ETV Bharat / bharat

କୋରୋନାର ଉତ୍ପତ୍ତି ଅନୁଧ୍ୟାନ ପାଇଁ ଚୀନରେ ପହଞ୍ଚିଲା WHO - who team in china

କୋରୋନାର ଏକ ବର୍ଷ ପରେ ଚୀନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଟିମକୁ କୋରୋନା ଭୂତାଣୁର ଉତ୍ପତ୍ତି ବିଷୟରେ ଅନୁଧ୍ୟାନ କରିବା ପାଇଁ ଉହାନ ଯିବାକୁ ଦେଇଛନ୍ତି । ଏହି ସମୟରେ ଏକ ଭିଡିଓ କ୍ଷୀପ୍ର ଗତିରେ ଭାଇରାଲ ହେଉଛି । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ବାଦୁଡି ଠାରୁ ହିଁ କୋରୋନା ଭୂତାଣୁ ବ୍ୟାପିଛି । ଅଧିକ ପଢନ୍ତୁ...

WHO team probing origin of virus arrives in China
WHO କୋରୋନା ଉତ୍ପତ୍ତି ବିଷୟରେ ଅନୁଧ୍ୟାନ ପାଇଁ ଚୀନରେ ପହଞ୍ଚିଛନ୍ତି
author img

By

Published : Jan 17, 2021, 7:27 PM IST

ବେଜିଂ: ସାରା ବିଶ୍ବରେ ଭୟଙ୍କର ତାଣ୍ଡବ କରୁଥିବା ବୈଷୟିକ ମହାମାରୀ କୋରୋନା ଭୂତାଣୁର ଆରମ୍ଭ ଗତ ବର୍ଷ ଚୀନର ଉହାନ ସହରରୁ ହୋଇଥିଲା । ଏକ ବର୍ଷ ପରେ ଚୀନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଟିମକୁ କୋରୋନା ଭୂତାଣୁର ଉତ୍ପତ୍ତି ବିଷୟରେ ଅନୁଧ୍ୟାନ କରିବା ପାଇଁ ବୁହାନ ଯିବାକୁ ଦେଇଛନ୍ତି । ଡବ୍ଲୁ୍ଏଚଓ ର ଟିମ ବୁହାନ ଗସ୍ତରେ ଆସି ଏହି ଭୂତାଣୁ ସମ୍ପର୍କରେ ଏକ ବଡ ଖୁଲାସା କରିଛନ୍ତି । ଉହାନ ଲାବର ବୈରଜ୍ଞାନିକମାନେ ସ୍ବିକାର କରିଛନ୍ତି ଯେ, ରହସ୍ୟ ମୟ ଗୁମ୍ଫା ଗୁଡିକରୁ ବାଦୁଡିପର ନମୁନା ନେବା ସମୟରେ ସେମାନଙ୍କୁ କିଛି ବାଦୁଡି କାମ୍ବୁଡି ପକାଇଥଲା । ଚୀନ ବୈଜ୍ଞାନିକଙ୍କ ଦାୟିତ୍ବହୀନତା ର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଏହି ଖୁଲାସା ହୋଇଛି ।

ଚୀନର ଏକ ସରକାରୀ ଟିଭି ଚ୍ୟାନେଲ ସିସିଟିଭିରେ ପାଖାପାଖି ଦୁଇ ବର୍ଷ ତଳେ ଦେଖାଯାଇଥିବା ଭିଡିଓରେ ଚୀନ ବୈଜ୍ଞାନିକ ବାଦୁଡି କାମୁଡିଥିବା ସ୍ବିକାର କରିଛନ୍ତି । ଏହି ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ବୁହାନ ଇନଷ୍ଟିଚ୍ୟୁଟ ଅଫ ବାୟରୋଲୋଜିର ବୈଜ୍ଞାମିକ ଗଣ ବାଦୁଡିର ନମୁନା ଗ୍ରହଣ କରିବା ସମୟରେ ଅଣଦେଖା କରିଛନ୍ତି, ସେହି ଗୁମ୍ଫାକୁ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ବାଦୁଡିଙ୍କ ଘର ବୋଲି କୁହାଯାଏ ।

