ନୂଆଦିଲ୍ଲୀ: ଫେବୃଆରୀ ମାସର ହାଡଭଙ୍ଗା ଶୀତ । ଏହି ମାସରେ ଯେଉଁଠି ରକ୍ତ ଜମାଟ ବାନ୍ଧିଯାଏ, ସେଠି ବରଫ ତରଳିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟର କଥା । ସାଧାରଣତଃ ଫେବୃଆରୀ ମାସରେ ଦେବଭୂମି ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଚାମୋଲି ଜିଲ୍ଲାରେ ତାପମାତ୍ର 0 ଡିଗ୍ରୀରୁ ତଳକୁ ଖସିଆସିଥାଏ । ଆଉ ଗ୍ରୀଷ୍ମ ଋତୁ ବି ଆସିବାକୁ ଅନେକ ଦିନ ବାକି ରହିଛି । ତେବେ ଏଭଳି ସମୟରେ ଏଠାରେ କଣ ପାଇଁ ହିମସ୍ଖଳନ ହେଲା ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ପ୍ରଶ୍ନ ।
ଗ୍ଲାସିଅରର ଉପରେ ଗବେଷଣା କରୁଥିବା ଭୂତତ୍ବ ବିଜ୍ଞାନୀମାନେ ହିମସ୍ଖଳନ ପଛରେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ଅସମୟରେ ତଥା ଶୀତଦିନେ ଗ୍ଲାସିଅରଗୁଡିକ ଫ୍ରିଜ ରହିଥାଏ । ଏପରିକି ଗ୍ଲାସିଅର ଗୁଡିକର କାନ୍ଥ ପରସ୍ପର ସହ ଦୃଢ ଭାବରେ ବନ୍ଧା ହୋଇ ରହିଥାଏ । ଏହି ଋତୁରେ ଏହି ପ୍ରକାରର ବନ୍ୟା ସାଧାରଣତ ଭୂସ୍ଖଳନ ହେତୁ ହୋଇଥାଏ । ଏଠାରେ ମଧ୍ୟ ତାହା ଦେଖାଯାଉ ନାହିଁ ବୋଲି ହିମାଳୟ ଜିଓଲୋଜିର ୱାଡିଆ ଇନଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ମନୀଷ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମେହେଟ୍ଟା ଗତ ବର୍ଷ ଏକ ଅଧ୍ୟୟନର ନେତୃତ୍ୱ ନେଇଥିଲେ ଯେଉଁଥିରେ ଜଣାପଡିଛି ଯେ ଉପର ଋଷିଗାଙ୍ଗା କ୍ଷେତ୍ରରେ ଉତ୍ତରୀ ନନ୍ଦାଦେବୀ, ଚାଙ୍ଗବାଙ୍ଗ, ରାମନି କୂଳ, ବେଥାର୍ଟୋଲି, ତ୍ରିଶୂଲ, ଦକ୍ଷିଣୀ ନନ୍ଦାଦେବୀ, ଦକ୍ଷିଣୀ ଋଷି ଏବଂ ରୌନ୍ଥି ଆଦି 8ଟି ଗ୍ଲାସିଅର ରହିଛି । ଉତ୍ତରୀ ନନ୍ଦା ଦେବୀ ସର୍ବାଧିକ 7.7% ସାନ୍ଧ୍ରତା ହ୍ରାସ ପାଇଛି । ତେବେ ରବିବାର ଉପର ଋଷିଗଙ୍ଗାରେ ହିମସ୍ଖଳନ ହୋଇଛି ।
ସମୁଦ୍ର ପତ୍ତନ ଠାରୁ 5,200 ମିଟରରୁ 5,700 ମିଟର ମଧ୍ୟରେ ଅନେକ ଗ୍ଲାସିଅରଗୁଡିକର ଉଚ୍ଚତାରେ ପରିବର୍ତ୍ତନ ହୋଇଥିଲା । ଜଳବାୟୁ ପରିସ୍ଥିତି ସ୍ଥିର ହେଲେ ଏହା ବଦଳିବ ନାହିଁ ବୋଲି ଉତ୍ତରପ୍ରଦେଶ ମହାକାଶ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଏମପିଏସ ବିଷ୍ଟ କହିଛନ୍ତି, ଯାହା ଆଇଆଇଟି-କାନପୁର ଏବଂ ଏଚଏନବି ଗଢୱାଲ ବିଶ୍ୱବିଦ୍ୟାଳୟ ସହିତ ଅଧ୍ୟୟନର ଏକ ଅଂଶ ଥିଲା।