସେନାରେ କାର୍ଯ୍ୟରତ ଅଫିସର ମାନେ ମାତୃତ୍ବ, ଶିଶୁ ଯତ୍ନ ଓ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଯେଉଁପରି ଛୁଟି ପାଉଛନ୍ତି ସେହିପରି ଅନ୍ୟ ମହିଳା ଯବାନ ମଧ୍ୟ ପାଇବେ । ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ଯୁଦ୍ଧ ବିଭୀଷିକା ଭିତରେ ବରଫରେ ନାଚିଲେ ୟୁକ୍ରେନ ମହିଳା ଯବାନ, ଚାରିଆଡୁ ଛୁଟିଲା ପ୍ରଶଂସା

ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଛୁଟି ନିୟମର ସମ୍ପ୍ରସାରଣ ହେବା ପରେ ସେନାରେ କାର୍ଯ୍ୟରତ ମହିଳାଙ୍କ ବୃତ୍ତିଗତ ଏବଂ ପାରିବାରିକ ଜୀବନରେ ଉନ୍ନତି ଆସିବ । କାର୍ଯ୍ୟରତ ମହିଳାଙ୍କର ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସମାଧାନ ହେବା ସହ କାର୍ଯ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.