ETV Bharat / bharat

ମିସ୍ତ୍ରୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ: ଜାଣନ୍ତୁ ଏହି ବିଜନେସ ଲିଡରଙ୍କ ବିଷୟରେ

author img

By

Published : Sep 4, 2022, 9:15 PM IST

Updated : Sep 4, 2022, 10:50 PM IST

କାର ଦୁର୍ଘଟଣାରେ ବଶିଷ୍ଟ ବିଜିନେସ ଲିଡର ତଥା ପୂର୍ବତନ ଟାଟା ସନ୍ସ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଅକାଳ ନିଧନ (former Tata Sons Chairman Cyrus Mistry )। ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ । ଅହମ୍ମଦାବାଦରୁ ମୁମ୍ବାଇ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମିସ୍ତ୍ରୀଙ୍କ କାର । ଜାଣନ୍ତୁ ମିସ୍ତ୍ରୀଙ୍କ ସମ୍ପର୍କରେ

କିଏ ଏହି ସାଇରସ ମିସ୍ତ୍ରୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ମୁମ୍ବାଇ: କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିଶିଷ୍ଟ ବିଜିନେସ ଲିଡର ତଥା TATA ସନ୍ସର ପୂର୍ବତନ ଅଧ୍ୟକ୍ଷ (former Tata Sons Chairman) ସାଇରସ ମିସ୍ତ୍ରୀ । ତେବେ ଭାରତୀୟ ଶିଳ୍ପ ଜଗତରେ ଏକଦା ଟାଟା ଭଳି ବହୁଦେଶୀୟ କମ୍ପାନୀର ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିଥିବା ମିସ୍ତ୍ରୀଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ତେବେ ଟାଟା ସନ୍ସର ଅଧ୍ୟକ୍ଷ ଦାୟିତ୍ବରୁ ବରଖାସ୍ତ ହେବା ପରେ ଚର୍ଚ୍ଚାରୁ ଦୂରରେ ଥିଲେ ମିସ୍ତ୍ରୀ ।

କିନ୍ତୁ ଜଣେ ଯୁବ ବିଜିନେସ ଲିଡର ଭାବେ ସେ ଟାଟାର ଅଧ୍ୟକ୍ଷ ପଦ (former Tata Sons Chairman Cyrus Mistry) ଗ୍ରହଣ କରିବା ସମୟରେ ତାଙ୍କୁ ବିଶ୍ବ ବିଜିନେସ ଜଗତରେ ମଧ୍ୟ ଚର୍ଚ୍ଚାର ପରିସରରେ ଥିବା ଦେଖିବାକୁ ମିଳିଥିଲା । ତେବେ କି’ଏ ଏହି ସାଇରସ ମିସ୍ତ୍ରୀ ? କେମିତି ଥିଲା ବ୍ୟବସାୟ ଦୁନିଆରେ ଯାତ୍ରା, କ’ଣ ଥିଲା ବ୍ୟକ୍ତିଗତ ତଥା ପାରିବାରିକ ପୃଷ୍ଠଭୂମି ? ଟାଟା ଗ୍ରୁପ ସହ କେମିତି ଥିଲା ତାଙ୍କ ସମ୍ପର୍କ ଓ ପରେ କିପରି ଆରମ୍ଭ ହୋଇଥିଲା ବିବାଦ । କାହିଁକି ତାଙ୍କୁ ପଦରୁ ବରଖାସ୍ତ କରିଥିଲା ଟାଟା ସମୂହ ପରିଚାଳନା ବୋର୍ଡ । ଜାଣନ୍ତୁ ମିସ୍ତ୍ରୀଙ୍କ ସମ୍ପର୍କରେ ଅଧିକ କିଛି ।

ମିସ୍ତ୍ରୀଙ୍କ ସମ୍ପର୍କରେ ପାଞ୍ଚଟି ରୋଚକ ତଥ୍ୟ:

1.1968 ମସିହାରେ ମୁମ୍ବାଇରେ ଏକ ସମୃଦ୍ଧ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସାଇରସ ମିସ୍ତ୍ରୀ । ଶିଳ୍ପପତି ପରିବାରରେ ଜନ୍ମିତ ମିସ୍ତ୍ରୀ ଥିଲେ କନଷ୍ଟ୍ରକନସ ଟାଇକୁନ ଭାବେ ପରିଚିତ ପାଲୋଞ୍ଜୀ ମିସ୍ତ୍ରୀଙ୍କ ସାନପୁଅ ଏବଂ ଶିଳ୍ପପତି ଶାପୁରଜୀ ମିସ୍ତ୍ରୀଙ୍କ ନାତି । ଟାଟା ସମୂହ ସହ ମିସ୍ତ୍ରୀଙ୍କ ପରିବାରର ବ୍ୟବସାୟିକ ସମ୍ପର୍କ ମଧ୍ୟ ରହିଛି । ଟାଟା ସନ୍ସରେ ମୋଟ 18.5 ପ୍ରତିଶତ ଅଂଶଧନର ଅଂଶୀଦାର ହେଉଛି ମିସ୍ତ୍ରୀଙ୍କ ପରିବାର ।

