ETV Bharat / bharat

କର୍ଣ୍ଣାଟକରେ କିଏ ନେବ ଲିଙ୍ଗାୟତ ଷ୍ଟ୍ରଙ୍ଗମ୍ୟାନ ୟେଦିୟୁରପ୍ପାଙ୍କ ସ୍ଥାନ ? - ୟେଦିୟୁରପ୍ପା

ୟେଦିୟୁରପ୍ପାଙ୍କ ଇସ୍ତଫା ଚର୍ଚ୍ଚା ଉପରେ ହଲଚଲ ହୋଇଉଠିଛି ପାୱାର କରିଡର । ଜାରି ରହିଛି କଳ୍ପନାଜଳ୍ପନା । ମୁଖିଆ ପରିବର୍ତ୍ତନକୁ ନେଇ ଉଠୁଛି ପ୍ରଶ୍ନ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ କିଏ ନେବ ଲିଙ୍ଗାୟତ ଷ୍ଟ୍ରଙ୍ଗମ୍ୟାନ ୟେଦିୟୁରପ୍ପାଙ୍କ ସ୍ଥାନ ?

author img

By

Published : Jul 25, 2021, 6:50 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ଚର୍ଚ୍ଚା ଉପରେ ହଲଚଲ ହୋଇଉଠିଛି ପାୱାର କରିଡର । ଜାରି ରହିଛି କଳ୍ପନାଜଳ୍ପନା । ମୁଖିଆ ପରିବର୍ତ୍ତନକୁ ନେଇ ଉଠୁଛି ପ୍ରଶ୍ନ ।

ଇସ୍ତଫା ନେଇ କଳ୍ପନାଜଳ୍ପନା ମଧ୍ୟରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ବଡ ବୟାନ । ରବିବାର ହାଇକମାଣ୍ଡଙ୍କ ପାଖରୁ ନିର୍ଦ୍ଦେଶ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି । ଜୁଲାଇ ୨୬ ଅର୍ଥାତ ସୋମବାର କର୍ଣ୍ଣାଟକରେ ୟେଦିୟୁରପ୍ପା ସରକାରଙ୍କୁ ୨ ବର୍ଷ ପୁରିବ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପାଙ୍କ ହଟିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ସେପଟେ ୟେଦିୟୁରପ୍ପାଙ୍କ ବିଦାୟ ପୂର୍ବରୁ ତାଙ୍କ ସମର୍ଥନରେ ଏକଜୁଟ ହୋଇଛନ୍ତି ସନ୍ଥ ସମାଜ । ପ୍ୟାଲେସ ଗ୍ରାଉଣ୍ଡରେ ହୋଇଛି ସନ୍ଥଙ୍କ ଏକ ବୈଠକ ।

କର୍ଣ୍ଣାଟକ ରାଜନୀତିରେ ସବୁଠୁ ଅଧିକ ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟଙ୍କ ବିପୁଳ ଜନସମର୍ଥନ ରହିଥିବା ୪ ଥରର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ପଦରୁ ହଟାଇବା ବିଜେପି ହାଇକମାଣ୍ଡଙ୍କ ପାଇଁ ସହଜ ହେବ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଓହରିବା ନେଇ ଅନେକ ସଙ୍କେତ ଦେଇସାରିଛନ୍ତି ୭୭ ବର୍ଷୀୟ ୟେଦିୟୁରପ୍ପା ।

ତେବେ ୟେଦିୟୁରପ୍ପାଙ୍କ ଛୁଟି ପରେ କିଏ ସମ୍ଭାଳିବ କର୍ଣ୍ଣାଟକର ଭାର ? କାହା କରକମଳକୁ ହସ୍ତାନ୍ତର କରାଯିବ ଦାୟିତ୍ବ ? ଲିଙ୍ଗାୟତଙ୍କ ବିଶ୍ବାସକୁ କିଏ ଜିତିବାରେ ହେବ ସଫଳ ? ଏଭଳି ତମାମ ପ୍ରଶ୍ନ କର୍ଣ୍ଣାଟକ ରାଜନୀତିର କରିଡରକୁ ହଲଚଲ କରିଦେଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ୟେଦିୟୁରପ୍ପା ସରକାରରେ ଖଣିମନ୍ତ୍ରୀ ମୁରୁଗେଶ ନିରାନି । ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଜଣେ ବଡ ଦାବିଦାର ବୋଲି କୁହାଯାଇପାରେ । କାରଣ ୟେଦିୟୁରପ୍ପାଙ୍କ ଭଳି ମରୁଗେଶ ମଧ୍ୟ ଲିଙ୍ଗାୟତ ସମୁଦାୟର ପ୍ରତିନିଧିତ୍ବ କରନ୍ତି ।

୫୬ ବର୍ଷୀୟ ମୁରୁଗେଶ ନିରାନି 'ନିରାନି ଗ୍ରୁପ'ର ମୁଖ୍ୟ ମଧ୍ୟ ଅଛନ୍ତି । ତେବେ ସେ କେବେ କୌଣସି ପଦ ପାଇଁ ଦାବି କରିନଥିବା କହିଛନ୍ତି ମୁରୁଗେଶ ।

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ୫୮ ବର୍ଷୀୟ ବରିଷ୍ଠ ବିଜେପି ନେତା ଯୋଶୀ ୨୦୦୪ରୁ କ୍ରମାଗତ ଧରୱାଦ ଲୋକସଭା ଆସନରୁ ପ୍ରତିନିଧିତ୍ବ କରିଆସୁଛନ୍ତି । ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

କର୍ଣ୍ଣାଟକର 61 ବର୍ଷୀୟ ଗୃହମନ୍ତ୍ରୀ ବସବାରାଜ ଏସ ବୋମଇ ଏହି ତାଲିକାରେ ଆଉ ଜଣେ ସମ୍ଭାବ୍ୟ ଦାବିଦାର । ହେଲେ ବାସଭାରାଜ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଯେ ମୁଁ କୌଣସି କଳ୍ପନାଜଳ୍ପନା ତଥା ପ୍ରଶ୍ନର ଉତ୍ତର ଦେବାକୁ ଚାହେଁ ନାହିଁ।

ସେହିପରି ସିଟି ରବି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ଚିକମାଗାଲୁର ନିର୍ବାଚନ ମଣ୍ଡଳୀରୁ ଚାରିଥର ବିଧାୟକ। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହେବା ପୂର୍ବରୁ ସେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।

ୟେଦିୟୁରପ୍ପାଙ୍କ କ୍ୟାବିନେଟର ମନ୍ତ୍ରୀ ଜଗଦୀଶ ଶେତ୍ତର 2012ରୁ 2013 ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଛନ୍ତି । ତେବେ ତାଙ୍କ ନାଁରେ ମଧ୍ୟ ମୋହର ବାଜିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.