ETV Bharat / bharat

କିଏ କିଣି ପାରିବେ କେରଳ ଲଟେରୀ ଟିକେଟ୍ ? - କେରଳ ଲଟେରୀ ଟିକେଟ୍

ଏବେ ସମସ୍ତଙ୍କ ନଜର କେରଳର ଓନାମ୍‌ ବମ୍ପର ଲେଟରୀ ଉପରେ । ରାତିରାତି କୋଟିପତି ହେବାର ଆଶାରେ କେରଳ ଲଟେରୀ କିଣିବା ପାଇଁ ସାରା ଦେଶରେ ଲୋକଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖାଯାଇଛି । ତେବେ କିଏ କିଣି ପାରିବେ ଏହି ଲଟେରୀ ଟିକେଟ୍ ଓ କେମିତି ପାଇବେ ପୁରସ୍କାର ରାଶି ? ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

କିଏ କିଣି ପାରିବେ କେରଳ ଲଟେରୀ ଟିକେଟ୍ ?
କିଏ କିଣି ପାରିବେ କେରଳ ଲଟେରୀ ଟିକେଟ୍ ?
author img

By

Published : Sep 22, 2022, 4:01 PM IST

ଥିରୁଅନନ୍ତପୁରମ: ଜଣେ ଅଟୋ ଚାଳକ ୨୫ କୋଟି ଜିତିବା ପରେ ଏବେ ସମସ୍ତଙ୍କ ନଜର କେରଳର ଓନାମ୍‌ ବମ୍ପର(Onam Bumper) ଲଟେରୀ ଉପରେ । ରାତିରାତି କୋଟିପତି ହେବାର ଆଶାରେ କେରଳ ଲଟେରୀ କିଣିବା ପାଇଁ ସାରା ଦେଶରେ ଲୋକଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖାଯାଇଛି । ବିଭିନ୍ନ ରାଜ୍ୟରେ ଲୋକେ ଓନମ ବମ୍ପର ଲଟେରୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆଗ୍ରହୀ ହେଉଛନ୍ତି । ତେବେ କିଏ କିଣି ପାରିବେ ଏହି କେରଳ ଲଟେରୀ ଟିକେଟ୍ ଓ କେମିତି ପାଇବେ ପୁରସ୍କାର ରାଶି ? ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ ।

ଅନ୍ୟ ରାଜ୍ୟର ଲୋକ କେରଳ ଲଟେରୀ କିଣି ପାରିବେ କି ?

ଆପଣଙ୍କ ମନରେ ନାହାତି ପ୍ରଶ୍ନ ଆସୁଥିବ ଯେ, ଅନ୍ୟ ରାଜ୍ୟର ଲୋକେ ଏହି ଲଟେରୀ କିଣିପାରିବେ ନା ନାହିଁ । କହିରଖୁଛୁ କି, ଲେଟରୀ ଅଧିନିୟମ ଅନୁସାରେ କେରଳ ଲଟେରୀ ଟିକେଟ ରାଜ୍ୟ ବାହାରେ ବିକ୍ରି ହୋଇପାରିବ ନାହିଁ । ଅବଶ୍ୟ ଅନ୍ୟ ରାଜ୍ୟର ଲୋକେ କେରଳ ଆସି ଲଟେରୀ ଟିକେଟ କିଣି ପାରିବେ । ଯଦି ସେ ପୁରସ୍କାର ରାଶି ଜିତନ୍ତି, ତେବେ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ କରି ଅର୍ଥରାଶି ହାସଲ କରିପାରିବେ ।

ଅନଲାଇନରେ ଟିକେଟ୍ କିଣାଯାଇ ପାରିବ କି ?

