ETV Bharat / bharat

ସେନାରେ ସାମିଲ ହେବେ ଶହୀଦ ନାଏକ ଦୀପକଙ୍କ ପତ୍ନୀ, ପାସ କଲେ ଆର୍ମି ଟେଷ୍ଟ

author img

By

Published : Feb 6, 2022, 1:14 PM IST

ଗଲୱାନ ଶହୀଦ ନାଏକ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ସେନାରେ ସାମିଲ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆର୍ମି ଟେଷ୍ଟରେ କୃତକାର୍ଯ୍ୟ ହୋଇଛନ୍ତି ରେଖା ଦେବୀ । ଆହ୍ଲାବାଦରେ ଚାଲିଥିବା ୫ ଦିନିଆ ଏସ୍‌ଏସ୍‌ବି (ସର୍ଭିସ ସିଲେକ୍ସନ ବୋର୍ଡ)ର ପର୍ସନାଲିଟି ଓ ଇଣ୍ଟେଲିଜେନ୍ସ ଟେଷ୍ଟରେ ସେ ପାସ୍‌ କରିଛନ୍ତି । ଅଧିକ ପଢନ୍ତୁ

ସେନାରେ ସାମିଲେ ହେବେ ସହୀଦ ନାଏକ ଦୀପକଙ୍କ ପତ୍ନୀ

ନୂଆଦିଲ୍ଲୀ: ସେନାରେ ସାମିଲ ହେବେ ଶହୀଦଙ୍କ ପତ୍ନୀ । ଗଲୱାନ ଶହୀଦ ନାଏକ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ସେନାରେ ସାମିଲ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଏନେଇ ଆର୍ମି ଟେଷ୍ଟରେ କୃତକାର୍ଯ୍ୟ ହୋଇଛନ୍ତି ରେଖା ଦେବୀ । ଆହ୍ଲାବାଦରେ ଚାଲିଥିବା ୫ ଦିନିଆ ଏସ୍‌ଏସ୍‌ବି (ସର୍ଭିସ ସିଲେକ୍ସନ ବୋର୍ଡ)ର ପର୍ସନାଲିଟି ଓ ଇଣ୍ଟେଲିଜେନ୍ସ ଟେଷ୍ଟରେ ସେ ପାସ୍‌ କରିଛନ୍ତି ।

ଏହା ପରେ ବର୍ତ୍ତମାନ ସେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ତାଲିମ୍‌ ନେବେ । ସେଠାରେ ୯ମାସ ଟ୍ରେନିଂ ନେବା ପରେ ସେ ଆର୍ମିରେ ଲେପ୍ଟନାଣ୍ଟ ଭାବେ କାର୍ଯ୍ୟ କରିବେ । ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବାସିନ୍ଦା ହେଉଛନ୍ତି ରେଖା ଦେବୀ । ଗତବର୍ଷ ନଭେମ୍ବରରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସ୍ବାମୀଙ୍କୁ ମରଣୋତ୍ତର ଭାବେ ମିଳିଥିବା ବୀରଚକ୍ର ସମ୍ମାନ ଗ୍ରହଣ କରିଥିଲେ ।

ଦୀପକ ସିଂହ ବିହାର ରେଜିମେଣ୍ଟର ୧୬ ବାଟାଲିୟନରେ କାର୍ଯ୍ୟରତ ଥିଲେ । ୨୦୨୦ ଜୁନ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍‌ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ ସେମାନଙ୍କ ମଧ୍ୟରେ ଦୀପକ ଥିଲେ ଅନ୍ୟତମ । ୨୩ ବର୍ଷ ବୟସରେ ଦୀପକଙ୍କ ହାତ ଧରିଥିଲେ ରେଖା । ଦେଶସେବା କରି ଜୀବନରୁ ଉତ୍ସର୍ଗ କରିଥିବା ଦୀପକଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି ପତ୍ନୀ ରେଖୀ ଦେବୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.