୨. ମୁମ୍ବାଇରେ ପ୍ରାଥମିକ ଶିକ୍ଷା ପରେ ସାଇରସ ମିସ୍ତ୍ରୀ ଲଣ୍ଡନର ପ୍ରତିଷ୍ଠିତ ଇମ୍ପେରିଆଲ୍ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ ଏବଂ ପରେ ଲଣ୍ଡନ ସ୍କୁଲ ଅଫ ବିଜିନେସରେ ମଧ୍ୟ ଅଧ୍ୟୟନ କରିଥିଲେ । ତାଙ୍କୁ 1966 ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ବଜିନେସ ମ୍ୟାନେଜମେଣ୍ଟରେ ଇଣ୍ଟରନ୍ୟାସାନାଲ ଏକ୍ସିକ୍ୟୁଟିଭ ମାଷ୍ଟର ଡିଗ୍ରୀ (International Executive Masters degree in management) ମଧ୍ୟ ପ୍ରଦାନ କରାଯାଇଥିଲା । ଉଭୟ ସିଭିଲ ଇଞ୍ଜିନିୟରିଂ ଓ ବିଜିନେସ ମ୍ୟାନେଜମେଣ୍ଟରେ ସେ ବିଦେଶରୁ ଉଚ୍ଚଶିକ୍ଷା ଲାଭ କରି ଭାରତ ଫେରିଥିଲେ ।

୩.1991 ରୁ ନିଜ ପରିବାର କଣ୍ଟ୍ରକସନ କମ୍ପାନୀ ଶାପୁରଜୀ ପାଲୋଞ୍ଜୀ ଆଣ୍ଡ କୋ ଲିମିଟେଡ (construction company Shapoorji Pallonji & Co Ltd ) ରେ କିଛି ଦିନ କାର୍ଯ୍ୟ କରିଥିଲେ । ପରେ ସେ ୨୦୦୬ ସେପ୍ଟେମ୍ବର ୧ ତାରିଖରେ ଟାଟା ସନ୍ସରେ ଯୋଗ ଦେଇଥିଲେ । ଧିରେ ଧିରେ ତାଙ୍କର କୁଶଳୀ ଦକ୍ଷତା ପାଇଁ ସେ ଟାଟା ସନ୍ସରେ ତାଙ୍କ ଗୁରୁତ୍ବ ବଢିବାକୁ ଲାଗିଲା । 2012ରେ ତତ୍କାଳୀନ ଟାଟା ଗ୍ରୁପରୁ ରତନ ଟାଟା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଗୁରୁ ଦାୟିତ୍ବ ମିଳିଥିଲା । ଟାଟା ସନ୍ସର ୬ଷ୍ଠ ଅଧ୍ୟକ୍ଷ ଭାବେ ସେ ରତନ ଟାଟାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।

୪. 2016ରେ ମିସ୍ତ୍ରୀଙ୍କ ବିଜେନେସ କ୍ୟାରିୟରରେ ଆସିଥିଲା ବଡ ମୋଡ । ହଠାତ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ମିସ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (no-confidence vote) ଆଣିଥିଲା ଟାଟା ସମୂହ ପରିଚାଳନା ବୋର୍ଡ । ପରେ ତାଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ହଠାତ ବରଖାସ୍ତ କରାଯାଇଥିଲା । ପରେ ସେହିବର୍ଷ ତାଙ୍କ ପରିବାର ପକ୍ଷରୁ ପରାଚାଳିତ ସାଇରସ୍ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍ (Cyrus Investments Pvt Ltd) ଏବଂ ଷ୍ଟର୍ଲିଂ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ପ୍ରାଇଭେଟ ଲିମିଟେଡ୍ (Sterling Investments Corporation Pvt )ଟାଟା ସନ୍ସ ବିରୋଧରେ National Company Law Appellate Tribunal (NCLAT)ରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ।

୫. ଶିଳ୍ପପତି ସାଇରସ ମିସ୍ତ୍ରୀ ରୋହିକା ଚାଗଲାଙ୍କୁ (Rohiqa Chagla) ବିବାହ କରିଥିଲେ । ତାଙ୍କ ପତ୍ନୀ ଓ ଦୁଇ ପୁଅ ଫିରୋଜ ମିସ୍ତ୍ରୀ ଓ ଜାହାନ ମିସ୍ତ୍ରୀ ରହିଛନ୍ତି । ଭାରତରେ ମିସ୍ତ୍ରୀ ଜଣେ ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (Overseas Citizen of India) ଷ୍ଟାଟସର ନାଗରିକ ଥିଲେ ।

ଏହା ମଧ୍ୟ ପଢନ୍ତୁ:-TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ

ତେବେ ଟାଟା ପରିଚାଳନାରୁ ଅପସାରିତ ହେବା ପରେ ସେ ଚର୍ଚ୍ଚାରୁ ଦୂରରେ ଥିଲେ । ହଠାତ ଆଜି ତାଙ୍କର ଏକ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବହିୁ ବିଶିଷ୍ଟ ରାଜନେତା ଓ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

Last Updated : Sep 4, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.