ETV Bharat / bharat

CAR ACCIDENT: ଭୟଙ୍କର ଦୁର୍ଘଟଣା, ସ୍ୱାମୀ ଆଖି ଆଗରେ ଜିଅନ୍ତା ଜଳିଗଲେ ସ୍ତ୍ରୀ

author img

By

Published : Feb 10, 2023, 9:42 PM IST

Updated : Feb 10, 2023, 9:50 PM IST

ଜିଅନ୍ତା ଅବସ୍ଥାରେ କାର ଭିତରେ ଜଳିଗଲେ ମହିଳା । ବିହାର ଗୟାଠାରେ ସଡକ ଦୁର୍ଘଟଣା ପରେ ମହିଳାଙ୍କ ଏପରି ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Woman burnt alive by fire
Woman burnt alive by fire
CAR ACCIDENT: ଗୟାରେ ଭୟଙ୍କର ଦୁର୍ଘଟଣା, ଜିଅନ୍ତା ଜଳିଗଲେ ମହିଳା

ପାଟନା: ବିହାର ଗୟାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । କାରଟି ସନ୍ତୁଳନ ହରାଇ ପୋଲରୁ ତଳକୁ ଖସିବା ପରେ ଏଥିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ କାରରେ ଥିବା ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ସ୍ବାମୀ କାର ଭିତରୁ ବାହାରିବାରେ ସଫଳ ହୋଇଥିବା ବେଳେ ପତ୍ନୀଙ୍କୁ ଉଦ୍ଧାର କରିପାରିନଥିଲେ । ଫଳରେ ମହିଳା ଜୀବିତ ଅବସ୍ଥାରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଠଣା ଘଟିଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ କାରରେ ଦମ୍ପତି ଟିକାରି ଥାନା ଅନ୍ତର୍ଗତ ମଉ ଅଞ୍ଚଳକୁ ଫେରୁଥିଲେ । ଟିକାରି-କୁର୍ଥା ରାସ୍ତାରେ ହଠାତ କାରଟି ସନ୍ତୁଳନ ହରାଇଥିଲା । ଏହାପରେ କାର ରାସ୍ତା ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ କାରରେ ନିଆଁ ଲାଗିଯାଇଥିଲା । କାର ଚଲାଉଥିବା ବ୍ୟକ୍ତି ଜଣକ ବାହାରକୁ ବାହାରି ଆସିଥିଲେ । କିନ୍ତୁ ନିଜ ପତ୍ନୀଙ୍କୁ ରକ୍ଷା କରିବାରେ ଅସଫଳ ହୋଇଥିଲେ । ସେ ପ୍ରଥମେ କାରରୁ ବାହାରିବା ପରେ ନିଜ ପତ୍ନୀଙ୍କୁ କାର ଭିତରୁ ବାହାର କରିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ନିଆଁ ଲାଗିଯିବା ଫଳରେ ସେ ଅକ୍ଷମ ରହିଥିଲେ । ଏହି ସମୟରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।

ଏହା ବି ପଢନ୍ତୁ- RajyaSabha News: ଉପରାଷ୍ଟ୍ରପତିଙ୍କୁ କଂଗ୍ରେସ ସାଂସଦଙ୍କ ପ୍ରଶ୍ନ, 'ଆପଣ କେତେ ଥର ପ୍ରେମ କରିଛନ୍ତି'

ବ୍ୟକ୍ତିଙ୍କ ନାମ ରାମ କୁମାର ବୋଲି ଜଣାପଡ଼ିଛି । ସେ ନିଜ ପତ୍ନୀ ସଙ୍ଗୀତା ଦେବୀଙ୍କ ଚିକିତ୍ସା ଲାଗି ଗୟା ଯାଇଥିଲେ । ଘରକୁ ଫେରିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳା ସଙ୍ଗୀତାଙ୍କ ମୃତଦେହକୁ କାରରୁ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ।

ଏ ନେଇ ଟିକାରି ଥାନାଧିକାରୀ ରାମ ଚୌଧୁରୀ କହିଛନ୍ତି, "ଏକ କାର ପୋଲରୁ ତଳକୁ ଖସପଡିଥିଲା । ଏହାପରେ କାରରେ ନିଆଁ ଲାଗିଯାଇଥିଲା । ଏହି କାରରେ ସ୍ବାମୀ ସ୍ତ୍ରୀ ଯାତ୍ରା କରୁଥିଲେ । ଏହି ସଡ଼କ ଦୁର୍ଘଟଣାରେ ସ୍ବାମୀର ଜୀବନ ବଞ୍ଚିଯାଇଥିବା ବେଳେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମହିଳାଙ୍କ ମୃତଦେହକୁ କାରରୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ଯାଞ୍ଚ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ଲାଗି ହସ୍ପିଟାଲକୁ ପଠାଯାଇଛି ।"

Last Updated : Feb 10, 2023, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.