ETV Bharat / bharat

ଆଦାନୀ ପ୍ରସଙ୍ଗକୁ ନେଇ ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ କାହିଁକି ଏତେ ଡର ?

author img

By

Published : Mar 27, 2023, 3:53 PM IST

Updated : Mar 27, 2023, 3:59 PM IST

ପୁଣି ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ ବାଣ । କହିଲେ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ଏତେ ଡର ? ଅଧିକ ପଢନ୍ତୁ

Rahul targets PM Modi
Rahul targets PM Modi

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଆଦାନୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଆଦାନୀ ଗ୍ରୁପର କେଳେଙ୍କାରୀ ପର୍ଦ୍ଦାଫାଶ ହେବା ପରେ ମଧ୍ୟ କାହିଁକି ଲୋକଙ୍କ ଅବସରକାଳୀନ ପାଣ୍ଠିକୁ ନିବେଶ କରାଯାଉଛି ? ଏହା ଉପରେ ତଦନ୍ତ କାହିଁକି ହେଉନାହିଁ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଉନଥିବା ବେଳେ ଜବାବ ମଧ୍ୟ ରଖୁନାହାନ୍ତି । କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏତେ ଡର ବୋଲି ସୋମବାର ଟ୍ବିଟ କରି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ।

  • LIC की पूंजी, अडानी को!
    SBI की पूंजी, अडानी को!
    EPFO की पूंजी भी, अडानी को!

    ‘मोडानी’ के खुलासे के बाद भी, जनता के रिटायरमेंट का पैसा अडानी की कंपनियों में निवेश क्यों किया जा रहा है?

    प्रधानमंत्री जी, न जांच, न जवाब! आख़िर इतना डर क्यों?

    — Rahul Gandhi (@RahulGandhi) March 27, 2023 " class="align-text-top noRightClick twitterSection" data=" ">

ରାହୁଲ ଟ୍ବିଟ କରି ମୋଦିଙ୍କୁ ପ୍ରଶ୍ନ ବାଣ ମାରିଛନ୍ତି । ସେ କହିଛନ୍ତି, " LICର ପୁଞ୍ଜି ଆଦାନୀ ଗ୍ରୁପକୁ, SBI ପୁଞ୍ଜି ଆଦାନୀକୁ, EPFOର ପୁଞ୍ଜି ମଧ୍ୟ ଆଦାନୀ ଗ୍ରୁପରେ ନିବେଶ କରାଯାଉଛି । 'ମୋଡାନି'ର ଖୁଲାସା ପରେ ମଧ୍ୟ କାହିଁକି ଲୋକଙ୍କ ଅବସରକାଳୀନ ପାଣ୍ଠିକୁ ଆଦାନୀ ଗ୍ରୁପରେ ନିବେଶ କରାଯାଉଛି ? ତେବେ ଏ ନେଇ ପ୍ରଧାନମନ୍ତ୍ରୀ ନା ଯାଞ୍ଚର ନିର୍ଦ୍ଦେଶ ଦେଉଛନ୍ତି ନା କୌଣସି ପ୍ରତିକ୍ରିୟା ରଖୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏତେ ଡର କାହିଁକି ? " ରାହୁଲ ସାଂସଦ ସଦସ୍ୟତା ହରାଇବା ପରେ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ ଦାବି କରିଆସୁଛନ୍ତି ।

ଏହା ବି ପଢନ୍ତୁ- Parliament Budget Session: ସଂସଦ ଉଭୟ ଗୃହରେ ରାହୁଲ ତାତି, ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ବିରୋଧୀଙ୍କ ବିକ୍ଷୋଭ

ଆଦାନୀ ଗ୍ରୁପ ଷ୍ଟକ ମାନିପୁଲେସନ ବା ଷ୍ଟକ ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂ ଜାଲିଆତି ନେଇ ହିଣ୍ଡେନବର୍ଗ ରିପୋର୍ଟରେ ପ୍ରକାଶିତ ହୋଇଥିଲା । ଏହାପରେ ଆଦାନୀ ଝଡ଼ ସାରା ଦେଶରେ ଦେଖିବାକୁ ମିଳିଥିଲା । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । କଂଗ୍ରେସ ସଂସଦରେ ଜେପିସି ତଦନ୍ତ ଦାବି କରିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଏ ନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ । ମୋଦି ଓ ଆଦାନୀ ମଧ୍ୟରେ ପୁରୁଣା ସମ୍ପର୍କ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି । ଏଥିଲାଗି କେନ୍ଦ୍ର ସରକାର ଘଟଣା ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି ।

ସେପଟେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ଏହାକୁ ମିଥ୍ୟା ବୋଲି କହିଛନ୍ତି । ଆଦାନୀ ପ୍ରସଙ୍ଗ ସଂସଦରେ ଉଠାଇଥିବାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ସାଂସଦ ପଦ ରଦ୍ଦ ପରେ ମଧ୍ୟ ସେ ସଂସଦ ବାହାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ତାଙ୍କୁ କେହି ଭୟଭୀତ କରିପାରିବେ ନାହିଁ । ଦେଶବାସୀଙ୍କ ହିତ ଲାଗି ସେ ସର୍ବଦା ସ୍ବର ଉତ୍ତୋଳନ କରିବେ ବୋଲି କହିଛନ୍ତି । ସଂସଦ ବାହାରେ ସେ ଏ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠାଇବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହାପରେ ସୋମବାର ସେ ପୁଣି ସମାନ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ପାଇଁ ଦାବି କରିଛନ୍ତି ।

Last Updated : Mar 27, 2023, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.