ETV Bharat / bharat

ଅନ୍ଧବିଶ୍ବାସ ! ଘରର ସମୃଦ୍ଧି ପାଇଁ ମହିଳାଙ୍କୁ ଚିତାଭସ୍ମ ଖୁଆଇଲେ ଶାଶୁଘର

author img

By

Published : Jan 21, 2023, 7:41 AM IST

ଅନ୍ଧବିଶ୍ବାସର ଅନ୍ଧାର ଗଳିରେ ମଣିଷ । ଘରର ସୁଖ ସମୃଦ୍ଧି ଓ ପୁତ୍ର ସନ୍ତାନ ପାଇଁ ମହିଳାଙ୍କୁ ଚିତାଭସ୍ମ ଖୁଆଇଲେ ଶାଶୁଘର ଲୋକେ । ଅଧିକ ପଢନ୍ତୁ

ମହିଳାଙ୍କୁ ଚିତାଭସ୍ମ ଖୁଆଇଲେ ଶାଶୁଘର
ମହିଳାଙ୍କୁ ଚିତାଭସ୍ମ ଖୁଆଇଲେ ଶାଶୁଘର

ମୁମ୍ବାଇ: ବିଜ୍ଞାନ ଦ୍ରୁତ ଅଗ୍ରଗତି କରୁଛି । ନୂଆ ନୂଆ ଆବିଷ୍କାର ଓ ଉଦ୍ଭାବନା କରୁଛି ମଣିଷ । ଏସବୁ ପରେ ଆଜି ମଧ୍ୟ ଅଧିକାଂଶ ଲୋକେ ଅନ୍ଧବିଶ୍ବାସର ଅନ୍ଧାର ଗଳିରୁ ମୁକୁଳି ପାରିନାହାନ୍ତି । ଧନ ପ୍ରାପ୍ତି ପାଇଁ ନରବଳି, ଗୁଣିଗାରେଡି, କଳାଯାଦୁ ଭଳି ଘଟଣା ଅନେକ ସମୟରେ ସଭ୍ୟ ସମାଜକୁ ଥରାଇ ଦେଉଛି । ଏହିଭଳି ଏକ ଘଟଣା ପୁଣେର ଧୈରି ଅଞ୍ଚଳରୁ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ଘରର ସୁଖ ସମୃଦ୍ଧି ଓ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଏଠାରେ ଜଣେ ମହିଳାଙ୍କୁ ଶ୍ମଶାନର ଚିତାଭସ୍ମ ଖୁଆଯାଇଛି । ସ୍ବାମୀ, ଶାଶୁ ଶ୍ବଶୁର ଓ ପରିବାରର ଅନ୍ୟ ସଦସ୍ୟ ମିଶି ମହିଳାଙ୍କୁ ଜୋର ଜବରଦସ୍ତ ମଣିଷର ଚିତା ପାଉଁଶ ଖୁଆଇଛନ୍ତି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ଶାଶୁଘର ଲୋକେ ଅନେକ ସମୟରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ସ୍ବାମୀ ଓ ପରିବାର ଲୋକେ ତାଙ୍କୁ ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରି ମାରପିଟ୍ କରୁଥିଲେ । ସେହିପରି ପରିବାର ଲୋକେ ଗୁଣିଗାରେଡିରେ ବିଶ୍ବାସ କରୁଥିଲେ । ଘରର ସୁଖ ଶାନ୍ତି ଓ ଧନ ଲାଭ ପାଇଁ ସେମାନେ କଳାଯାଦୁ ଓ ଅଘୋରୀ ପୂଜା କରୁଥିଲେ । କିଛି ଦିନ ତଳେ ସ୍ବାମୀ ଓ ଶାଶୁ ଶ୍ବଶୁର ଘରର ସମୃଦ୍ଧି ଓ ବୋହୂର ପୁତ୍ର ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅଘୋରୀ ପୂଜା କରି କୁକୁଡା ଓ ଛେଳି ବଳି ଦେଇଥିଲେ । ଏହାପରେ ସେମାନେ ମହିଳାଙ୍କୁ ଏକ ଶ୍ମଶାନକୁ ନେଇ ସେଠାରେ ତାଙ୍କୁ ଜୋର ଜବରଦସ୍ତ ଚିତାଭସ୍ମ ଖୁଆଇଥିଲେ ।

ଏହି ଅତ୍ୟାଚାର ସହି ନପାରି ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେ ନିଜର ସ୍ବାମୀ ଜୟେଶ ପୋକଲେ, ଶାଶୁ ଶ୍ବଶୁରଙ୍କ ସମେତ ୮ ଜଣଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଏନେଇ ମହିଳା କମିଶନରେ ଅଭିଯୋଗ ପରେ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ପୋଲିସକୁ ନିର୍ଦ୍ଦେଶ ଦେଇଛି ।

ନିକଟରେ ଅନ୍ଧବିଶ୍ବାସର ଏକ ଲୋମହର୍ଷଣକାରୀ କାଣ୍ଡ କେରଳରେ ଘଟିଥିଲା । ଏର୍ଣ୍ଣାକୁଲମ ଜିଲ୍ଲାର ଏକ ଦମ୍ପତି ଘରର ସମୃଦ୍ଧି, ସୁସ୍ଥ ଶରୀର ଓ ଦୀର୍ଘାୟୁ ହେବା ପାଇଁ ଦୁଇ ମହିଳାଙ୍କୁ ବଳି ଦେବା ପରେ ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ରୋଷେଇ କରି ଖାଇଥିଲେ । ଏନେଇ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣା ପଦାକୁ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.