ଚଣ୍ଡିଗଡ଼: ହରିୟାଣାର ଯମୁନାନଗର ଜିଲ୍ଲା ଛଛରୌଲୀ ଥାନା ଅଧିନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡି଼ତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ସହିତ ପୀଡି଼ତାଙ୍କ ଡ଼ାକ୍ତରୀ ମାଇନା କରିଛି ।
ମିଳିଥିବା ସୂଚନା ଅନୁସାରେ ପୀଡିତା ମହିଳା 14 ବର୍ଷ ଧରି ଯମୁନାନଗରରେ ଥିବା ଏକ ବିଲ ମଧ୍ୟରେ ନିଜ ସ୍ବାମୀଙ୍କ ସହିତ ରହିଥାନ୍ତି । ତେବେ ଘଟଣା ଘଟିବା ଦିନ ସେ ରାତ୍ରିଭୋଜନ କରିସାରି ବସିଥିବାବେଳେ 5 ଜଣ ଦୁର୍ବୃତ୍ତ ରାତି ପ୍ରାୟ 11ଟା ସମୟରେ ଆସି ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପୀଡିତା ମହିଳାଙ୍କ ସ୍ବାମୀକୁ ବାନ୍ଧି ପକାଇଥିଲେ ।
ତେବେ ମହିଳା ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିକୁ ଆଘାତ ଦେବା ପରେ ସେମାନେ ଘଟଣାସ୍ଥଳରୁ ଚାଲିଯିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ପୀଡି଼ତା ମହିଳା ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପ୍ରମାଣକୁ ସଂଗ୍ରହ କରିବା ସହିତ ପୀଡିତା ଓ ତାଙ୍କ ସ୍ବାମୀଙ୍କ ବୟାନ ରେକର୍ଡ କରି ମାମଲା ରୁଜୁ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