ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିରାମ ଲଗାଇଛନ୍ତି । କୌଣସି ବି ପରିସ୍ଥିତିରେ ଆମ ଆଦମି ପାର୍ଟି ଇଣ୍ଡିଆ ସହିତ ମେଣ୍ଟ ଭାଙ୍ଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏ ନେଇ ସ୍ପଷ୍ଟ କରିଛନ୍ତି କେଜ୍ରିୱାଲ ।
-
INDIA Alliance और पंजाब में नशे के ख़िलाफ़ जंग पर CM केजरीवाल 🔥
— AAP (@AamAadmiParty) September 29, 2023 " class="align-text-top noRightClick twitterSection" data="
INDIA Alliance
“AAP, INDIA Alliance के धर्म को निभाने के लिए पूरी तरह Committed है, AAP किसी भी हालत में INDIA Alliance से अलग नहीं होगा”
नशे के ख़िलाफ़ जंग
पंजाब में आम आदमी पार्टी की सरकार में नशे के ख़िलाफ़ जो… pic.twitter.com/h5bNWwRHB6
">INDIA Alliance और पंजाब में नशे के ख़िलाफ़ जंग पर CM केजरीवाल 🔥
— AAP (@AamAadmiParty) September 29, 2023
INDIA Alliance
“AAP, INDIA Alliance के धर्म को निभाने के लिए पूरी तरह Committed है, AAP किसी भी हालत में INDIA Alliance से अलग नहीं होगा”
नशे के ख़िलाफ़ जंग
पंजाब में आम आदमी पार्टी की सरकार में नशे के ख़िलाफ़ जो… pic.twitter.com/h5bNWwRHB6INDIA Alliance और पंजाब में नशे के ख़िलाफ़ जंग पर CM केजरीवाल 🔥
— AAP (@AamAadmiParty) September 29, 2023
INDIA Alliance
“AAP, INDIA Alliance के धर्म को निभाने के लिए पूरी तरह Committed है, AAP किसी भी हालत में INDIA Alliance से अलग नहीं होगा”
नशे के ख़िलाफ़ जंग
पंजाब में आम आदमी पार्टी की सरकार में नशे के ख़िलाफ़ जो… pic.twitter.com/h5bNWwRHB6
ଏହି ସାମ୍ବାଦିକ ସମ୍ମିଳନୀ ଶେଷ ପରେ ଆପ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, "ଇଣ୍ଡିଆ ମେଣ୍ଟ ସହିତ ଆମ ଆଦମି ପାର୍ଟି ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଯେହେତୁ ଏଯାବତ ମେଣ୍ଟ ସହିତ ସିଟ୍ ସେୟାରିଂ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ, ତଥାପି ଏଥିଲାଗି ସମୟ ଲାଗିବ । " ଆମେ ଏପରି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଯାଉଛୁ ଯେ ଯେପରି ପ୍ରତିଟି ନାଗରିକ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ଭାବିବ । ଆପ୍ ମେଣ୍ଟ ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।"
ଏହା ବି ପଢନ୍ତୁ- Punjab: କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲା AAP, ସବୁ ଆସନରେ ଏକାକୀ ଲଢିବ
ସୂଚନା ଥାଉ କି 2015 ଡ୍ରଗ୍ସ ଚୋରାଚାଲାଣ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରାଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ଏ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କେଜ୍ରିୱାଲ ଉତ୍ତର ରଖି କହିଛନ୍ତି, " ଗତକାଲି ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକଙ୍କୁ ଗିରଫ କରିଥିବା ନେଇ ମୋତେ ସୂଚନା ମିଳିଥିଲା । ହେଲେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମୋ ନିକଟରେ ନାହିଁ । ପଞ୍ଜାବ ପୋଲିସ ଏ ନେଇ ଭଲ ଭାବେ ତଥ୍ୟ ରଖିପାରିବେ । ହେଲେ ଡ୍ରଗ୍ସ କାରବାରକୁ ବନ୍ଦ କରିବା ଲାଗି ଦଳ ସ୍ବତନ୍ତ୍ର ବ୍ୟବସ୍ଥା ହାତକୁ ନେଇଛି । ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହୁଏ ତାକୁ ଛଡ଼ାଯିବ ନାହିଁ ।"
କଂଗ୍ରେସ ବିଧାୟକ ସୁଖପାଲଙ୍କୁ ଗିରଫ ପରେ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଏକପ୍ରକାର ବିବାଦ ଦେଖିବାକୁ ମିଳିଛି । ସେପଟେ ଗତ କିଛି ଦିନ ପୂର୍ବରୁ କଂଗ୍ରେସର ନେତା ପଞ୍ଜାବରେ ବୟାନ ଦେଇଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ 13ଟି ଲୋକସଭା ଆସନରୁ ନିର୍ବାଚନ ଲଢିବ । ପରୋକ୍ଷରେ ଆମ ଆଦମି ପାର୍ଟି ସହିତ ସିଟ୍ ସେୟାରିଂ ଲାଗି କଂଗ୍ରେସ ଏକପ୍ରକାର ମନା କରିଦେଇଛି। ହେଲେ ଏଯାବତ ଏହି ପ୍ରସଙ୍ଗରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇନାହିଁ । ଅନ୍ୟପଟେ ଦିଲ୍ଲୀରେ ମଧ୍ୟ ସିଟ୍ ସେୟାରିଂକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ମତଭେଦ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