ନୂଆଦିଲ୍ଲୀ: ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜିଜୁ ଆଜି (ରବିବାର) ମଣିପୁର ଗସ୍ତରେ ଯିବେ । ସେଠାରେ ନବନିଯୁକ୍ତ ବିଜେପି ସାଂସଦଙ୍କ ସହ ବୈଠକ କରିବେ । ୟୁପି, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିପୁଳ ବିଜୟ ହାସଲ କରିଛି ବିଜେପି । ବିଜୟ ପରେ ମଣିପୁରରେ ନବନିଯୁକ୍ତ ସାଂସଦଙ୍କ ସହ ଆଗାମୀ ରଣନୀତି ପ୍ରସ୍ତୁତ ପାଇଁ ସେମାନଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ । ଅପରାହ୍ନ ୩ଟାରେ ବିଜେପି ମଣିପୁରର ବିଧାୟକଙ୍କ ସହ ଦଳୀୟ ବୈଠକ ଅନୁଷ୍ଠିତ ହେବ ।
ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ ବିଜେପି । ଏନ ବିରେନ ସିଂ ଓ ବିଶ୍ବଜିତ ସିଂ ଦୁଇଜଣଙ୍କ ଭିତରୁ ଜଣେ ମଣିପୁର ଗାଦିରେ ବସିବେ । ଏନ ବିରେନ ସିଂ କହିଛନ୍ତି ସେ କେବେ ବି କେବେ ବି ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କିଛି ପଦ ପାଇଁ ନିର୍ବାଚନ ଲଢିନାହାନ୍ତି କେବଳ ଜଣେ ବିଜେପି କର୍ମୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉଚ୍ଚ ଅଧିକାରୀଙ୍କ ନିଷ୍ପତ୍ତି । ବିଜେପି କେନ୍ଦ୍ରୀୟ ନେତୃତ୍ବ ନେଇଥିବା ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିବା କହିଛନ୍ତି ଏନ ବିରେନ ସିଂ ।
ସେହିପରି ବିଶ୍ବଜିତ ସିଂ ମଧ୍ୟ ପରବର୍ତ୍ତୀ ସିଏମ କିଏ ହେବ ସେ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଶ୍ବଜିତ କହିଛନ୍ତି କିଏ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ । ଆମ ଭିତରେ କୌଣସି ଗୋଷ୍ଠୀ ନାହିଁ ଏହା ନିଶ୍ଚିନ୍ତ । ବିଜେପି ଏକ ଗଣତାନ୍ତ୍ରିକ ଦଳ ଏବଂ ସେ ହିଁ କିଏ ପରବର୍ତ୍ତୀ ସିଏମ ହେବ ତାହା ନିଷ୍ପତ୍ତି ନେବେ ।
ପ୍ରକାଶ ଥାଉ କି, ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ମଣିପୁରରେ ସଫଳତା ହାସଲ କରିଛି ବିଜେପି । ୬୦ ଟି ଆସନରୁ ୩୨ଟି ଆସନ ହାତେଇଛି ବେଜେପି । କଂଗ୍ରେସ ୫ଟି ଓ ଏନପିପି ୭ଟି ସିଟ ହାତେଇଥିବାବେଳେ ଅନ୍ୟାନ୍ୟ ୧୬ଟି ସିଟ ହାତେଇଥିଲା ।
@ANI