ଲଟେରୀ ନିୟମ ମୁତାବକ, ପୁରସ୍କାର ରାଶି କ୍ଲେମ୍ କରିବାକୁ ଭୌତିକ ଟିକେଟ୍ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ପୁରସ୍କାର ରାଶି ପ୍ରାପ୍ତ କରିବାକୁ ହେଲେ ବିଜେତାଙ୍କୁ ଲଟେରୀ କାର୍ଯ୍ୟାଳୟରେ ଅସଲି ଟିକେଟ୍(original ticket) ଉପସ୍ଥାପନ କରିବାକୁ ହେବ । ଅନଲାଇନ ପ୍ଲାଟଫର୍ମରେ ଟିକେଟ୍ କିଣିବା ବେଆଇନ ଅଟେ । ଲଟେରୀ ଏଜେନ୍ସି ଦ୍ବାରା ଟିକେଟ୍ ବିକ୍ରୟ ପାଇଁ ହ୍ବାର୍ଟ୍ସଆପ ଗ୍ରୁପ ଲଞ୍ଚ କରାଯାଇଛି । ଯାହାକି ପୂର୍ଣ୍ଣ ରୂପେ ଟ୍ରଷ୍ଟ ଫ୍ୟାକ୍ଟର ଆଧାରରେ କାର୍ଯ୍ୟ କରୁଛି । ଏଥିରେ ସୁରକ୍ଷା ସମ୍ବନ୍ଧୀୟ କୌଣସି ଆଇନ ବ୍ୟବସ୍ଥା ନାହିଁ । ଏହି ଗ୍ରୁପ ଠାରୁ ଟିକେଟ କିଣୁଥିବା ବ୍ୟକ୍ତି ଠକାମିର ଶିକାର ହେଲେ ସରକାର ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ । ପୁରସ୍କାର ସେତେବେଳେ ପ୍ରଦାନ କରାଯାଇଥାଏ, ଯେତେବେଳେ ବିଜେତା ଅସଲି ଟିକେଟ ଉପସ୍ଥାପନ କରିଥାନ୍ତି ।

ପୁରସ୍କାର ପ୍ରାପ୍ତି ପାଇଁ ଆବଶ୍ୟକୀୟ ଦସ୍ତାବିଜ୍

୧. ପୁରସ୍କାର ରାଶି ଜିତିଥିବା ଅସଲି ଲଟେରୀ ଟିକେଟ

୨. ଫର୍ମ ନଂ VIIIରେ ଷ୍ଟାମ୍ପେଡ ରସିଦ୍

୩. ଗଜେଟ ଅଫିସର ବା ନୋଟାରୀ ଦ୍ବାରା ଯାଞ୍ଚ ହୋଇଥିବା ପାସଫଟୋ ଆକାରର ଫଟୋ

୪. ଲଟେରୀ ଜିତିଥିବା ଟିକେଟର ଉଭୟ ପାର୍ଶ୍ବର ଫଟୋ

୫. ପାସପୋର୍ଟ/ରାସନକାର୍ଡ/ଭୋଟ ପରିଚୟ ପତ୍ର/ ଡ୍ରାଇଭିଂ ଲାଇସେନ୍ସ/ ପାନକାର୍ଡ

ଉପରୋକ୍ତ ଦସ୍ତାବିଜ୍ ବ୍ୟତୀତ ନିମ୍ନଲିଖିତ ଅତିରିକ୍ତ ଦସ୍ତାବିଜ୍ ଟିକେଟ ଦେବା ସମୟରେ ସଂଲଗ୍ନ କରିବା ଜରୁରୀ

୧. ପୁରସ୍କାର ବିଜେତାଙ୍କ ବିବରଣୀ

୨. ଟଙ୍କା ଜମା କରିବାକୁ ଥିବା ବ୍ୟାଙ୍କ ପ୍ରମାଣପତ୍ର

୩. ଟଙ୍କା ସଂଗ୍ରହ କରିବାକୁ ଥିବା ବ୍ୟାଙ୍କର ପ୍ରମାଣପତ୍ର

ଏହାମଧ୍ୟ ପଢନ୍ତୁ: ବଦଳିଲା ଅଟୋ ଚାଳକଙ୍କ ଭାଗ୍ୟ, ଜିତିଲେ ୨୫ କୋଟି ଟଙ୍କାର ଲଟେରୀ

କେମିତି ପୁରସ୍କାର ରାଶି ପାଇବେ ?

ଥିରୁଅନନ୍ତପୁରମରେ ଲଟେରୀ ଟିକେଟ ଡ୍ର ହୋଇଥାଏ । ପୁରସ୍କାର ଜିତିଥିବା(prize-winning ticket) ଟିକେଟ ଦେଖାଇ ବିଜେତା ସିଧାସଳଖ ଲଟେରୀ ଏଜେଣ୍ଟ ଠାରୁ ୫ ହଜାର ଯାଏଁ ପୁରସ୍କାର ରାଶି ଗ୍ରହଣ କରିପାରିବେ । ଏକ ଲକ୍ଷ ଯାଏଁ ପୁରସ୍କାର ରାଶି ଜିଲ୍ଲା ଲଟେରୀ ଅଫିସରୁ ମିଳିଥାଏ । ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରି ଅସଲି ଟିକେଟ୍ ସହ ଯେକୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପୁରସ୍କାର ରାଶି ସଂଗ୍ରହ କରାଯାଇ ପାରିବ । ତେବେ ଏହି ପୁରସ୍କାର ରାଶିରୁ କିଛି ଏଜେଣ୍ଟ କମିଶନ ଏବଂ ଆୟକର କଟିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.