ETV Bharat / bharat

ସାଙ୍ଗ ସାଜିଲା ସଇତାନ, ପ୍ରେମ ପ୍ରତ୍ୟାଖାନ କରିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ

ପ୍ରେମ ପ୍ରତ୍ୟାଖାନ କରିବା ପରେ ଯୁବତୀଙ୍କୁ ଥାନା ସମ୍ମୁଖରେ ଆକ୍ରମଣ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Oct 28, 2022, 7:39 AM IST

Etv Bharat
Etv Bharat

ଥିରୁଅନନ୍ତପୁରମ: ପ୍ରେମ ପ୍ରତ୍ୟାଖ୍ୟାନ କରିବାରୁ ସାଙ୍ଗ ପାଲଟିଗଲା ସଇତାନ । ଅଭିଯୋଗ କରିବାକୁ ଯାଉଥିବା ବେଳେ ପୋଲିସ ଷ୍ଟେସନ ସମ୍ମୁଖରେ ଯୁବତୀଙ୍କୁ ଆକ୍ରମଣ (Woman stabbed by friend in Kottayam)। ଯୁବତୀଙ୍କୁ ଏକ କଇଁଚିରେ ଆକ୍ରମଣ କଲେ ଯୁବକ । ଗତକାଲି (ଗୁରୁବାର) ସକାଳ ସମୟରେ କାରୁକାଚଲ ପୋଲିସ ଷ୍ଟେସନ(Karukachal police station)ସମ୍ମୁଖରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଯୁବକ ଜଣଙ୍କ ହେଉଛନ୍ତି ଅଖିଲ । ପୋଲିସ ଷ୍ଟେସନରେ ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, କେରଳର କୋଟାୟାମରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ ପ୍ରତ୍ୟାଖ୍ୟାନ କରିବା ପରେ ଯୁବକ ଜଣଙ୍କ ଅନେକ ସମୟରେ ତାଙ୍କୁ ହଇରାଣ କରନ୍ତି । ତେବେ ଗୁରୁବାର ଯୁବତୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ମିଶି ହଇରାଣ କରୁଥିବା ଯୁବକଙ୍କ ବିରୋଧରେ କାରୁକାଚଲ ପୋଲିସ ଷ୍ଟେସନ ଯାଉଥିବା ବେଳେ ଅଖିଲ ତାଙ୍କୁ ଏକ କଇଁଚି ସାହାଯ୍ୟରେ ଆକ୍ରମଣ କରିଥିଲେ । ନିକଟରେ ଥିବା ଯୁବତୀଙ୍କ ସାଙ୍ଗ ତାଙ୍କୁ ବଞ୍ଚାଇବା ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ଆକ୍ରଣର ଶିକାର ହୋଇଥିଲେ । ତେବେ ଘଟଣାସ୍ଥଳରୁ ଯୁବତୀ ଜଣଙ୍କ ପ୍ରାଣ ବିକଳରେ ଖସି ଯାଇ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଯୁବତୀ ଜଣଙ୍କୁ ହସ୍ପିଟାଲକୁ ନେଇ ଚିକିତ୍ସା କରିବା ପରେ ଏକ ମାମଲା ରୁଜୁ କରି ଯୁବକ ଜଣଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ସାମାନ୍ୟ ବଚସାକୁ ନେଇ ହତ୍ୟା ଉଦ୍ୟମ, ପାଦରେ କଣ୍ଟା ଫୁଟାଇଲେ ଦୁର୍ବୃତ୍ତ

ପୋଲିସର ସୂଚନା ଅନୁଯାୟୀ,'' ଯୁବତୀଙ୍କୁ ଆକ୍ରମଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ତାଙ୍କ ବନ୍ଧୁ । କିନ୍ତୁ ସେ ଯୁବତୀ ଜଣଙ୍କୁ ପ୍ରେମ ପ୍ରତ୍ୟାଖ୍ୟାନ କରିବା ପରେ ସେ ତାଙ୍କ ସହ ଆଉ ମିଳା ମିଶା କରିନଥିଲେ । ଅନେକ ସମୟରେ ଯୁବକ ଜଣଙ୍କ ଯୁବତୀଙ୍କୁ ହଇରାଣ ମଧ୍ୟ କରନ୍ତି । ଏଥିରେ ଅତିଷ୍ଠ ହୋଇ ସେ ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନ ଯିବା ସମୟରେ ଯୁବକ ଜଣଙ୍କ ଆକ୍ରୋଶର ଶିକାର ହୋଇ ତାଙ୍କୁ ଆକ୍ରମଣ କରିଥିଲେ'' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.