ETV Bharat / bharat

CRPF ଜଙ୍ଗଲ କମାଣ୍ଡୋରେ ସାମିଲ ହେଲେ ମହିଳା, ଫୋକସ୍‌ରେ ନକ୍ସଲ ଅପରେସନ

ସିଆରପିଏଫ ପ୍ରଥମଥର ପାଇଁ ପୂର୍ବରୁ ସାମରିକ ବାହିନୀରେ ମହିଳାଙ୍କୁ ସାମିଲ କରିଥିବା ବେଳେ ପୁଣି ମାଓଙ୍କ ବିରୋଧରେ କାର୍ଯ୍ୟ କରୁଥିବା କୋବ୍ରା ଟିମରେ ମହିଳା ସୁରକ୍ଷା ବାହିନୀକୁ ସାମିଲ କରିଛି । ଅଧିକ ପଢନ୍ତୁ...

Women inducted into elite cobra force in CRPF
ପ୍ରଥମ ଥର ପାଇଁ CRPFର କୋବ୍ରା ଟିମରେ ସାମିଲ ହେଲେ ମହିଳା
author img

By

Published : Feb 6, 2021, 5:51 PM IST

Updated : Feb 6, 2021, 6:45 PM IST

ନୂଆଦିଲ୍ଲୀ: ବିଶ୍ବରେ ପ୍ରଥମେ ନାରୀଶକ୍ତିକୁ ସୁରକ୍ଷା ବାହିନୀରେ ସ୍ଥାନିତ କରିଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏହାର ପ୍ରଥମ ମହିଳା ବାହିନୀ 88ର ପ୍ରତିଷ୍ଠା ଦିବସ ଅବସରରେ ମହିଳା ସଶକ୍ତିକରଣକୁ ପୁଣି ଏକ ବଡ ଦାୟିତ୍ବ ଦେଇଛି । ମାଓବାଦୀ ବିରୋଧରେ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ଫୋର୍ସ 'କୋବ୍ରା'ରେ ମହିଳା ସୁରକ୍ଷା କର୍ମୀଙ୍କୁ ସାମିଲ କରିଛି । ଏହାସହିତ ପ୍ରଥମ ସଂପୂର୍ଣ୍ଣ ମହିଳା ବ୍ରାସ ବ୍ୟାଣ୍ଡ ଗଠନ କରି ସାଂସ୍କୃତିକ କ୍ଷେତ୍ରରେ ମହିଳା ସୁରକ୍ଷା ବାହିନୀଙ୍କ ଭୂମିକାକୁ ବୃଦ୍ଧି କରିଛି ।

CRPF ଜଙ୍ଗଲ କମାଣ୍ଡୋରେ ସାମିଲ ହେଲେ ମହିଳା, ଫୋକସ୍‌ରେ ନକ୍ସଲ ଅପରେସନ

ସମସ୍ତ 6 ମହିଳା ବାଟାଲିୟନର 34 ଜଣ ମହିଳା କର୍ମଚାରୀ କୋବ୍ରାରେ ଯୋଗ ଦେଉଛନ୍ତି । ସେମାନଙ୍କୁ ଏହି ଦଳରେ କାର୍ଯ୍ୟ କରିବା ପାଇଁ ପ୍ରଥମେ ତିନିମାସ କଠୋର କୋବ୍ରା ପ୍ରି-ଇଣ୍ଡକ୍ସନ୍ ତାଲିମ ଦିଆଯିବ । ଏହି ତାଲିମରେ ସେମାନଙ୍କୁ ସ୍ବତନ୍ତ୍ର ଅସ୍ତ୍ରଶସ୍ତ୍ର ଚଳାଇବା, ରଣନୀତିକ ଯୋଜନା, ଫିଲ୍ଡ କ୍ରାଫ୍‌ଟ୍ସ, ବିସ୍ଫୋରକ ସାମଗ୍ରୀ ସମ୍ପର୍କରେ ଧାରଣା, ଜଙ୍ଗଲରେ ବଞ୍ଚିବାର କଳା ଇତ୍ୟାଦି ଶିଖାଯିବ । ଏହାଦ୍ବାରା ସେମାନଙ୍କର ଶାରୀରିକ ଦକ୍ଷତା ଏବଂ କୌଶଳର ଦକ୍ଷତା ବୃଦ୍ଧି ହୋଇପାରିବ । ଏହି ମହିଳା ସୁରକ୍ଷା ବାହିନୀଙ୍କ ପ୍ରଶିକ୍ଷଣ ଶେଷ ହେବା ପରେ ସେମାନଙ୍କୁ ପୁରୁଷ ସୁରକ୍ଷା ବାହିନୀଙ୍କ ସହିତ ମାଓବାଦୀ ଅଞ୍ଚଳରେ ନିୟୋଜିତ କରାଯିବ ।

