ETV Bharat / bharat

UP Assemly Polls: ପଦ୍ମର ପ୍ରତିଶୃତି ବର୍ଷା, ପ୍ରତି ପରିବାରରେ ଜଣଙ୍କୁ ଚାକିରୀ

author img

By

Published : Feb 8, 2022, 12:35 PM IST

Updated : Feb 8, 2022, 1:12 PM IST

ନିର୍ବାଚନ ଇସ୍ତାହାର ଜାରି କରି ମାଳମାଳ ପ୍ରତିଶ୍ରୁତିରେ ଭୋଟରଙ୍କୁ ପୋତି ପକାଇଛି ଦଳ । ରାଜ୍ୟ ମୁଖ୍ୟାଳୟରେ ଘୋଷଣାପତ୍ର ଜାରି କରିଛି ବିଜେପି । ଅଧିକ ପଢନ୍ତୁ

ପଦ୍ମର ପ୍ରତିଶ୍ରୁତି ବର୍ଷା
ପଦ୍ମର ପ୍ରତିଶ୍ରୁତି ବର୍ଷା

ଲକ୍ଷ୍ନୌ: ଆଉ ଦୁଇ ଦିନ ପରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ । ଏ ନେଇ ପ୍ରସ୍ତୁତି ଜୋରସୋର ହୋଇଛି । ଭୋଟରଙ୍କ ମନ ଜିଣିବାକୁ ଭୋଟରଙ୍କୁ ମିଳୁଛି ଗଦା ଗଦା ପ୍ରତିଶ୍ରୁତି । ଏହାରି ଭିତରେ ଆଜି ବିଜେପି ତାର ପ୍ରତିଶ୍ରୁତି ପେଡି ଖୋଲିଛି । ନିର୍ବାଚନୀ ଇସ୍ତାହାର ଜାରି କରି ମାଳ ମାଳ ପ୍ରତିଶ୍ରୁତିରେ ଭୋଟରଙ୍କୁ ପୋତି ପକାଇଛି ଦଳ । ରାଜ୍ୟ ମୁଖ୍ୟାଳୟରେ ଘୋଷଣାପତ୍ର ଜାରି କରିଛି ବିଜେପି । ୟୁପି ବିଜେପି ନିର୍ବାଚନୀ ଇସ୍ତାହାରକୁ ଲୋକ କଲ୍ୟାଣ ସଂକଳ୍ପ ପତ୍ର ନାଁ ଦେଇଛି। ଯେଉଁଥିରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବାକୁ କଥା ଦେଇଛି ଦଳ ।

ପ୍ରତିଶୃତି ବର୍ଷା କଲା ପଦ୍ମ
ପ୍ରତିଶୃତି ବର୍ଷା କଲା ପଦ୍ମ

ଯୁବଗୋଷ୍ଠୀ, କୃଷକ ଏବଂ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଇସ୍ତାହାର ଜାରି କରିଛି ଦଳ । ଏହା ସହ ଏକ ନିର୍ବାଚନୀ ଗୀତ ମଧ୍ୟ ରିଲିଜ କରିଛି ବିଜେପି । ନଜର ପକାନ୍ତୁ କଣ କଣ ପ୍ରତିଶ୍ରୁତି ଦେଇଛି ପଦ୍ମ ।

  • କ୍ଷମତାକୁ ଆସିଲେ ପ୍ରତି ପରିବାରରେ ଜଣଙ୍କୁ ଚାକିରୀ ।
  • ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ଶସ୍ତା ରାସନ ।
  • ଛାତ୍ରୀଙ୍କ ପାଇଁ ସ୍କୁଟି ।
  • ଛାତ୍ରଛାତ୍ରୀଙ୍କ ପାଇଁ ଟାବଲେଟ ଓ ସ୍ମାର୍ଟଫୋନ ଯୋଜନା ଜାରି ରହିବ ।
  • କୃଷକଙ୍କ ପାଇଁ ଫସଲ ବୀମା ଯୋଜନା ।
  • କୃଷକଙ୍କୁ ଚାଷ ପାଇଁ ମାଗଣା ସୋଲାର ପମ୍ପ ।

ଫେବ୍ରୁଆରୀ ୬ରେ ବିଜେପି ଇସ୍ତାହାର ଘୋଷଣା କରିଥାନ୍ତା । ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦେହାନ୍ତ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବିଜେପି ସ୍ଥଗିତ କରିଥିଲା । ନିର୍ବାଚନ ତାରିଖ ଘୋଷଣା ପର ଠାରୁ ୟୁପିରେ ସବୁ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ ହେବ । ଇସ୍ତାହାର ଜାରି ସମୟରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଡେପୁଟି ସିଏମ ଦିନେଶ ଶର୍ମା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ୟୁପି ଫାଇଟ: ମହାମାରୀକୁ ନେଇ ଟ୍ବିଟରରେ ମୁହାଁମୁହିଁ ଦୁଇ ରାଜ୍ୟ ମୁଖିଆ

ପ୍ରକାଶ ଥାଉ କି, ଉତ୍ତରପ୍ରଦେଶରେ ୪୦୩ଟି ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଫେବ୍ରୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୭ରେ ଅନ୍ତିମ ପର୍ଯ୍ୟାୟ ମଦଦାନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

Last Updated : Feb 8, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.