ETV Bharat / bharat

Pee on Passenger: ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ଏହି ଯୁବକ, ଗଲା ଚାକିରି

author img

By

Published : Jan 6, 2023, 7:54 PM IST

Updated : Jan 6, 2023, 9:28 PM IST

ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା । ମିଳିଲା ଅଭିଯୁକ୍ତ ଯୁବକଙ୍କ ପରିଚୟ । ଜାଣନ୍ତୁ କିଏ ସେହି ବ୍ୟକ୍ତି

Etv BharatPee on Passenger
Etv BharatPee on Passenger

ମୁମ୍ବାଇ: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (Air India Flight)ରେ ଜଣେ ଯୁବକ ପାଖରେ ବସିଥିବା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ଏକ ମାସ ବିତିଯାଇଥିବା ବେଳେ ଉକ୍ତ ଯୁବକଙ୍କ ପରିଚୟ ମିଳିଛି । ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଯୁବକ ହେଉଛନ୍ତି ଜଣେ ବ୍ୟବସାୟୀ, ତାଙ୍କ ନାମ ଶଙ୍କର ମିଶ୍ର ବୋଲି ଜଣାପଡ଼ିଛି । ସେ ମୁମ୍ବାଇର ମୀରା ରୋଡ୍‌ର ଅଧିବାସୀ । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିବା ଜଣାପଡ଼ିଛି । ସେପଟେ ଆମେରିକୀୟ କମ୍ପାନୀରେ ଚାକିରି କରୁଥିବା ଏହି ଯୁବକଙ୍କ ଚାକିରି ବାହାର କରିଦିଆଯାଇଥିବା ସୂଚନା ମିଳିଛି (US based company Wells Fargo sacks India VC shankar mishra) ।

  • Passenger urinating case in Air India New York-Delhi flight: Look Out Circular (LoC) issued against the accused. Only 4 crew members have joined the investigation so far. Others are to join the probe today.

    — ANI (@ANI) January 6, 2023 " class="align-text-top noRightClick twitterSection" data=" ">

ଅଭିଯୁକ୍ତ ଜଣକ ଆମେରିକାର ଏକ କମ୍ପାନୀରେ କାମ କରୁଛନ୍ତି । ଭାରତରେ ଥିବା ଏହି କମ୍ପାନୀରେ ସେ ଉପସଭାପତି ଦାୟିତ୍ବ ତୁଲାଉଛନ୍ତି । ଯାହାର ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ଣ୍ଣିଆରେ ରହିଛି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ମୁମ୍ବାଇର ମୀରା ରୋଡ୍‌ରେ ରହୁଛନ୍ତି । ସେ ଏବେ ମୁମ୍ବାଇରେ ନାହାନ୍ତି । ଏହି ଘଟଣା ସମ୍ପର୍କରେ ଜାଣିବା ଲାଗି ଉକ୍ତ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ବୟାନ ମଧ୍ୟ ନିଆଯାଇପାରେ ବୋଲି ପୋଲିସ କହିଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୪ କ୍ରୁ ମେମ୍ବର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଅଧିକାରୀଙ୍କ କହିବାନୁସାରେ ଅଭିଯୁକ୍ତଙ୍କୁ କାବୁ କରିବା ଲାଗି ପୋଲିସର ଅନେକ ଟିମ ଲାଗିଥିଲେ ସୁଦ୍ଧା ଅଭିଯୁକ୍ତ ଫେରାର ରହିଛି ।

ଏହା ବି ପଢନ୍ତୁ- ସୀମା ସୁରକ୍ଷା ବଳର ସଫଳତା, ୧ କେଜି ହେରୋଇନ୍ ଜବତ

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ଅଭିଯୁକ୍ତ ମୁମ୍ବାଇର ଅଧିବାସୀ । ଏକ ଟିମ ଅଭିଯୁକ୍ତର ଠିକଣାରେ ପହଞ୍ଚିଥିବା ବେଳେ ସେ ଫେରାର ଅଛନ୍ତି । ଟିମ ଅଭିଯୁକ୍ତକୁ କାବୁ କରିବା ଲାଗି ପ୍ରୟାସ ଜାରି ରଖିଛି । DGCAର ୨୦୧୭ରେ ଜାରି ହୋଇଥିବା ନିୟମ ଅନୁସାରେ ବିମାନରେ ଅଭଳି ଅସଭ୍ୟ ଯାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଉକ୍ତ ବିମାନ ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବା ଲାଗି ସବୁଦିନ ପ୍ରତିବନ୍ଧକ ଲଗାଯାଇପାରେ ।" ମାତ୍ର ଏହି ଯାତ୍ରୀଙ୍କ ଉପରେ ଆଗାମୀ ୩୦ଦିନ ପର୍ଯ୍ୟନ୍ତ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି ।

ଏହି ଘଟଣାଟି ୨୬ ନଭେମ୍ବରରେ ଘଟିଥିଲା । ଅଭିଯୁକ୍ତ ଜଣକ ପାଖରେ ବସିଥିବା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଅଭିଯୋଗ ହୋଇଥିଲା । ବିମାନ ଅବତରଣ କରିବା ପରେ ଉକ୍ତ ବିମାନରେ ଥିବା ଅଧିକାରୀ କର୍ତ୍ତୃପକ୍ଷଙ୍କୁ ଏ ନେଇ ସୂଚିତ କରାଇଥିଲେ । ଅଭିଯୁକ୍ତ ଜଣକ ନିଶାସକ୍ତ ଥିବା ବେଳେ ଏପରି ଆପତ୍ତିଜନକ କାର୍ଯ୍ୟ କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ମହିଳା ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଆପୋଷ ବୁଝାମଣା ପରେ ମହିଳା ଯାତ୍ରୀ ଜଣକ କାର୍ଯ୍ୟାନୁଷ୍ଠାନ ଲାଗି କରିଥିବା ଅଭିଯୋଗ ପତ୍ରକୁ ଫେରାଇ ନେଇଥିଲେ ।

Last Updated : Jan 6, 2023, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.