ETV Bharat / bharat

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Sep 14, 2023, 8:01 PM IST

ପଶ୍ଚିମବଙ୍ଗର ପୁରୁଲିଆରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା । ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ଅଧିକ ପଢ଼ନ୍ତୁ

Woman killed allegedly for practising witchcraft
ଡାହାଣୀ ସନ୍ଦେହରେ ହତ୍ୟା ଘଟଣା

ନୂଆଦିଲ୍ଲୀ: ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା। 1993 ମସିହାରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡରେ ସଜ୍ଜା ଭୋଗୁଥିବା ଦୁଇ ଅଭିଯୁକ୍ତଙ୍କୁ ମିଳିବ ଆଶ୍ବସ୍ତି। ସେମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା 2 ଅଭିଯୁକ୍ତ 15 ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଜଣାପଡିଛି। ସଜ୍ଜା ଭୋଗୁଥିବା ବ୍ୟକ୍ତି ହେଲେ ବନ୍ଧୁ ଗୋରେନ ଏବଂ ରାଜେନ ଗୋରେନ।

ଏନେଇ 21 ଜୁଲାଇ 2010ମସିହାରେ ସମସ୍ତ 5 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଟ୍ରାଏଲ କୋର୍ଟ। ଏହାପରେ ଏହି 5 ଅଭିଯୁକ୍ତ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ 2011 ମସିହାରେ ସୁରେନ୍ଦ୍ର ଗୋରେନ, ରଣଜିତ ଗୋରାଇ ଏବଂ ରାଜେନ ଗୋରେନଙ୍କ ଆବେଦନର ଶୁଣାଣି କରାଯାଇ ଏହି ପିଟିସନକୁ ଖାରଜ କରାଯାଇଥିଲା । ତେବେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି କୋର୍ଟ ଜାଣିବାକୁ ପାଇଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ବନ୍ଧୁ ଗୋରେନ ଏବଂ ରାଜେନ ଗୋରେନଙ୍କ ନିକଟରେ ସେହି ସମୟରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା । ହେଲେ ସେମାନେ ହତ୍ୟାକାଣ୍ଡ ସମୟରେ ଅଭିଯୁକ୍ତଙ୍କ ସହଯୋଗୀ ଥିଲେ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ସେମାନେ ଯୋଜନାବଦ୍ଧ ଭାବେ ମହିଳାଙ୍କର ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ଏହା ବି ପଢନ୍ତୁ...ମିଡିଆ ଟ୍ରାଏଲକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ: ଗାଇଡଲାଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ଏହି ମାମଲାରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏନେଇ ଗତ 12 ତାରିଖରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, "ଉପଯୁକ୍ତ ସାକ୍ଷ ଓ ପ୍ରମାଣ ପାଇଁ ଏହି ବେଞ୍ଚ ଆଶାବାଦୀ ଥିଲା। ତେବେ ସର୍ବୋଚ୍ଚ ଅଦାଲତ ଏହି ଦୁଇ ଦୋଷୀଙ୍କୁ 15 ବର୍ଷରୁ ଅଧିକ ଜେଲ୍‌ରେ ଥିବାରୁ ରାଜ୍ୟ ସରକାରଙ୍କ ପ୍ରଚଳିତ ନୀତି ଅନୁଯାୟୀ କ୍ଷମା ମାଗିବାକୁ ଅନୁମତି ଦେଇଛନ୍ତି ।"

ନଭେମ୍ବର 2011ରେ, ଅନ୍ୟ 3 ଦୋଷୀ ସୁରେନ୍ଦ୍ର ଗୋରେନ, ରଣଜିତ ଗୋରାଇ ଏବଂ ରାଜେନ ଗୋରେନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଥିଲେ । କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଆବେଦନକାରୀମାନେ 15 ବର୍ଷ ଜେଲ୍‌ ଦଣ୍ଡ ଭୋଗିଛନ୍ତି । ତେଣୁ ସେମାନଙ୍କୁ କ୍ଷମା ମାଗିବାକୁ ଅନୁମତି ପ୍ରଦାନ କରାଯାଉଛି । ଅଭିଯୁକ୍ତମାନେ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କର ଦଣ୍ଡ କୋହଳ ହୋଇପାରିବ ବୋଲି ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ପଙ୍କଜ ମିଥଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.