ETV Bharat / bharat

UP Election: ରାଜେଶ୍ବର ସିଂଙ୍କୁ ନେଇ ବିଜେପିର ବଡ ଗୋଟିଚାଳନା ! - ରାଜେଶ୍ବର ସିଂଙ୍କୁ ନେଇ ବିଜେପିର ବଡ ଗୋଟିଚାଳନା

ଏବେ ୟୁପି ରାଜନୀତିରେ ଏମିତି ଜଣେ ପ୍ରାର୍ଥୀ ହେଲେ ରାଜେଶ୍ବର ସିଂ । ଲକ୍ଷ୍ନୌ କ୍ୟାଣ୍ଟର ଅନ୍ତର୍ଗତ ସରୋଜୀନିନଗର ବିଧାନସଭା ଆସନରୁ ରାଜେଶ୍ବରଙ୍କୁ ଟିକେଟ ଦେଇଛି ବିଜେପି । ଲକ୍ଷ୍ନୌରେ ଜନ୍ମିତ ରାଜେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ରୁ ଯୁଗ୍ମ ନିର୍ଦ୍ଦେଶକ ଭାବେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଅଧିକ ପଢନ୍ତୁ

UP Election
UP Election
author img

By

Published : Feb 2, 2022, 11:05 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ଯେତେ ପାଖେଇ ଆସୁଛି ଲଢେଇ ସେତେ ତୀବ୍ର ହେବାରେ ଲାଗିଛି । ରାଜନୈତିକ ଦଳ ଗୁଡିକ ନିଜ ନିଜ ପ୍ରାର୍ଥୀ ତାଳିକା ଜାରି କରୁ କରୁ ସାମନା କୁ ଆସୁଛି ଅନେକ ରୋଚକ ପ୍ରସଙ୍ଗ । ଯାହାକୁ ନେଇ ୟୁପି ଲଢେଇ ଆହୁରି ଟକ୍କର ହେଉଛି ।

ଏବେ ୟୁପି ରାଜନୀତିରେ ଏମିତି ଜଣେ ପ୍ରାର୍ଥୀ ହେଲେ ରାଜେଶ୍ବର ସିଂ । ଲକ୍ଷ୍ନୌ କ୍ୟାଣ୍ଟର ଅନ୍ତର୍ଗତ ସରୋଜୀନିନଗର ବିଧାନସଭା ଆସନରୁ ରାଜେଶ୍ବରଙ୍କୁ ଟିକେଟ ଦେଇଛି ବିଜେପି । ଲକ୍ଷ୍ନୌରେ ଜନ୍ମିତ ରାଜେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ରୁ ଯୁଗ୍ମ ନିର୍ଦ୍ଦେଶକ ଭାବେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ଅବସର ନେବାର 24 ଘଣ୍ଟା ମଧ୍ୟରେ ହିଁ ବିଜେପି ତାଙ୍କୁ ଟିକେଟ ଦେଇଛି । ରାଜେଶ୍ବର ସ୍ବେଚ୍ଛାକୃତ ଭାବେ ଚାକିରୀରୁ ଅବସର ନେବା, ରାଜନୀତିରେ ଯୋଗଦେବା, ପୁଣି ବିଜେପିରୁ ପ୍ରାର୍ଥୀ ହେବା ଏହାକୁ ନେଇ ଏବେ ରାଜନୀତି ମହଲରେ ବଡ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ରାଜେଶ୍ବର ଚାକିରୀରେ ଥିବାବେଳେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ହିଁ ରହିଆସିଥିଲେ ।

ଏନକାଉଣ୍ଟର ସ୍ପେଶାଲିଷ୍ଟ ରାଜେଶ୍ବର...

ରାଜେଶ୍ବର ସିଂ ହେଉଛନ୍ତି 1996 ମସିହା IPS ଅଫିସର । ଯେବେ ଲକ୍ଷ୍ନୌ DCP ଭାବେ କାର୍ଯ୍ୟରେ ଯୋଗଦେଇଥିଲେ, ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଚର୍ଚ୍ଚାରେ ଥିଲେ । ନିଜ କ୍ୟାରିୟର ମଧ୍ୟରେ 13 ଥର ଏନକାଉଣ୍ଟର କରିଥିବା ବେଳେ ଏକାଧିକ ପୁରୁଖା ଅପରାଧୀଙ୍କୁ ଜେଲ ପଠାଇଛନ୍ତି । ଏହାସହ ଜଣେ ସଫଳ ଆଇଟି ବିଶେଷଜ୍ଞ ମଧ୍ୟ ଥିଲେ । କାରଣ କୌଣସି ସାଇବର ଅପରାଧରେ ତାଙ୍କର ଭିନ୍ନ ଅନ୍ଦାଜ ଓ ତଦନ୍ତର ତରିକା ତାଙ୍କୁ ଚର୍ଚ୍ଚାରେ ରଖୁଥିଲା ।

ଏକାଧିକ ଘୋଟାଲର ତଦନ୍ତ ଟିମରେ ସାମିଲ...

