ETV Bharat / bharat

Super Chor to Chindi Chor: ୧୦ବର୍ଷ ପରେ ପୁଣି କାହିଁକି ଛୋଟମୋଟ ଚୋରି କଲା ବଣ୍ଟି ? ଜାଣନ୍ତୁ - ଓଏ ଲକି ଲକି ଓଏ

ସୁପର ଚୋର ନାମରେ ବଣ୍ଟି ସାରା ଦେଶରେ ବେଶ ଜଣାଶୁଣା । ଦିଲ୍ଲୀ ପୋଲିସ ତାକୁ ପୁଣି ଥରେ କାନପୁରରୁ ଗିରଫ କରିଛି। ତଦନ୍ତ ବେଳେ ତା'ଠାରୁ ଜୋତା, ଚପଲ, ପର୍ସ ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ୧୨ ବର୍ଷ ଜେଲରେ ରହିବା ପରେ 'ସୁପର ଚୋର ବଣ୍ଟି' କାହିଁକି ଚିନ୍ଦି ଚୋରି ବା ଛୋଟମୋଟ ଚୋରି କରିବା ଆରମ୍ଭ କଲା ? ଆସନ୍ତୁ ଜାଣିବା

Etv Bharat
Etv Bharat
author img

By

Published : Apr 17, 2023, 10:03 PM IST

ନୂଆଦିଲ୍ଲୀ: ଭାରତର ସୁପର ଚୋର ଭାବରେ ଜଣାଶୁଣା ବଣ୍ଟି ଓରଫ ଦେବେନ୍ଦ୍ର ସିଂ (୫୩)କୁ ଦୀର୍ଘ ୧୦ ବର୍ଷ ତାମିଲନାଡୁର କଏମ୍ବାଟୋରରେ ରହିଲା । ଯେତେବେଳେ ସେ ସଜା ଭୋଗି ବାହାରକୁ ବାହାରିଲା ତା ପରେ ସୁପର ଚୋର ପାଲିଟିଛି ସିନ୍ଦି ଚୋର । କେବଳ ଦାମୀ ଯାନ, ଦାମୀ ଫୋନ, ଅଳଙ୍କାର ଚୋରି ପାଇଁ ସୁପର ଚୋରର ଟ୍ୟାଗ ପାଇଥିବା ବଣ୍ଟି ଏବେ ଚୋରି କରୁଛି ଜୋତା, ଚପଲ, ପର୍ସ, ଟିଭି ଓ ପ୍ରିଣ୍ଟର । ଏପରି ଚୋରି ଏକ ସୁପର ଚୋରର ପରିଚୟ ନୁହେଁ, ବରଂ ଏକ ଚିନ୍ଦି ଚୋରର ପରିଚୟ । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।

ଗତ ୧୪ ତାରିଖରେ ସୁପର ଚୋର ବଣ୍ଟିକୁ କାନପୁରରୁ ଗିରଫ କରିଥିଲା ପୋଲିସ । ଯେତେବେଳେ ତାର ତଲାସି ନିଆଯାଇଥିଲା ତା ନିକଟରୁ ଜୋତା, ଚପଲ, ପର୍ସ ଆଦି ମିଳିଥିଲା । ଗ୍ରେଟର କୈଳାସରେ ହୋଇଥିବା ୨ଟି ଚୋରି ଘଟଣାରେ ଦିଲ୍ଲୀ ପୋଲିସ ତାକୁ ଗିରଫ କରିଥିଲା । ସୂଚନା ଥାଉ କି ସୁପରହିଟ୍ ଫିଲ୍ମ 'ଓଏ ଲକି ଲକି ଓଏ' ବଣ୍ଟି ଜୀବନରେ ଉପରେ ଆଧାରିତ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଅଭୟ ଦେଓଲ ତାଙ୍କ ଚରିତ୍ରରେ ଅଭିନୟ କରିଥିଲେ । କୁଖ୍ୟାତ ବଣ୍ଟି ବିଗବସରେ ଅଂଶଗ୍ରହଣ ମଧ୍ୟ କରିଥିଲା । କୁହାଯାଏ ଯେ ଚୋରି କରିବା ପରେ ସେ ପଞ୍ଚ ତାରକା ହୋଟେଲରେ ଦୀର୍ଘ ସମୟ ରହିଆସୁଥିଲା । ଯେତେବେଳେ ଟଙ୍କା ସରିବା ଆରମ୍ଭ କଲା, ସେ ପୁଣି ଚୋରି କଲା । ଏହି ସମୟରେ ହୋଟେଲ ଛାଡିବାବେଳେ ସେ କିଛି ଜିନିଷ ଚୋରି କରିଥିଲା ।

