ETV Bharat / bharat

ବେଶ୍ୟାବୃତ୍ତି ପାଇଁ ସ୍ତ୍ରୀକୁ ବାଧ୍ୟ କଲା ସ୍ବାମୀ, ଛାଡ଼ପତ୍ର ନେଇ କୋର୍ଟରେ ମାମଲା

author img

By

Published : Dec 28, 2022, 7:45 AM IST

ବେଶ୍ୟାବୃତ୍ତି ପାଇଁ ସ୍ତ୍ରୀକୁ ବାଧ୍ୟ କଲା ସ୍ବାମୀ । ଛାଡପତ୍ର ଲାଗି କୋର୍ଟରେ ମହିଳା ଜଣକ ଆବେଦନ କରିଛନ୍ତି । ତେବେ ମହିଳା ଜଣକ ମଧ୍ୟ ପୂର୍ବରୁ ପର୍ଣ୍ଣ କଲରେ ଜଡ଼ିତ ଥିବା ଜଣାପଡ଼ିଛି (Porn call from App) । ଅଧିକ ପଢନ୍ତୁ

divorce
divorce
ବେଶ୍ୟାବୃତ୍ତି ପାଇଁ ସ୍ତ୍ରୀକୁ ବାଧ୍ୟ କଲା ସ୍ବାମୀ, ଛାଡ଼ପତ୍ର ନେଇ କୋର୍ଟରେ ମାମଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ବିରଳ ଘଟଣା ସାମନାକୁ ଆସିଛି । ସ୍ବାମୀ ବେଶ୍ୟାବୃତ୍ତି ଲାଗି ବାଧ୍ୟ କରୁଥିବା ଦର୍ଶାଇ କୋର୍ଟରେ ଛାଡ଼ପତ୍ର ଲାଗି ଆବେଦନ କରିଛନ୍ତି ମହିଳା । ଆଶ୍ଚର୍ଯ୍ୟକର କଥା ହେଉଛି ଏହା ପୂର୍ବରୁ ମହିଳା ଜଣକ ପର୍ଣ୍ଣକଲ୍‌ ମାଧ୍ୟମରେ ଅନେକ ପୁରୁଷଙ୍କୁ ଟାର୍ଗେଟ କରି ଅର୍ଥ କମାଉଥିଲେ । ଏନେଇ ଫ୍ୟାମିଲି କୋର୍ଟର ଆଇନଜୀବୀ ସିଦ୍ଧାନ୍ତ କୁମାର ସୂଚନା ଦେଇଛନ୍ତି (Divorce Case in family court ) ।

ଆଇନଜୀବୀ ସିଦ୍ଧାନ୍ତ କୁମାରଙ୍କ ସୂଚନା ଅନୁସାରେ ଛାଡ଼ପତ୍ର ଆବେଦନ କରିଥିବା ମହିଳା ସୋସିଆଲ ମିଡିଆରେ ଏକ ଆପ୍‌ ତିଆରି କରିଥିଲେ । ଏଥିରେ ସେ ପୁରୁଷଙ୍କ ସହିତ ଅଶ୍ଳୀଳ ବାର୍ତ୍ତାଳାପ କରି ସେମାନଙ୍କଠାରୁ ଅର୍ଥ ଉପାର୍ଜନ କରୁଥିଲେ । ଏଥିରୁ ପ୍ରାୟ ସେ ୮୦ ହଜାରରୁ ୧୦ ଲକ୍ଷ ଟଙ୍କା ଉପାର୍ଜନ କରିଛନ୍ତି । ମହିଳା ଏପରି କାମ କରୁଥିବା ନେଇ ତାଙ୍କ ସ୍ବାମୀ ଅଜ୍ଞ ଥିଲେ । ତେବେ ସେ ଅନଲାଇନରେ କିଛି ଭିଡିଓ ପୋଷ୍ଟ କରନ୍ତି । ସେଥିରେ ଅଧିକ ଲାଇକ୍‌, ଭ୍ୟୁଜ ଗଲେ ଅର୍ଥ ଆସିଥାଏ ବୋଲି ସେ ନିଜ ସ୍ବାମୀଙ୍କୁ କହିଥିଲେ । ମହିଳା ମଧ୍ୟ ନିଜ ସ୍ବାମୀଙ୍କୁ ଚକମା ଦେଉଥିଲେ ।

