ETV Bharat / bharat

ରାଜସ୍ଥାନରେ ମହିଳାଙ୍କୁ ଗଛରେ ବାନ୍ଧି ମାଡ ଘଟଣା: ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ NCW ନିର୍ଦ୍ଦେଶ

ମହିଳାଙ୍କୁ ଗଛରେ ବାନ୍ଧି ମାଡ ଘଟଣାରେ ଜାତୀୟ ମହିଳା କମିଶନଙ୍କ ଉଦବେଗ । ତ୍ବରିତ କାର୍ଯ୍ୟାନୁଷ୍ଠାନ ସହ ଗୁରୁତର ମହିଳାଙ୍କୁ ମଧ୍ୟ ଚିକିତ୍ସା ଯୋଗାଇବା ପାଇଁ ଜାତୀୟ ମହିଳା କମିଶନଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

author img

By

Published : Jul 30, 2022, 7:03 PM IST

ରାଜସ୍ଥାନରେ ମହିଳାଙ୍କୁ ଗଛରେ ବାନ୍ଧି ମାଡ ଘଟଣା: ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ NCW ନିର୍ଦ୍ଦେଶ

ଜୟପୁର: ରାଜସ୍ଥାନର ବଂଶଓ୍ବାରାରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ ମରାଯିବା ଘଟଣାରେ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା ଆୟୋଗ (NCW) । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୋଲିସକୁ ଆୟୋଗ ନିର୍ଦ୍ଦେଶ ଦେଇଛି ।

କମିଶନ ଅଧ୍ୟକ୍ଷା ରେଖା ଶର୍ମା ରାଜସ୍ଥାନ ପୋଲିସ ଡିଜିଙ୍କୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ଯାତନାର ଶିକାର ହୋଇ ଗୁରୁତର ହୋଇଥିବା ମହିଳାଙ୍କୁ ମଧ୍ୟ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ କମିଶନ ଅଧ୍ୟକ୍ଷା କହିଛନ୍ତି । ବଂଶଓ୍ବାରା ଜିଲ୍ଲାର ଏକ ଗ୍ରାମରେ କିଛି ଯୁବକ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଜାତୀୟ ମହିଳା କମିଶନଙ୍କ ଉଦବେଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରିବା ସହ ତଦନ୍ତ ଆରମ୍ଭ କରିଛି ପ୍ରଦେଶ ପୋଲିସ ।

  • NCW has also sought immediate arrest of all the accused and to ensure the best medical treatment and security for the victim.

    — ANI (@ANI) July 30, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.