ଲକ୍ଷ୍ନୌ: ଥମୁନି ଲଜ୍ଜା । କମୁନି ମହିଳାଙ୍କ ଉପରେ ଅତ୍ୟାଚାର । କାମନା ଜ୍ବାଳାରେ ପିଶାଚ ସାଜୁଛି ମଣିଷ । ଛାତି ଥରାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି । 5 ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପରେ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଭାଇରାଲ କରିଛନ୍ତି ଅଭିଯୁକ୍ତ । ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଶାହାଜାନପୁର(UP's Shahjahanpur) ଅଞ୍ଚଳର ଘଟଣା । ଗତ ୨୨ ତାରିଖ ଦିନ ୫ ଜଣ ଦୁର୍ବୃତ୍ତ ଜୈନିକ ମହିଳାଙ୍କ ଘରେ ପଶି ତାଙ୍କୁ ଉଠାଇ ନେଇଥିଲେ । ପରେ ଏକ ଝୁମ୍ପୁଡିକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ । ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ ।
ଏନେଇ ଭୟରେ ଲୋକ ଲଜ୍ଜା ଭୟରେ ମହିଳା ଜଣକ କିଛି ଦିନ ପାଇଁ ଏ ଘଟଣା ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ । ସପ୍ତାହକ ପରେ ଅଭିଯୁକ୍ତମାନେ ଦୁଷ୍କର୍ମ ସମୟରେ ଭିଡିଓ ଭାଇରାଲ କରିଥିଲେ । ଏନେଇ ମହିଳା ଜଣକ ସାହାସ ଜୁଟାଇ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ । ପରେ ମହିଳାଙ୍କୁ ଡାକ୍ତରୀମାଇନ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଅଧୀକ୍ଷକ ସଞ୍ଜୟ କୁମାର ।