ତାଇଓ୍ବାନ ନିୟୁଜ ଅନୁଯାୟୀ, 29 ଡିସେମ୍ବର 2017 ରେ ଚୀନର ଏକ ସରକାରୀ ଟିଭି ଚ୍ୟାନେଲ ଏକ ଭିଡିଓ ଜାରୀ କରିଥିଲେ, ଯେଉଁଥିରେ ଚିନର ବେଟ ବୁମନ କୁହାଯାଉଥିବା ଶି ଝୋଙ୍ଗଲୀ ଏବଂ ତାଙ୍କ ଟିମ ସାରସର ଉତ୍ପତ୍ତି ସମ୍ପର୍କରେ ପତା ଲଗାଇବା ପାଇଁ ଯାଇଥିଲେ । ସେମାନେ ଗୁମ୍ଫାରେ ଭୟଙ୍କର ଏବଂ ସଂକ୍ରାମକ ବାଦୁଡି ଥିବାର ଜାଣି ସୁଦ୍ଧା ଏହା କରିଥିଲେ । ଭିଡିଓରେ ବୈଜ୍ଞାନିକ ମାନେ ବିନା କୌଣସି ସିରକ୍ଷା ପଦ୍ଧତି ଅବଲମ୍ବନରେ ଏହା କରୁଥିବାର ଦେଖିବାକୁ ମଳୁଛି । ବାୟୋସେଫ୍ଟି ଲେବଲ 4ର ଲାବ କୁହାଯାଉଥିବା ବୁହାନ ଲାବର ବୈଜ୍ଞାନିକ ମାନଙ୍କ ମଧ୍ୟରୁ କେତେକ ଟିସାର୍ଟ ପିନ୍ଧିଥିବା ବେଳେ କିଛି ଅସାବଧାନତା ସହିତ ବାଦୁଡି ଧରା ଦେଖୁଥିଲେ । ଏହାର ପରିଣାମ ସ୍ବରୁପ ଟିମର ଜଣକୁ ବାଦୁଡି କାମୁଡି ଦେଇଥିଲା ।

ଗବେଷକ ନିଜେ ଭିଡିଓରେ ଏହା ସ୍ୱୀକାର କରିବା ସହ ତାଙ୍କ ହାତ ମଧ୍ୟ ଦେଖାଇଛନ୍ତି । ଭିଡିଓରେ ଦେଖାଯାଉଛି ଯେ, ଦଳର ସଦସ୍ୟମାନେ ବାଦୁଡିମାନଙ୍କର ଅତ୍ୟଧିକ ସଂକ୍ରାମକ ମଳ ସଂଗ୍ରହ କରୁଛନ୍ତି । ଏହି ସମୟରେ କେହି ଜଣେ ବି ପିପିଇ କିଟ ମଧ୍ୟ ପିନ୍ଧି ନାହାନ୍ତି । ଲ୍ୟାବରେ ମଧ୍ୟ ବିନା ଗ୍ଲବ୍ସ ରେ ସଦସ୍ୟ ମାନେ କାମ କରୁଥିବାର ଦେଖାଯାଇଥିଲା । ଏହି ଲୋକମାନେ 'ଜୀବନ୍ତ ଭୂତାଣୁ' ଉପରେ କାମ କରୁଥିଲେ ଏବଂ ମାସ୍କ ମଧ୍ୟ ପିନ୍ଧି ନଥିଲେ । ଏହା ମଧ୍ୟ ସେତେବେଳେ, ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁରକ୍ଷା ଦୃଷ୍ଟିରୁ ଏହି ଲ୍ୟାବ ଭିତରେ ପିପିଇ କିଟ୍ ବାଧ୍ୟତାମୂଳକ କରିଥିଲେ ।

ବୁହାନ୍ ଲ୍ୟାବ ଅନୁସନ୍ଧାନକାରୀ ତାଙ୍କ ଅନୁଭୂତି ବିଷୟରେ କହିଛନ୍ତି ଯେ, ବାଦୁଡି ମାନଙ୍କ ବିଷାକ୍ତ ଦାନ୍ତ ତାଙ୍କ ରବର ଗ୍ଲୋଭସ୍ ଭିତରକୁ ପଶିଗଲା ଏବଂ ଲାଗିଲା ଯେପରି ଗୋଟିଏ ଛୁଞ୍ଚି ତାଙ୍କ ହାତରେ ପଶିଗଲା । ଏହା ପରେ ଭିଡିଓରେ ଜଣେ ବ୍ୟକ୍ତିଙ୍କ ହାତ ଦେଖାଉଛନ୍ତି ଯାହାଙ୍କ ହାତ ଫୁଲିଯାଇଛି | ଏହା ପରେ ଭିଡିଓରେ ମଧ୍ୟ କୁହାଯାଇଛି ଯେ, ଏହି ବାଦୁଡି ମାନଙ୍କ ମଧ୍ୟରେ ଅନେକ ଭାଇରସ ଥିବାର ଆଶଙ୍କା ରହିଛି । ଭିଡିଓରେ ଅନେକ ଥର ଗବେଷକମାନେ ଫୁଙ୍ଗୁଳା ଦେହରେ ବାଦୁଡି ମାନଙ୍କୁ ଧରୁଥବାର ଦେଖିବାକୁ ମିଳୁଛି ।

ଏହି ପର୍ଦ୍ଦାଫାଶ ଏପରି ସମୟରେ ହୋଇଛି ଯେତେବେଳେ WHOର ବିଶେଷଜ୍ଞ ଦଳ ଯାଞ୍ଚ ନିମନ୍ତେ ଚୀନରେ ରହିଛନ୍ତି । ଏହି ଭିଡିଓ ଦ୍ବାରା ପ୍ରମାମିତ ହୋଇଛି ଯେ, ସମଗ୍ର ବିଶ୍ବରେ ଥରହର ମଚାଇଥିବା କୋରୋନା ଭାଇରସର ପେଣ୍ଠ ସ୍ଥଳ ଚୀନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.