ଏହା ବି ପଢନ୍ତୁ- ଧରାପଡିଲା ଭାରତର ସୁପର ଚୋର: ଜାଣନ୍ତୁ କିଏ ସେ ଯାହା ଉପରେ ତିଆରି ହୋଇଛି ବଲିଉଡ ଫିଲ୍ମ

ଏଥିପାଇଁ କରିଥିଲା ଚିନ୍ଦି ଚୋରି:- ପୋଲିସ କହିଛି ଯେ ଘରୁ ବାହାରିବା ପରେ ଯେତେବେଳେ ବଣ୍ଟି ଚୋରି କରିବା ଆରମ୍ଭ କରିଥିଲା ଏହାପରେ ପରିବାର ତା ସହ ସମ୍ପର୍କ ରଖିନଥିଲେ। ଥରେ ସେ ନିଜ ଘରକୁ ଯାଇଥିଲେ ମଧ୍ୟ ପରିବାର ସଦସ୍ୟ ତାକୁ ଘରୁ ବାହାର କରି ଦେଇଥିଲେ। ଏହାପରେ ତାର କୌଣସି ସାହାଯ୍ୟକାରୀ କିମ୍ବା କୌଣସି ପାରିବାରିକ ସ୍ଥାନ ନଥିଲା । ସେଥିପାଇଁ ଯେତେବେଳେ ସେ ୧୦ବର୍ଷ ଜେଲରେ ରହିବା ପରେ ବାହାରକୁ ଆସିଥିଲା, ସେତେବେଳେ ତାର କୌଣସି ପୁଞ୍ଜି ନଥିଲା । ଏଥିଲାଗି ସେ ପୁଣି ଚୋରି କରିବା ଆରମ୍ଭ କରିଥିଲା ।

ବଣ୍ଟି ଚୋର କିଏ:- କୁଖ୍ୟାତ ବଣ୍ଟି ଚୋର ଦିଲ୍ଲୀର ବିକାସପୁରର ମୂଳ ବାସିନ୍ଦା । ସେ ନବମ ଶ୍ରେଣୀରେ ଫେଲ ହେବା ପରେ ତାକୁ ପିତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ପିତା ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ସେ ରାଗିଯାଇ ଘର ଛାଡ଼ିଥିଲା । ଏହାପରେ ସେ କେବେ ଘରକୁ ଫେରିନଥିଲା । ୧୯୯୩ ମସିହାରେ ସେ ପ୍ରଥମ ଥର ଲାଗି ଚୋରି କରିଥିଲା । ସେତେବେଳେ ତାର ବୟସ ଥିଲା ୧୪ବର୍ଷ । ଦିଲ୍ଲୀ ପୋଲିସ ତାକୁ ସେତେବେଳେ ଗିରଫ କରିଥିଲେ ସୁଦ୍ଧା ସେ ଚକମା ଦେଇ ଫେରାର ହୋଇଯାଇଥିଲା । ଏହାପରେ ବଡ଼ ଧରଣର ଚୋରି କରି ସେ ପାଲଟିଥିଲା ସୁପର ଚୋର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.