ବ୍ୟାଣ୍ଡରେ ଯୋଗ ଦେଉଥିବା ମହିଳା ସୁରକ୍ଷା ବାହିନୀମାନେ ବାଦ୍ୟଯନ୍ତ୍ରରେ ଆବଶ୍ୟକ କୌଶଳ ହାସଲ କରିବା ପାଇଁ ଏକ ତାଲିମ ପାଠ୍ୟକ୍ରମ ଦିଆଯିବ । ତେବେ ପୂର୍ବରୁ ମଧ୍ୟ ଫୋର୍ସରେ ଏକ ତାଲିମ ନେଇଥିବା ଦଳ ରହିଛି । ସିଆରପିଏଫର ଡି଼ଜି ଡକ୍ଟର ଏପି ମାହେଶ୍ବରୀ କହିଛନ୍ତି ଯେ ସାମରିକ ବଳରେ ମହିଳା ଯୋଦ୍ଧାମାନଙ୍କର ଏକ ଦୃଢ ତଥା ସୁବର୍ଣ୍ଣ ଇତିହାସ ରହିଛି, ଯେଉଁମାନେ କେବଳ ଭାରତରେ ନୁହେଁ ବରଂ ମିଳିତ ଜାତିସଂଘର ବିଭିନ୍ନ ଶାନ୍ତି ରକ୍ଷା ମିଶନରେ ଅଂଶଗ୍ରହଣ କରି ବିଦେଶୀ ମାଟିରେ ନିଜ ବୀରତ୍ବର ପରିଚୟ ଦେଇ ଦେଶକୁ ଗର୍ବିତ କରିଛନ୍ତି ।

ତେବେ ମହିଳାଙ୍କୁ ବଳରେ ସାମିଲ କରିବା ଦ୍ବାରା ଦେଶରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ମିଳିବା ସହିତ ସଶକ୍ତ ନାରୀଙ୍କ ଦ୍ବାରା ସଶକ୍ତ ପରିବାରର ସୃଷ୍ଟି ହୋଇଥାଏ, ଯାହାଦ୍ବାରା ପରିଶେଷରେ ସଶକ୍ତ ଦେଶ ଗଠିତ ହୋଇଥାଏ ।

34 ବର୍ଷ ପୂର୍ବେ ମହିଳାମାନେ ଦେଶର ସାମରିକ ବଳରେ ସାମିଲ ହୋଇଥିଲେ । 1986 ମସିହା ଫେବୃଆରୀ 6 ତାରିଖରେ ସିଆରପିଏଫର 88ତମ ମହିଳା ବାହିନୀର ଗଠନ କରାଯାଇଥିଲା । ଏହି ବାଟାଲିୟନ ଦେଶର ସମସ୍ତ ଭାଗରେ ସେବା କରିଛି ଏବଂ ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ମହିଳା ସୁରକ୍ଷା ବାହିନୀଙ୍କ ମଧ୍ୟରୁ 7 ଜଣ ମହିଳା ସାହସିକତା ଭାବରେ ନିଜ କର୍ତ୍ତବ୍ୟର ଯଜ୍ଞରେ ସର୍ବୋଚ୍ଚ ବଳିଦାନ ଦେଇ ନିଜକୁ ଅମର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2021, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.