ETV Bharat / bharat

ଇର୍ଷା ପରାୟଣତାର କରୁଣ ପରିଣତି, ଝିଅର ବନ୍ଧୁକୁ ବିଷ ଦେଇ ହତ୍ୟା କଲେ ମହିଳା

author img

By

Published : Sep 4, 2022, 10:35 PM IST

ଥଣ୍ଡାରେ ପାନୀୟରେ ବିଷ ଦେଇ ଝିଅର ବନ୍ଧୁକୁ ହତ୍ୟା କଲା ମାଆ (Woman poisons daughters classmate)। ପୁଡୁଚେରୀର କରାଇକାଲ୍‌ ଜିଲ୍ଲାରେ ଏଭଳି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Woman poisons daughters classmate to death in Puducherry as she did not want him to perform in annual day
ଇର୍ଷା ପରାୟଣତାର କରୁଣ ପରିଣତି, ଝିଅର ବନ୍ଧୁକୁ ବିଷ ଦେଇ ହତ୍ୟା କଲେ ମହିଳା

ପୁଡୁଚେରୀ: ଥଣ୍ଡାରେ ପାନୀୟରେ ବିଷ ଦେଇ ଝିଅର ବନ୍ଧୁକୁ ହତ୍ୟା କଲା ମାଆ(Woman poisons daughters classmate) । ପୁଡୁଚେରୀର କରାଇକାଲ୍‌ ଜିଲ୍ଲାରେ ଏଭଳି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । ମୃତଙ୍କ ପରିବାରର ଅଭିଯୋଗ ପରେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୋଲିସ । ସ୍କୁଲ୍‌ରେ ବାର୍ଷିକ ଉତ୍ସବରେ ମୃତ ନାବାଳକ ଯୋଗ ଦେଉ ବୋଲି ଚାହୁଁନଥିଲେ ମହିଳା । ଯାହାଫଳରେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇବାକୁ ପଛାଇ ନାହାନ୍ତି ।

ରବିବାର ଷ୍ଟରଲାଇଟ ଇଂରାଜୀ ମିଡିୟମ ସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ଛାତ୍ର ବାଲା ମାନିକନ୍ଦନ ଘରକୁ ଫେରିବା ପରେ ପ୍ରବଳ ବାନ୍ତି କରିଥିଲେ । ଏହାପରେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ । ସ୍କୁଲ୍‌ରେ ୱାଚମ୍ୟାନ୍‌ ଦେଇଥିବା ଥଣ୍ଡାପାନୀୟ ପିଇବା ପରେ ତାଙ୍କୁ ବାନ୍ତି ହେଉଥିବା କଥା କହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ବାଲାଙ୍କ ବାପା ରାଜେନ୍ଦ୍ରନ ଏକ ଦୋକାନରେ କାମ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ପୁଅର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଛନ୍ତି । ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲାଙ୍କ ବାପା ।

ଏହାକୁ ନେଇ ସ୍କୁଲ୍‌ କର୍ତ୍ତୃପକ୍ଷ ଅଭିଭାବକ ଦେଇଥିବା ଥଣ୍ଡାପାନୀୟ ଛାତ୍ରଙ୍କୁ ଦିଆଯାଇଥିବା କୁହାଯାଇଥିଲା । ତେବେ ଛାତ୍ରଜଣଙ୍କୁ ତାଙ୍କ ପରିବାର ଲୋକେ କୌଣସି ପ୍ରକାର ଥଣ୍ଡାପାନୀୟ ଦେଇନଥିବା କଥା କହିଥିଲେ । ଏ ବାବାଦରେ ୱାଚ୍‌ମ୍ୟାନଙ୍କୁ ପଚାରିବାରୁ ସତ୍ୟତା ପଦାକୁ ଆସିଥିଲା । ୱାଚ୍‌ମ୍ୟାନଙ୍କୁ ଜଣେ ମହିଳା ନିଜକୁ ବାଲାର ପରିବାରବର୍ଗ ଦର୍ଶାଇ ସେହି ଥଣ୍ଡାପାନୀୟ ଦେଇଥିଲେ । ସିସିଟିଭି ଯାଞ୍ଚ ବେଳେ ମହିଳା ଜଣକ ସକାୟା ରାନୀ ଭିକ୍ଟୋରିଆ ବୋଲି ଜଣା ପଡ଼ିଥିଲା ।

ସକାୟା ରାନୀ ଭିକ୍ଟୋରିଆଙ୍କୁ ତୁରନ୍ତ ପୋଲିସ ଖୋଜି ଗିରଫ କରିଥିଲା । ସେ ଏକ ଥଣ୍ଡାପାନୀୟରେ ଏକ ବିଶାକ୍ତ ବଟିଆ ମିଶାଇ ବାଲା ପାଇଁ ୱାଚ୍‌ମ୍ୟାନକୁ ଦେଇଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା । ତାଙ୍କ ଝିଅ ବାଲା ସହ ସ୍କୁଲ୍‌ରେ ପଢ଼େ । ତେବେ ସ୍କୁଲ୍‌ର ବାର୍ଷିକ ଉତ୍ସବରେ ବାଲା ଭାଗ ନେଉ ମହିଳା ଜଣକ ଚାହୁଁନଥିଲେ । ତେଣୁ ସେ ଏଭଳି କାଣ୍ଡ କରିଛନ୍ତି । ଝିଅଠାରୁ ବାଲା ଭଳ ପ୍ରଦର୍ଶନ କରନ୍ତୁ ବୋଲି ସେ ଚାହୁଁନଥିଲେ । ଏଣୁ ଇର୍ଷା ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.