ETV Bharat / bharat

ତିସ୍ତା ସିତଲଓ୍ବାଦ କିଏ ? ଜାଣନ୍ତୁ କାହିଁକି ସେ ଚର୍ଚ୍ଚାରେ - ଗୁଜୁରାଟ ପୋଲିସ

ମୁମ୍ବାଇରୁ ଗିରଫ ହୋଇ ଗୁଜୁରାଟ ପୋଲିସ ରିମାଣ୍ଡରେ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ । ତେବେ ଜାଣନ୍ତୁ ତିସ୍ତା ସିତଲଓ୍ବାଦ କିଏ ? କଣ ରହିଛି ଗୋଧ୍ରା କାଣ୍ଡ ସହ ତାଙ୍କର ସମ୍ପର୍କ । ଅଧିକ ପଢନ୍ତୁ

ତିସ୍ତା ସିତଲଓ୍ବାଦ କିଏ ? କାହଁକି ସେ ଚର୍ଚ୍ଚାରେ ଜାଣନ୍ତୁ

author img

By

Published : Jun 27, 2022, 11:28 AM IST

Updated : Jun 27, 2022, 1:32 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ 2002 ଗୋଧ୍ରା ଦଙ୍ଗା ମାମଲାରେ ଗିରଫ ହୋଇଛନ୍ତି ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ । ଗତାକାଲି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ 7 ଦିନିଆ ରିମାଣ୍ଡରେ ନେଇଛି ଗୁଜୁରାଟ ପୋଲିସ । ତେବେ ଜାତୀୟ ଗଣମାଧ୍ୟମରେ ହଠାତ ଚର୍ଚ୍ଚାର ପରିସରରକୁ ଆସିଥିବା ଏହି ତିସ୍ତା କିଏ । କ’ଣ ରହିଛି ତାଙ୍କ ବିରୋଧରେ ଅଭିଯୋଗ । ଗଣମାଧ୍ୟମର ଖବର ଅନୁସାରେ ଗୋଧ୍ରା ଦଙ୍ଗା ମାମଲାରେ କ’ଣ ରହିଛି ସେ ଚଳାଉଥିବା ସାମାଜିକ ସଂଗଠନର ଭୂମିକା ? ତାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି ।

ସାମାଜିକ କର୍ମୀ ଓ ସମ୍ବାଦିକା:

ତିସ୍ତା ସିତଲଓ୍ବାଦ କିଏ ? କାହଁକି ସେ ଚର୍ଚ୍ଚାରେ ଜାଣନ୍ତୁ
ତିସ୍ତା ସିତଲଓ୍ବାଦ କିଏ ? କାହଁକି ସେ ଚର୍ଚ୍ଚାରେ ଜାଣନ୍ତୁ

ତିସ୍ତା ଜଣେ ସାମାଜିକ କର୍ମୀଙ୍କ ସହ ପୂର୍ବତନ ସାମ୍ବାଦିକା ମଧ୍ୟ । 2002 ଗୁଜୁରାଟ ଦଙ୍ଗା ସମ୍ପର୍କରେ ପୋଲିସକୁ ତାଙ୍କ ଦ୍ବାରା ପରିଚାଳିତ ସାମାଜିକ ସଂଗଠନ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ତେବେ ସର୍ବୋଚ୍ଚ କୋର୍ଟ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି ଦ୍ୱାରା ପ୍ରଦାନ କରାଯାଇଥିବା କ୍ଲିନ୍ ଚିଟ୍‌ ଚ୍ୟାଲେଞ୍ଜ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର ଗୋଟିଏ ଦିନ ପରେ ହଠାତ ତିସ୍ତାଙ୍କ ବିରୋଧରେ ଏହି ସିରିଜ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି ।

