ETV Bharat / bharat

ପିଲାଙ୍କ କଲେଜ୍‌ ଫି ପାଇଁ ବସ ଆଗକୁ ଡେଇଁଲା ମା’ - ପିଲାଙ୍କର କଲେଜ୍‌ ଫି ଦେବାକୁ ନଥିଲା ଟଙ୍କା

ପିଲାଙ୍କର କଲେଜ୍‌ ଫି ଦେବାକୁ ନଥିଲା ଟଙ୍କା । ନିଜର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ସରକାର କ୍ଷତିପୂରଣ ଦେବେ ବୋଲି ଶୁଣିଥିଲା ମାଆ । ଆଉ ସେଇ କ୍ଷତିପୂରଣରେ ପିଲାମାନଙ୍କ ଭବିଷ୍ୟତ ସଜାଡି ହୋଇଯିବ ଭାବି ବସ୍ ଆଗକୁ ଡେଇଁ ଜୀବନ ହାରି ଦେଲା ମାଆ । ଅଧିକ ପଢ଼ନ୍ତୁ

ପିଲାଙ୍କ କଲେଜ୍‌ ଫି ଆଶାରେ ପ୍ରାଣ ହାରିଲା ମାଆ !

author img

By

Published : Jul 18, 2023, 9:36 PM IST

Updated : Jul 19, 2023, 2:52 PM IST

ପିଲାଙ୍କ କଲେଜ୍‌ ଫି ଆଶାରେ ପ୍ରାଣ ହାରିଲା ମାଆ !

ଚେନ୍ନାଇ: ମଲାବେଳେ ବି ଯିଏ ପିଲାମାନଙ୍କ କଥା ଚିନ୍ତା କରେ, ସେ ହେଉଛି ମାଆ । ଦୁନିଆରେ ଯଦି କେହି ନିଃସ୍ବାର୍ଥପର ଭାବେ ଭଲପାଏ, ସେ ହେଉଛି ମାଆ । ପିଲାମାନଙ୍କ ଖୁସି ପାଇଁ ଯିଏ ମୃତ୍ୟୁକୁ ମଧ୍ୟ ହସି ହସି ଆପଣେଇ ନିଏ, ସେ ହେଉଛି ମାଆ । ମାଆର ଋଣ କେବେ ହେଲେ ଶୁଝି ହୁଏନାହିଁ । ମାଆର ବିକଳ୍ପ ହିଁ ନାହିଁ । ଏହିଭଳି ଜଣେ ମାଆ ନିଜ ପିଲାଙ୍କର ପଢା ଖର୍ଚ୍ଚ ପାଇଁ ମୃତ୍ୟୁକୁ ବାଛି ନେଇଛି । ସରକାରୀ ଅନୁଦାନରେ ପିଲାଙ୍କର ଭବିଷ୍ୟତ ସଜାଡି ହୋଇଯିବ ଭାବି ବସ୍ ଆଗକୁ ଡେଇଁ ଜୀବନ ହାରି ଦେଇଛି ଜଣେ ମାଆ ।

ଘଟଣାଟି ଘଟିଛି ତାମିଲନାଡୁର ସାଲେମରେ । ମୃତ ମହିଳା ଜଣଙ୍କ ହେଲେ ପାପ୍ପାତି । ସେ ସାଲେମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବିପର ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି । ଦ୍ରୁତଗାମୀ ବସ୍ ଆଗକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କ ପୁଅ ଓ ଝିଅ ଉଭୟ କଲେଜ୍‌ରେ ପଢ଼ନ୍ତି । ହେଲେ ସେମାନଙ୍କର କଲେଜ ଫିସ୍ ଦେବାକୁ ପାପ୍ପାତି ଅସମର୍ଥ ଥିଲେ । ଏନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ । ଯଦି ସେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ତେବେ ସରକାର ତାଙ୍କ ପିଲା ମାନଙ୍କୁ କ୍ଷତିପୂରଣ ଦେବେ ବୋଲି କେହି ତାଙ୍କୁ କହିଥିଲେ । ଫଳରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ଦ୍ଦୟ ମାଆ ! ମାସକର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗ

ତେବେ ଏହି ସମୟର ଏକ ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଜାଣିଶୁଣି ଚଳନ୍ତା ଗାଡି ଆଗକୁ ଚାଲି ଯାଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏଥିରେ ଦେଖିବାକୁ ମିଳୁଛି, ଗୋଟିଏ ଛୋଟ ରାସ୍ତାରେ ପାପ୍ପାତି ଚାଲି ଚାଲି ଯାଉଥିଲେ । କିଛି ସମୟ ପରେ ସେ ରାସ୍ତା ଅତିକ୍ରମ କରିବା ସହ ଦ୍ରୁତଗାମୀ ବସ୍‌ ଆଗକୁ ଆସିଯାଇଥିଲେ । ଫଳରେ ବସ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା । ଏହି ଘଟଣାଟି ଗତ ଜୁନ ୨୮ ତାରିଖରେ ଘଟିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । ପ୍ରାଥମିକ ଭାବେ ପୋଲିସ୍‌ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ପିଲାଙ୍କୁ କ୍ଷତିପୂରଣ ବାବଦରେ ଟଙ୍କା ମିଳିବ ବୋଲି ଭାବି ନେଇ ସେ ଏହି ରାସ୍ତା ଆପଣାଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2023, 2:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.