ମୁମ୍ବାଇ: ସାମାନ୍ୟ ବଚସାରୁ ରକ୍ତପାତ। ସ୍ବାମୀ ପାଲଟିଗଲା ସଇତାନ। ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଜୀବନ ହାରିଲା ସ୍ବାମୀ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ। ତିନି ମୃତକ ହେଉଛନ୍ତି ଚିଖଲି ଗ୍ରାମର କିଶୋର କୁଟେ, ତାଙ୍କ ପତ୍ନୀ ବର୍ଷା ଦାଣ୍ଡଡେ କୁଟେଲ ଓ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏହା ମଧ୍ୟ ପଢନ୍ତୁ-ଖାକିରେ କଳଙ୍କ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ପୋଲିସ କନେଷ୍ଟବଳ
ବର୍ଷା ଚିଖିଲି ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ। ରବିବାର ରାତିରେ ଚିଖଲି ପୋଲିସ ଷ୍ଟେସନରେ ଡ୍ୟୁଟି ସରିବା ପରେ ବର୍ଷା ସକାଳେ ଘରକୁ ଆସିଥିଲେ। ଏହାପରେ ସ୍ବାମୀ କିଶୋର ଓ ବର୍ଷାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା। କିଶୋର ଉତକ୍ଷିପ୍ତ ହୋଇ ସ୍ତ୍ରୀ ବର୍ଷାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଶିଶୁକନ୍ୟାକୁ ଛୁରୀ ଭୁସି ହତ୍ୟା କରିଥିଲେ। ଦୁଇ ଜଣଙ୍କୁ ହତ୍ୟା କରିବା ପରେ କିଶୋର ବାଇକ ଯୋଗେ ନିକଟ ଗଙ୍ଗାଲଗାଓଁ ଗ୍ରାମକୁ ଯାଇ ସେଠାରେ ଏକ କୂଅରେ ଝୁଲି ପଡି ଆତ୍ମହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ସଇତାନ ବାପାର ନାରକୀୟ କାଣ୍ଡ, ସ୍ତ୍ରୀକୁ ଈର୍ଷା କରି ନେଇଗଲା ଝିଅର ଜୀବନ
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ , "ଗଙ୍ଗାଲଗାଓଁ ଗ୍ରାମର ଏକ କୂଅରେ କେହି ଜଣେ ବ୍ୟକ୍ତି ଝୁଲି ପଡିଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ବାଇକରୁ ଜାଣିବାକୁ ପାଇଥିଲା ଯେ ଏହା ବର୍ଷାଙ୍କ ନାମରେ ରହିଛି । ସଙ୍ଗେସଙ୍ଗେ ବର୍ଷାଙ୍କ ଭାଇଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିଶୋରଙ୍କୁ ଚିହ୍ନଟ କରିଥିଲେ।
ଏହା ମଧ୍ୟ ପଢନ୍ତୁ-କୁକୁର ପାଇଁ ଗଡିଲା ମୁଣ୍ଡ, ପତ୍ନୀଙ୍କ ସହ 2 ଛୁଆଙ୍କୁ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ
ଏହା ପରେ ପୋଲିସ ଚିଖଲି ଗାଁକୁ ଯାଇ ଯାଞ୍ଚ କରିବା ସମୟରେ ବର୍ଷା ଓ ତାଙ୍କ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁରା ଘଟଣାର ତଦନ୍ତ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ମୃତ ଦମ୍ପତିଙ୍କ ଆଉ ଏକ 8 ବର୍ଷର ଝିଅ ଘଟଣା ସମୟରେ ସ୍କୁଲ ଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଥିବା ପୋଲିସ କହିଛି ।