ETV Bharat / bharat

ମହିଳା ଏସଆଇଙ୍କୁ ମାଡ ମାରିଲେ ଆଇନଜୀବୀ ସ୍ବାମୀ

author img

By

Published : Dec 13, 2022, 8:52 AM IST

ମହିଳା ଏସଆଇଙ୍କୁ ଧକ୍କା ମାରିଲେ ଆଇନଜୀବୀ ସ୍ବାମୀ । ଭାଇରାଲ ହେଲା ଭିଡିଓ । ସ୍ବାମୀ ମାଡ ମାରୁଥିବା ଅଭିଯୋଗ ଆଣିଲେ ମହିଳା ଏସଆଇ।

woman-sub-inspector-of-delhi-police-thrashed-by-her-lawyer-husband
ମହିଳା ଏସଆଇଙ୍କୁ ମାଡ ମାରିଲେ ଆଇନଜୀବୀ ସ୍ବାମୀ
ମହିଳା ଏସଆଇଙ୍କୁ ମାଡ ମାରିଲେ ଆଇନଜୀବୀ ସ୍ବାମୀ

ନୂଆଦିଲ୍ଲୀ: ଆଇନକାନୁନ ଭୁଲି ଗଲେ ଆଇନଜୀବୀ । ମହିଳା ଏସଆଇଙ୍କୁ ଧକ୍କା ମାରିଲେ ଆଇନଜୀବୀ ସ୍ବାମୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦିଲ୍ଲୀର ନଜଫଗଡ ପୋଲିସ ଷ୍ଟେସନ ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଭିଡିଓ । ଶେଷରେ ସ୍ବାମୀ ମାଡ ମାରୁଥିବା ଅଭିଯୋଗ ଆଣିଲେ ମହିଳା ।

ଏନେଇ ମହିଳା ଏସଆଇ ଜଣକ କହିଛନ୍ତି, "ମୋ ସ୍ବାମୀ ବୃତ୍ତିରେ ଜଣେ ଓକିଲ, ସେ ସେ ଦିଲ୍ଲୀର ବାରୱାଲା ଗ୍ରାମରେ ରୁହନ୍ତି । ଅନେକ ସମୟରେ ସେ ମୋତେ ର୍ଦୁବ୍ୟବହାର କରନ୍ତି, ଗତ ୧୧ ତାରିଖରେ ମୁଁ ଯେତେବେଳେ ମୋ ଭଉଣୀ ଘରେ ଥିଲି , ସେତେବେଳେ ମୋ ସ୍ବାମୀ ୩ଜଣ ସହଯୋଗୀଙ୍କ ସହ ତିନିଟି ଗାଡିରେ ଆସି ମୋତେ ଓ ମୋ ଭଉଣୀଙ୍କୁ ମାଡ ମାରିଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର ୪ତାରିଖରେ ମଧ୍ୟ ମାଡ ମାରିବା ସହ ଧମକ ଦେଇଥିଲେ ।" ଏହାପରେ ନଜଫଗଡ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିବା ପରେ ନିଜର ସୁରକ୍ଷା ପାଇଁ କହିଥିଲେ ମହିଳା ଏସଆଇ ଜଣଙ୍କ।

  • दिल्ली पुलिस की सब इंस्पेक्टर के साथ उसका पति कई महीनो से मार पीट कर रहा है पर कोई एक्शन नहीं हुआ। पुलिस ही ट्विटर पर मदद माँगने को मजबूर है!

    मैं दिल्ली पुलिस को नोटिस इशू कर रही हूँ, सख़्त कार्यवाही होनी चाहिए। पुलिस ही सुरक्षित नहीं होंगी तो आम महिला कैसे सुरक्षित होंगी? https://t.co/O0HmffkMlp

    — Swati Maliwal (@SwatiJaiHind) December 12, 2022 " class="align-text-top noRightClick twitterSection" data=" ">

ଏନେଇ ଅତିରିକ୍ତ ଡିସିପି ବିକ୍ରମ ସିଂ କହିଛନ୍ତି, "ଡିସେମ୍ବର ୧୨ରେ ନଜଫଗଡ ପୋଲିସ ଷ୍ଟେସନରେ ଜଣେ ମହିଳା ଏସଆଇ ସ୍ବାମୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଡିସେମ୍ବର ୪ରେ ତରୁଣ ଦବାସ ଏବଂ ତାଙ୍କର କିଛି ଗୁଣ୍ଡା ତାଙ୍କୁ ରୋହିଣୀ ହେଲିପୋର୍ଟରେ ଆକ୍ରମଣ କରିଥିଲେ । ଏହାପରେ ସେ PCR କଲ୍‌ କରି ପୋଲିସକୁ ଡାକିଥିଲେ, ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।"

ଏହି ପ୍ରସଙ୍ଗରେ ମହିଳା ଏସଆଇ ରୋହିଣୀର ଯୁଗ୍ମ କମିଶନରଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ସ୍ୱାମୀ ତରୁଣ ଡବାସ ତାଙ୍କୁ ହତ୍ୟା କରିବାକୁ ଧମକ ଦେବାରୁ ସୁରକ୍ଷା ପାଇଁ ସେ ପୋଲିସ ନିକଟରେ ନିବେଦନ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ, ଡିସେମ୍ବର ୧୧ ରେ ତରୁଣ ଡବାସ କିଛି ଗୁଣ୍ଡା ଧରି ମହିଳାଙ୍କ ଘରେ ପହଞ୍ଚି ଆକ୍ରମଣ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏନେଇ ପୀଡିତା ଏହି ଆକ୍ରମଣର ଭିଡିଓ ଟୁଇଟ୍ କରି ଲେଖିଛନ୍ତି ଯେ, ମୁଁ ଦିଲ୍ଲୀ ପୋଲିସର ସବ-ଇନ୍ସପେକ୍ଟର ଏବଂ ବର୍ତ୍ତମାନ ମୁଁ ଗର୍ଭବତୀ ଥିବାରୁ ଛୁଟିରେ ଅଛି । ମୋ ସ୍ୱାମୀ ଆଡଭୋକେଟ ତରୁଣ ଡବାସ ବାରୱାଲା ସେକ୍ଟର ୩୬ରେ ମୋ ଘରକୁ ଆସି ମୋତେ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ ।

ଏ ଘଟଣାକୁ ନେଇ ଦିଲ୍ଲୀର ମହିଳା ଅଧ୍ୟକ୍ଷ ସ୍ବାତି ମାଲିଓ୍ବାଲ ଟ୍ବିଟ୍‌ କରି ଲେଖିଥିଲେ ଯେ, "ଦିଲ୍ଲୀ ପୋଲିସର ମହିଳା ଏସଆଇଙ୍କୁ ତାଙ୍କ ସ୍ବାମୀ ଅନେକ ସମୟରେ ର୍ଦୁବ୍ୟବହାର କରୁଛନ୍ତି, କିନ୍ତୁ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏ ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଉଚିତ । ଯଦି ଦିଲ୍ଲୀରେ ପୋଲିସ ସୁରକ୍ଷିତ ନୁହଁ ତେବେ ସାଧାରଣ ମହିଳା କିପରି ସୁରକ୍ଷିତ ରହିବେ ?"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.