ଏହା ବି ପଢନ୍ତୁ-ମହନ୍ତ ରାଜୁଦାସଙ୍କ ବିବାଦୀୟ ମନ୍ତବ୍ୟ, ସଲମାନ ଖୁର୍ସିଦଙ୍କୁ ମୁଣ୍ଡ କାଟିଲେ ଦେବେ ୨୧କୋଟି

ମହିଳା ଜଣକ ଅନେକ ପୁରୁଷଙ୍କ ସହିତ ଅନଲାଇନରେ ଭିଡିଓ ମେସେଜ ଜରିଆରେ ଚାଟିଂ କରୁଥିଲେ । ଯିଏ ଯେତେ ସମୟ ବାର୍ତ୍ତାଳାପ କରୁଥିଲା ସେ ତାକୁ ସେହି ଅନୁସାରେ ଅର୍ଥ ଦାବି କରୁଥିଲେ । ଏହି କାର୍ଯ୍ୟ ସମୟରେ ସେ ଜଣେ ଗ୍ରାହକ ସହିତ ମାନସିକ ଭାବେ ଜଡ଼ିତ ହୋଇଯାଇଥିଲେ । ଏହାପରେ ଉକ୍ତ ଗ୍ରାହକ ଜଣକ ତାଙ୍କ ସହ ବାର୍ତ୍ତାଳାପ ବେଳେ ଅର୍ଦ୍ଧନଗ୍ନ ହେବାକୁ କହିଥିଲା । ଏହି ସମୟରେ ସେ ସ୍କ୍ରିନସଟ୍‌ ନେଇଥିବା ମହିଳା ଜଣକ କହିଛନ୍ତି । ଏହାପରେ ଉକ୍ତ ଗ୍ରାହକ ଜଣକ ତାଙ୍କୁ ଦେଖା କରିବା ଲାଗି କହିଥିଲା । ମାତ୍ର ମହିଳା ଜଣକ ରାଜି ନହେବାରୁ ସେ ତାଙ୍କ ସ୍ବାମୀଙ୍କୁ ଏହି ଫଟୋ ପଠାଇଥିଲା ।

ଏହାପରେ ନିଜ ମହିଳାଙ୍କ ଅସଲ କାର୍ଯ୍ୟକଳାପ ସମ୍ପର୍କରେ ସ୍ବାମୀ ଜାଣିବା ପରେ ତାଙ୍କ ଜରିଆରେ ଅର୍ଥ ଉପାର୍ଜନ କରିବା ଲାଗି ଉଦ୍ୟମ କରିଥିଲେ ଏବଂ ତାଙ୍କୁ ବେଶ୍ୟାବୃତ୍ତିରେ ଲଗାଇବାକୁ କହିଥିଲେ । ସେ ନିଜ ପତ୍ନୀର ଅର୍ଥ ଉପରେ ନଜର ରଖୁଥିବାରୁ ମହିଳା ଜଣକ ନିଜ ଆକାଉଣ୍ଟ ମଧ୍ୟ ବ୍ଲକ କରିଥିଲେ । ଏହାପରେ ମହିଳା ଜଣକ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଲାଗି ଆବେଦନ କରିଥିବା କହିଛନ୍ତି । କୋର୍ଟ ମହିଳାଙ୍କ କାଉନସେଲିଂ କରିଛନ୍ତି । ମହିଳା ଜଣକ ନିଜ ଦୋଷ ସ୍ବୀକାର କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.