ବର୍ଷ 2009 ରେ ରାଜେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଡେପୁଟେସନରେ ଯାଇଥିଲେ । ସେତେବେଳେ ଦେଶରେ ଉପା ସରକାର ଥିବାବେଳେ, ଗୋଟିଏ ପରେ ଗୋଟିଏ ଘୋଟାଲର ଖୁଲାସା ହେବାରେ ଲାଗିଥାଏ । 2ଜି ଘୋଟାଲା, କୋଇଲା ଘୋଟାଲା, କମନୱେଲଥ ଘୋଟାଲା, ଅଗଷ୍ଟା ୱେଷ୍ଟଲାଣ୍ଡ ଘୋଟାଲାର ଯାଞ୍ଚ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଯେଉଁଥିରେ ସାମିଲ ଥିଲେ ରାଜେଶ୍ବର ସିଂ । ଅଗଷ୍ଟା ୱେଷ୍ଟଲାଣ୍ଡ ଘୋଟାଲା ଓ ଏୟାରସେଲ- ମାକ୍ସିସ ମାମଲାରେ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଜେଲ ପଠାଇବାରେ ବଡ ଭୂମିକା ନେଇଥିଲେ ।

ଗୋମତୀ ରିଭର ଫ୍ରଣ୍ଟ ମାମଲାରେ ବି କରିଥିଲେ ତଦନ୍ତ

ଇଡିରେ ଥିବାବେଳେ, ରାଜେଶ୍ବର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ଜଗମୋହନ ରେଡ୍ଡୀ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ବିରୋଧରେ ମଧ୍ୟ ତଦନ୍ତ କରି ବଡ ଭୂମିକା ନେଇଥିଲେ । ମଧୁ କୋଡା ଓ ଚୌଟାଲାଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା ।

ଏହାସହ ହାଉସିଂ ଫାଇନ୍ସ ମାମଲାରେ ସାହାର ଇଣ୍ଡିଆ ମୁଖ୍ୟ ସୁବ୍ରତ ରାୟଙ୍କୁ ବି ଜେଲ ପଠାଇଛନ୍ତି ରାଜେଶ୍ବର । ଏହାବାଦ ଅଖିଳେଶ ସରକାର ବେଳେ ହୋଇଥିବା ଗୋମତୀ ରିଭର ଫ୍ରଣ୍ଟ ମାମଲାର ମଧ୍ୟ ତଦନ୍ତ କରିଛନ୍ତି । ତେବେ ପୋଲିସ ବିଭାଗରେ ଆହୁରି ଲମ୍ବା ଚାକିରୀ ଥିବାବେଳେ, ସ୍ବେଚ୍ଛାକୃତ ଅବସର ନେଇ ରାଜେଶ୍ବରଙ୍କ ରାଜନୀତିରେ ପ୍ରବେଶ କରିବା ଏବେ ୟୁପି ରାଜନୀତିରେ ବଡ ଚର୍ଚ୍ଚା ପାଲଟିଛି ।

ତେବେ ବିଜେପି ମଧ୍ୟ ରାଜେଶ୍ବରଙ୍କୁ ନେଇ ବଡ ଗୋଟି ଚାଳନା କରିଛି । ଗୁରୁତ୍ବପୂର୍ଣ୍ଣ ସରୋଜୀନିନଗର ଆସନ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ବିଜେପି ନେୃତୃତ୍ବ । ରାଜେଶ୍ବର ମଧ୍ୟ ପୁରା ଆତ୍ମବିଶ୍ବାସ ସହ ମୈଦାନକୁ ଓହ୍ଲାଇ ସାରିଛନ୍ତି । ତେବେ ରାଜନୀତିରେ କେତେ ସଫଳ ହେଉଛନ୍ତି ଏହି ଦକ୍ଷ ଆଇପିଏସ ଅଫିସର ଏବେ ତାକୁ ଅପେକ୍ଷା ।

@IASN

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.