ହାଇଦ୍ରାବାଦ: ଦିନ ଥିଲା ସେ, ଘର ଛାଡ଼ି ଲୁଚି ପଳାଇଥିଲେ ମୁମ୍ବାଇ । କଳା ପ୍ରତି ନିଶା ତାଙ୍କୁ ଟାଣି ନେଇଥିଲା ଅଭିନୟ ଜଗତକୁ । କିନ୍ତୁ ଫିଲ୍ମରେ ସିନ ବଦଳିବା ଭଳି ରାତା ରାତି ବଦଳିଯାଇଥିଲା ଏହି ଅଭିନେତାଙ୍କ ଭାଗ୍ୟ । ଅଭିନେତାରୁ ସେ ପାଲଟିଥିଲେ ନେତା ।
ଆମେ କହୁଛୁ ବିହାର ରାଜନୀତିକୁ ଆଜି ଆହୁରି ସରଗରମ କରିଥିବା ବିକାଶଶୀଳ ଇନସାନ ପାର୍ଟି ପ୍ରମୁଖ ମୁକେଶ ସହନୀଙ୍କ କଥା । ସୋମବାର ସପ୍ତମ ଥର ପାଇଁ ନୀତିଶ କୁମାର ବିହାରର ମୁକୁଟ ପିନ୍ଧିଥିବା ବେଳେ ମୁକେଶ ମଧ୍ୟ ନିତୀଶଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଇଛନ୍ତି ।
2013ରେ ହଠାତ ବିହାର ରାଜନୀତିରେ ଉଭା ହୋଇଥିବା ମୁକେଶ ସହାନୀ ଏନଡିଏ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ଏବଂ ରାଜନୀତିରେ ମଧ୍ୟ ହିରୋ ଭାବେ ଉଭା ହୋଇଛନ୍ତି । ଗୋଟେପଟେ ମହାମେଣ୍ଟ ସହ ସହଯୋଗୀ ଭାବରେ ଥିବା ଜାତୀୟ ଦଳର ସୋଚନୀୟ ପରାଜୟ ହୋଇଥିବା ବେଳେ ଅନ୍ୟପକ୍ଷେ ବିକାଶଶୀଳ ଇନସାନ ପାର୍ଟି ଭଳି ଛୋଟ ଛୋଟ ରାଜନୈତିକ ଦଳ ଗୁଡ଼ିକ କିନ୍ତୁ ଏନଡିଏ ସରକାରରେ ମୁଣ୍ଡ ଟେକିବାରେ ସକ୍ଷମ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