ତିସ୍ତା ହେଉଛନ୍ତି CJP ର ପ୍ରତିଷ୍ଠାତା:-

ତିସ୍ତା ହେଉଛନ୍ତି NGO ସଂସ୍ଥା ସିଟିଜେନ ଫର ଜଷ୍ଟିସ ଆଣ୍ଡ ପିସ (CJP) ପ୍ରତିଷ୍ଠାତା ଓ ପରିଚାଳନା ମୁଖ୍ୟ । 2002 ରେ ଗୁଜୁରାଟରେ ହୋଇଥିବା ଭୟଙ୍କର ଦଙ୍ଗାରେ ପୀଡିତଙ୍କୁ ଆର୍ଥିକ, ଆଇନଗତ ଓ ସାମାଜିକ ସହାୟତା ପାଇଁ ତାଙ୍କ ସଂଗଠନ କାର୍ଯ୍ୟ କରିଥିଲା । ତେବେ ଏହି ଦଙ୍ଗାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କିଛି ବରିଷ୍ଠ ରାଜନେତାଙ୍କ ନାମରେ ମାମଲା ଦାଏର କରିଥିଲେ ତିସ୍ତା ଓ ତାଙ୍କ ସଙ୍ଗଠନ ।

ଅବଶ୍ୟ ପରେ ଏହି ମାମଲାରେ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍‌ ମଧ୍ୟ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ଦାଏର ପରେ ପ୍ରଥମେ ଚର୍ଚ୍ଚାର ପରିସରକୁ ଆସିଥିଲେ ତିସ୍ତା । ମୋଦିଙ୍କୁ କ୍ଲିନଚିଟ ମିଳିବା ଘଟଣାରେ ଉକ୍ତ ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଇସାନ ଜାଫରୀଙ୍କ ପତ୍ନୀ ଜାକିଆ ଜଫରୀ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରି ପିଟିସନ ଦାଖଲ କରିଥିଲେ ।

ଗୃହମନ୍ତ୍ରୀ ଅମିତ ଶାହ ନେଇଥିଲେ ତିସ୍ତାଙ୍କ ନାମ:

ନିକଟରେ ଜାତୀୟ ଖବର ସରବାରାହ ସଂସ୍ଥା ANI କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ ମଧ୍ୟ ତିସ୍ତା ଓ ତାଙ୍କ ଦ୍ବାରା ପରିଚାଳିତ ସଂସ୍ଥାର ଭୂମିକା କଥା ଉଠାଇଥିଲେ । ଶାହ କହିଥିଲେ, 2002 ଗୁଜୁରାଟ ଦଙ୍ଗା ସମ୍ପର୍କରେ ତିସ୍ତା ପୋଲିସକୁ ଭିତ୍ତିହୀନ ସୂଚନା ପ୍ରଦାନ କରିଥିଲେ, ଯାହା କୋର୍ଟରେ ମିଥ୍ୟା ତଥ୍ୟ ବୋଲି ପ୍ରମାଣିତ ହୋଇଛି । ଠିକ ତାର ପରଦିନ ଗୁଜୁରାଟ ATS ଟିମ ତାଙ୍କ ମୁମ୍ବାଇ ସ୍ଥିତ ବାସଭନରେ ଚଢାଉ କରିବା ସହ ତାଙ୍କୁ ପ୍ରଥମେ ଅଟକ ରଖି ଜେରା ଓ ଗିରଫ କରି ଗୁଜୁରାଟ ନେଇଯାଇଥିଲା ।

କାହିଁକି ଗିରଫ ହେଲେ ତିସ୍ତା ?

ଶନିବାର କ୍ରାଇମ ବ୍ରାଞ୍ଚ ତିସ୍ତା ଓ ପୂର୍ବତନ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀକୁମାରଙ୍କ ବିରୋଧରେ ଏତଲା ପଞ୍ଜୀକରଣ କରିଛି । 2002 ଗୁଜୁରାଟ ଦଙ୍ଗା ଘଟଣାରେ ନିରୀହ ଲୋକଙ୍କୁ ଦଣ୍ଡିତ କରିବାକୁ ଚେଷ୍ଟା କରିବା । ମିଥ୍ୟା ତଥ୍ୟ ଓ ପ୍ରମାଣ ଯୋଗାଇବା । ଆଇନର ପ୍ରକ୍ରିୟାର ଅପବ୍ୟବହାର ଅଭିଯୋଗରେ ଏହି ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଗିରଫ ମଧ୍ୟ କରାଯାଇଛି । ଗତକାଲି ଉଭୟଙ୍କ ଜାମିନ ଖାରଜ ହେବା ପରେ ଉଭୟ 7 ଦିନିଆ ରିମାଣ୍ଡରେ ଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 27, 2022, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.