ETV Bharat / bharat

ପ୍ରେମ ବିବାହ କରିଥିଲେ, ଯୁକ୍ତ ଦୁଇ ପାସ କରିଥିବାରୁ ସ୍ବାମୀକୁ ଛାଡପତ୍ର ଦେଲା ସ୍ତ୍ରୀ

author img

By

Published : Jan 20, 2023, 1:03 PM IST

ଯୁକ୍ତ ଦୁଇ ପାଠ ପଢିଥିବା ଯୁବକଙ୍କୁ ପ୍ରେମ ବିବାହ କରିଥିଲେ ଉଚ୍ଚ ଶିକ୍ଷିତା ଯୁବତୀ । କମ ପାଠ ପଢିଥିବାରୁ ଦେଲେ ଛାଡପତ୍ର । ଅଧିକ ପଢନ୍ତୁ

love marriage in Aligarh
love marriage in Aligarh

ଲକ୍ଷ୍ନୌ: କୁହାଯାଏ ପ୍ରେମ ଅନ୍ଧ । କେତେ ବେଳେ କାହାକୁ କେଉଁ ପରିସ୍ଥିତିରେ ପ୍ରେମ ହୋଇଯିବ ତାହା କାହାକୁ ବି ଜଣା ନାହିଁ । ପ୍ରେମରେ ପଡିଥିବା ଲୋକ ଉଚ୍ଚ-ନୀଚ୍ଚ ଓ ଭଲ ମନ୍ଦ କିଛି ବିଚାର କରିପାରନ୍ତି ନାହିଁ । ଯିଏ ପ୍ରେମ କରନ୍ତି ସେମାନେ ସବୁ ସୀମା ପାର କରିଦିଅନ୍ତି । କିନ୍ତୁ ଯେତବେଳେ ବାସ୍ତବତା ଜଣାପଡେ ସେତେବେଳେ ଜୀବନର ଅର୍ଥକୁ ବୁଝିହୁଏ । ପ୍ରେମ କରି ଜଣେ ଯବତୀ ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ଯୁବକ ଜଣଙ୍କ କମ ପାଠ ପଢିଥିବା ଜାଣିବା ପରେ ଛାଡପତ୍ର ଦେଇଛନ୍ତି ପତ୍ନୀ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଲିଗଡରେ ।

ଅତ୍ରୋଲି ପୋଲିସ ଷ୍ଟେସନର ଜଣେ ଯୁବତୀ କଳାରେ ପିଜି କରିଥିବା ବେଳେ ବିଇଡି ମଧ୍ୟ ପାସ କରିଛନ୍ତି । ସେ ସେହି ଅଞ୍ଚଳର ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ । ଦିନ ଗଡିବା ସହ ଉଭୟଙ୍କ ମଧ୍ୟରେ ବଢିଚାଲିଲା ପ୍ରେମ ସମ୍ପର୍କ । ଦିନ ଏପରି ଆସିଲା ଯେ ଉଭୟ ପରସ୍ପରକୁ ଛାଡି ବଞ୍ଚିପାରିବେ ନାହିଁ ବୋଲି ଭାବିଥିଲେ । ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

ପରିବାର ଠାରୁ ଦୂରେଇ ଯାଇ ଉଭୟ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ସ୍ତ୍ରୀ ସ୍ବାମୀଙ୍କୁ ଶିକ୍ଷାଗତ ଯୋଗ୍ୟତା ବିଷୟରେ ପଚାରିଥିଲା । ସେତେବେଳେ ତାଙ୍କ ସ୍ବାମୀ ଯୁକ୍ତ ଦୁଇ ପାସ କରିଥିବା କହିଥିଲେ । ଏହା ଜାଣିବାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସା । ଏହି କଥା ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଜାଣିବାକୁ ପାଇଥିଲେ । ଏହାପରେ ସ୍ତ୍ରୀ ସ୍ବାମୀଙ୍କୁ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଘଟଣା ଯାଇ ପହଞ୍ଚିଥିଲା କୋର୍ଟରେ । ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ଯୁବତୀ ଜଣଙ୍କ ନିଜ ଜିଦରେ ଅଟଳ ରହି ଶେଷରେ ବିବାହ କରିଥିବା ପ୍ରେମିକକୁ ଛାଡପତ୍ର ଦେଇଥିଲେ ।

ଏନେଇ କାଉନସିଲର ୟୋଗେସ ସରସ୍ବତ କହିଛନ୍ତି ଯେ, ''ଯୁବକ ଓ ଯୁବତୀ ପ୍ରେମ ବିବାହ କରିଥିଲେ । କିନ୍ତୁ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ପରେ ତାଙ୍କୁ ଛାଡପତ୍ର ଦେବା ପାଇଁ ଫାମିଲି କୋର୍ଟରେ ଆବେଦନ କରିଥିଲେ ଯୁବତୀ । ଉଭୟଙ୍କୁ ମୁଁ ବୁଝାସୁଝା କରିଥିଲି । କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଉଭୟଙ୍କ ବିବୃତ୍ତି କୋର୍ଟରେ ଉପସ୍ଥାପନ କରାଯାଇଛି । ଖୁବ ଶୀଘ୍ର କୋର୍ଟ ଉଭୟଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିବାକୁ ଯାଉଛନ୍ତି, କିନ୍ତୁ ପ୍ରେମ ବିବାହ ପରେ ଯୁବତୀଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.