ଦିସପୁର: ଲଭ ଜିହାଦ ବିରୋଧରେ କଠୋର ଆଭିମୁଖ୍ୟ ଆପଣାଇବାକୁ ଯାଉଛନ୍ତି ସରକାର । ଏନେଇ ଆସାମର ଏକ ନିର୍ବାଚନୀ ରାଲିରୁ ସଙ୍କେତ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଆସାମରେ ପୁନର୍ବାର ବିଜେପି ସରକାର ଗଠନ ହେଲେ ଲଭ ଜିହାଦ ଉପରେ ରୋକ ଲଗାଇବାକୁ ଆଇନ ଆସିବ ବୋଲି କହିଛନ୍ତି ଗୃହମନ୍ତ୍ରୀ । ସେପଟେ କେରଳରେ ମଧ୍ୟ ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି ବିଜେପି ।
ଏହାପୂର୍ବରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଲଭ ଜିହାଦ ବିରୋଧରେ ଆଣିସାରିଛନ୍ତି ଅଧ୍ୟାଦେଶ । ସେପଟେ ହରିୟାଣା ସରକାର ମଧ୍ୟ ଆଇନ ଆଣିବାକୁ ବିଚାର ଚଳାଇଛନ୍ତି ।