ମୁମ୍ବାଇ: ଘରୋଇ କଳିରେ କ୍ରୋଧାନ୍ବିତ ହୋଇ ପତ୍ନୀକୁ ହତ୍ୟା କରିଥିଲେ ଜଣେ ବ୍ୟକ୍ତି । ଏହାକୁ ନେଇ କୋର୍ଟ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ (Wife murder convict sentenced jail in Maharashtra ) । ତେବେ ତାଙ୍କ ଦୁଇଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କ ଦଣ୍ଡାଦେଶକୁ ୧୦ ବର୍ଷରୁ ୫ ବର୍ଷକୁ କମାଇ ଦେଇଛନ୍ତି ବମ୍ବେ ସେସନ କୋର୍ଟ ।
କିଛି ଦିନ ପୂର୍ବରୁ ବ୍ରିଜେଶ କୁମାର ପ୍ରସାଦ ନାମକ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ କଳି ଲାଗି ରହୁଥିଲା । ଦିନେ ଏହି ଘରୋଇ କଳି ଉଗ୍ର ରୂପ ନେଇଥିଲା । ତାଙ୍କ ପତ୍ନୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ନିଜକୁ ରକ୍ଷା କରିବାକୁ ଯାଇ ସେ ପତ୍ନୀଙ୍କୁ ଏକ ଚାପୁ଼ଡା ମାରିଥିଲେ । ଏଥିରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହାକୁ ନେଇ ବ୍ରିଜେଶ କୁମାର ପ୍ରସାଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ।
ଏହି ମାମଲାର ଶୁଣାଣି କରି କୋର୍ଟଙ୍କ ପ୍ରଥମେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ଉଦ୍ଦେଶ୍ୟହୀନ ଭାବରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ କୋର୍ଟ ଶୁଣାଣି କରିଥିଲେ । ଏଣୁ ତାଙ୍କୁ ୧୦ ବର୍ଷ ହିଁ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଅଭିଯୁକ୍ତଙ୍କ ଦୁଇଜଣ ଛୋଟ ଝିଅ ରହିଥିବାରୁ ଜେଲ ଦଣ୍ଡକୁ କମାଇଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଅଭିଯୁକ୍ତଙ୍କ ଓକିଲ ।
କୋର୍ଟ ଏହି ଆବେଦନର ଶୁଣାଣି କରି ପୁନଃ ଏହି ମାମଲାର ଶୁଣାଣି କରିଥିଲେ । ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ବ୍ରିଜେଶ କୁମାରଙ୍କ ଦଣ୍ଡକୁ ୫ ବର୍ଷ କମାଇ ଦେଇଛନ୍ତି । ବମ୍ବେ ସେସନ କୋର୍ଟର ବିଚାରପତି ଏବି ଶର୍ମା ଏହି ଶୁଣାଣି କରିଛନ୍ତି । ବର୍ତ୍ତମାନ ଝିଅଙ୍କ ଦାୟିତ୍ବ ବ୍ରିଜେଶ କୁମାରଙ୍କ ହାତରେ ରହିଥିବାରୁ ଏଭଳି ଶୁଣାଣି କରିଛନ୍ତି କୋର୍ଟ ।