ETV Bharat / bharat

ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଓ 3 ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ - ପଶ୍ଚିମବଙ୍ଗରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲା ସ୍ୱାମୀ

ସ୍ତ୍ରୀ ଓ ଝିଅକୁ କୀଟନାଶକ ଔଷଧ ପିଆଇ ହତ୍ୟା ଉଦ୍ୟମ କଲା ସ୍ୱାମୀ ! ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ଦାୟୀ କରି ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟଲୋକେ । ଅଧିକ ପଢ଼ନ୍ତୁ

ପୁଅ ଜନ୍ମ ନ ହେବାରୁ ସ୍ତ୍ରୀ ଓ 3 ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ

author img

By ETV Bharat Odisha Team

Published : Sep 19, 2023, 12:46 PM IST

କୋଲକାତା: ଏକବିଂଶ ଶତାବ୍ଦୀରେ ବି ମଣିଷ ମନରୁ ଲିଭିନି କୁପ୍ରଥା । ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ଦାୟୀ କରି ହତ୍ୟା ଉଦ୍ୟମ କଲା ସ୍ୱାମୀ । ବଳପୂର୍ବକ କୀଟନାଶକ ପିଆଇ ସ୍ତ୍ରୀ ଓ ଝିଅକୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଗୋଷନିବାଘ ଅଞ୍ଚଳରୁ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟଲୋକେ ।

ସୂଚନା ଅନୁଯାୟୀ, 12 ବର୍ଷ ତଳେ ଅପରାଜିତା ମଣ୍ଡଳ କଲେଜ ପଢୁଥିବା ସମୟରେ ଗୋଷନିବାଘ ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ପୁଅ ବଦଳରେ ଝିଅ ଜନ୍ମ ହେବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ଦେଖିବାକୁ ମିଳିଥିଲା । ପୁଅ ଜନ୍ମ ନହେବା ନେଇ ଅପରାଜିତାଙ୍କୁ ଦାୟୀ କରି ତାଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକେ ଅନେକ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା ଗଣେଶ ମଣ୍ଡଳ ।

ତେବେ ଗଣେଶ ମଣ୍ଡଳଙ୍କ ଅଭିଯୋଗ ଅନୁଯାୟୀ, "ଅପରାଜିତାଙ୍କ 3ଟି ଝିଅ ଜନ୍ମ ହେବା ପରେ ତାଙ୍କ ଉପରେ ସ୍ୱାମୀ ଓ ଶାଶୁ ଘରର ନିର୍ଯାତନା ବଢ଼ିଯାଇଥିଲା । ସୋମବାର ରାତି 8ଟା ବେଳେ ତାଙ୍କ ଝିଅ ଓ 3 ନାତୁଣୀଙ୍କୁ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲା ଜ୍ୱାଇଁ । ତେବେ ସୌଭାଗ୍ୟବଶତଃ 2 ଝିଅ କୌଶଳକ୍ରମେ ଖସିଯାଇ ପଡ଼ୋଶୀଙ୍କୁ ଏନେଇ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଗୁରୁତର ଅବସ୍ଥାରେ ତାଙ୍କ ଝିଅ ଓ ନାତୁଣୀକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୌଭାଗ୍ୟବଶତଃ ନାତୁଣୀ ବିପଦମୁକ୍ତ ରହିଛି । ହେଲେ ଏବେବି ଜୀବନମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଅପରାଜିତା ।"

ତେବେ ଝିଅ ଓ ନାତୁଣୀମାନଙ୍କ ମାରି ନିଜ ଇଚ୍ଛାରେ ଅନ୍ୟତ୍ର ବିବାହ କରିବାକୁ ଏପରି କରିଥିବା ଅଭିଯୋଗ କରିଛନ୍ତି ଗଣେଶ ମଣ୍ଡଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଝିଅ ଓ ନାତୁଣୀ ସ୍ୱାସ୍ଥ୍ୟାବସ୍ଥା ଏପରି ଥିବାରୁ ସେ ଥାନାରେ ଏନେଇ ଏତଲା ଦେବାକୁ ଯାଇପାରିନାହାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଭାଇ ସାଜିଲା ଭଗାରି, ହୋଟେଲରେ ବିଲ୍‌ ପେମେଣ୍ଟ ନକରିବାକୁ ନାବାଳକଙ୍କୁ ହତ୍ୟା

ଅପରାଜିତାଙ୍କ ସ୍ୱାମୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗକୁ ଖଣ୍ଡନ କରିବା ସହ ଅପରାଜିତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ସେ । ଅପରାଜିତାଙ୍କ ଜଣେ ସ୍ୱେଚ୍ଛାସେବୀ ସହ ପରକୀୟପ୍ରୀତି ଲୋକଲୋଚନକୁ ଆସିବା ପରେ ଝିଅମାନଙ୍କୁ ମାରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି ଅପରାଜିତାଙ୍କ ସ୍ୱାମୀ ।

ପୋଲିସ କହିବାନୁଯାୟୀ, ଏନେଇ କୌଣସି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ । ଅଭିଯୋଗ ଆସିଲେ ସେ ଅନୁଯାୟୀ ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ । ଘଟଣାକୁ ନେଇ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଗଣେଶଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଘଟଣା ଅତ୍ୟନ୍ତ ସାଂଘାତିକ ଅଟେ । ପୁତ୍ର ସନ୍ତାନ ଲୋଭରେ ଏଭଳି କାଣ୍ଡ ନୂଆ ନୁହେଁ । ସମୟ ଯେତେ ପରିବର୍ତ୍ତନ ହେଲେ ବି ଏବେବି ମଣିଷ ନିଜର ହୀନ ମାନସିକତାରୁ ବାହାରିପାରୁନଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.