ଶ୍ରୀନଗର: ଭାରତ-ଚୀନ ସୀମା ନିକଟବର୍ତ୍ତୀ ପ୍ରତିବନ୍ଧିତ ଅଞ୍ଚଳରେ ଜୋର ଜବରଦସ୍ତି ରହୁଥିବା ଜଣେ ମହିଳାଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କୁ ଉକ୍ତ ସ୍ଥାନରୁ ସ୍ଥାନାନ୍ତରଣ କରିବା ପାଇଁ ଯାଇଥିବା ସୁରକ୍ଷାକର୍ମୀଙ୍କ ଟିମକୁ ମଧ୍ୟ ନାକେଦମ ହେବାକୁ ପଡିଛି । ମହିଳାଙ୍କ ଯୁକ୍ତି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ମହିଳାଜଣଙ୍କ ନିଜକୁ ଦେବୀ ପାର୍ବତୀ ବୋଲି ଦାବି କରୁଥିବା ସହ ଭଗବାନ ମହାଦେବଙ୍କୁ ବିବାହ କରିବାକୁ ସେ ଅପେକ୍ଷା କରିିଥିବା କହିଛନ୍ତି ।
ତେବ ମହିଳାଙ୍କ ବିଚିତ୍ର ବ୍ୟବହାର ସେତିକିରେ ଶେଷ ହୋଇନି ବରଂ ସୁରକ୍ଷା ବଳ ତାଙ୍କୁ ଉକ୍ତ ସ୍ଥାନରୁ ଫେରି ଆସିବାକୁ ବାଧ୍ୟ କରିବାକୁ ଚେଷ୍ଟା କରିବାରୁ ମହିଳାଜଣଙ୍କ ଆତ୍ମହତ୍ୟା କରବାର ଧମକ ମଧ୍ୟ ଦେଇଥିଲେ । ଫଳ ସ୍ବରୂପ ସୁରକ୍ଷା ବଳକୁ ନିରାଶ ହୋଇ ଫେରିବାକୁ ପଡିଛି । ସ୍ଥାନୀୟ ପିଥୋରାଗଡ ଏସପିଙ୍କ ସୂଚନା ଅନୁସାରେ, ଅନ୍ୟ ଏକ ବଡ ଟିମ ସହାୟତାରେ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଫେରାଇ ଅଣାଯିବା ପାଇଁ ପ୍ରୟାସ କରଯିବ ।
ମହିଳାଙ୍କ ସମ୍ପର୍କରେ ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ, ମହିଳାଜଣଙ୍କ ଉତ୍ତର ପ୍ରଦେଶର ଆଲିଗଞ୍ଜ ଅଞ୍ଚଳର ମୂଳ ବାସିନ୍ଦା । ସେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଠାରୁ ମାତ୍ର 15 ଦିନିଆ ଅନୁମତି ସହ ସେଠାକୁ ବୁଲିବାକୁ ଯାଇଥିଲେ । ତେବେ ତାଙ୍କର ପରିଭ୍ରମଣ ଅବଧି ଗତ ମାସ (ମେ’) 25 ତାରିଖରେ ଶେଷ ହୋଇଥିବା ବେଳ ସେ ସେଠାରୁ ଫେରିବା ପରିବର୍ତ୍ତେ ସେଠାରେ ହଁ ରହିବାକୁ ଲାଗିଥିଲେ ।
ଖବର ପାଇ ଏକ 3 ଜଣିଆ ପୋଲିସ ଟିମ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ସୁରକ୍ଷିତ ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଭୟ ଦେଖାଇ ପୋଲିସକୁ ଫେରାଇ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ମହିଳାଜଣଙ୍କ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ନୁହନ୍ତି । ତେବେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ପୋଲିସର ଏକ ବୃହତ ଟିମ ସହୟତାରେ ମହିଳାଙ୍କୁ ଉଦ୍ଧାର କରାଯିବା ନେଇ ସ୍ଥାନୀୟ ପୋଲିସ ଅଧିକାରୀ କହିଛି ।