ETV Bharat / bharat

୪ଟି ଗୋଡ ଥିବା ଶିଶୁ କନ୍ୟା ଜନ୍ମ ଦେଲେ ମହିଳା

୪ଟି ଗୋଡ ଥିବା ଏକ ଅଦ୍ଭୁତ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା । ମଧ୍ୟପ୍ରଦେଶରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ଅଧିକ ପଢନ୍ତୁ

author img

By

Published : Dec 16, 2022, 11:53 AM IST

Updated : Dec 16, 2022, 12:18 PM IST

୪ଟି ଗୋଡ ଥିବା ଶିଶୁ କନ୍ୟା ଜନ୍ମ ଦେଲେ ମହିଳା
୪ଟି ଗୋଡ ଥିବା ଶିଶୁ କନ୍ୟା ଜନ୍ମ ଦେଲେ ମହିଳା

ଭୋପାଳ: ମଧ୍ୟପ୍ରଦେଶରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ୪ଟି ଗୋଡ ଥିବା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଜଣେ ମହିଳା (Woman gives birth to baby girl with four legs ) । ବୁଧବାର କାମଲା ରାଜା ହସ୍ପିଟାଲରେ ଗ୍ବାଲିଅର ଜିଲ୍ଲା ସିକନ୍ଦର କାମ୍ପୁ ଅଞ୍ଚଳର ଆରତୀ କୁସଓ୍ବା ନାମକ ଜଣେ ମହିଳା ୪ଗୋଡ ଥିବା ଏହି ଅଦ୍ଭୁତ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଶିଶୁକନ୍ୟାର ଓଜନ ୨.୩ କିଲୋଗ୍ରାମ ହୋଇଥିବା ଜଣାପଡିଛି । ଜନ୍ମ ପରେ ଡାକ୍ତରଙ୍କ ଜୟରୋଗ୍ୟା ହସ୍ପିଟାଲର ଏକ ଟିମ୍ ଶିଶୁକୁ ପରୀକ୍ଷା କରିଥିଲେ । ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ରହିଥିବା ଡାକ୍ତର ମାନେ କହିଛନ୍ତି ।

ଜୟରୋଗ୍ୟା ହସ୍ପିଟାଲ ଗୃପର ଅଧୀକ୍ଷକ ଡକ୍ଟର ଆର.କେ. ଧାକାଡ କହିଛନ୍ତି, " ଜନ୍ମ ହେବା ପରେ ଶିଶୁ କନ୍ୟାଟିର ୪ଟି ଗୋଡ ଥିବା ଦେଖିବାକୁ ମିଳିଥିଲା । ନବଜାତର ଶାରୀରିକ ଗଠନ ସ୍ବଭାବିକ ନଥିଲା । ଆବଶ୍ୟକୀୟ ଅଙ୍ଗଠୁ ଶରୀର କିଛି ଅଧିକ ଅଙ୍ଗ ରହିଛି । ଯାହାକୁ ଡାକ୍ତରୀ ବିଜ୍ଞାନରେ ଇସ୍କିଓପାଗସ୍ କୁହାଯାଏ । ଶିଶୁ କନ୍ୟାଟିର ଅଣ୍ଟା ତଳେ ୨ଟି ଗୋଡ ରହିଛି । କିନ୍ତୁ ସେହି ଦୁଇଟି ଗୋଡ ଅକ୍ଷମ ।''

ଏହା ମଧ୍ୟ ପଢନ୍ତୁ-100ଦିନରେ ଭାରତ ଯୋଡ ଯାତ୍ରା, ସାମିଲ ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

"ବର୍ତ୍ତମାନ ଶିଶୁ ବିଭାଗର ଡାକ୍ତରମାନେ ଶିଶୁ କନ୍ୟାଟିର ଅନ୍ୟ ଅଙ୍ଗ ଗୁଡିକ ଠିକ ଅଛି ନା ନାହିଁ ତାର ପରୀକ୍ଷା ନୀରିକ୍ଷା କରୁଛନ୍ତି । ଯଦି ଶିଶୁ କନ୍ୟାଟିର ଅନ୍ୟ ଦୁଇଟି ଗୋଡ ଠିକ ରହିଥିବା ଜଣାପଡେ, ତେବେ ଚାରୋଟି ଗୋଡ ମଧ୍ୟରୁ ଦୁଇଟି ଗୋଡର ଅପରେସନ କରାଯାଇ ବାହାର କରାଯିବ । ଯାହାଫଳରେ ସେ ସାଧାରଣ ଶିଶୁଙ୍କ ପରି ବଞ୍ଚି ପାରିବେ ।''

Last Updated : Dec 16, 2022, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.