ETV Bharat / bharat

ଚଳିତ ସପ୍ତାହରେ Covaxin ପାଇବ WHO ମଞ୍ଜୁରୀ !

ଚଳିତ ସପ୍ତାହ ଭାରତ ବାୟୋଟେକର କୋରୋନା ଟିକା କୋଭାକ୍ସିନ(Covaxin)କୁ ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ମଞ୍ଜୁରୀ । ଜୁଲାଇରେ ସମସ୍ତ ଜରୁରୀ ଦସ୍ତାବିଜ ଓ ଟ୍ରାଏଲ ସହ ସମ୍ବନ୍ଧିତ ଡାଟା ଉପଲବ୍ଧ କରାଇଥିଲା ଭାରତ ବାୟୋଟେକ । ଅଧିକ ପଢନ୍ତୁ...

author img

By

Published : Sep 13, 2021, 5:02 PM IST

ଚଳିତ ସପ୍ତାହରେ Covaxin ପାଇବ WHO ମଞ୍ଜୁରୀ !
ଚଳିତ ସପ୍ତାହରେ Covaxin ପାଇବ WHO ମଞ୍ଜୁରୀ !

ହାଇଦ୍ରାବାଦ: ଚଳିତ ସପ୍ତାହ ଭାରତ ବାୟୋଟେକର କୋରୋନା ଟିକା କୋଭାକ୍ସିନ(Covaxin)କୁ ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ମଞ୍ଜୁରୀ । ଏନେଇ ବିଶେଷ ସୂତ୍ରରୁ ମିଳିଛି ସୂଚନା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ସୂଚୀରେ ତାଲିକାଭୁକ୍ତ କରାଯାଇନାହିଁ ।

ଅନୁମୋଦନ ପ୍ରାପ୍ତ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜୁଲାଇରେ ସମସ୍ତ ଜରୁରୀ ଦସ୍ତାବିଜ ଓ ଟ୍ରାଏଲ ସହ ସମ୍ବନ୍ଧିତ ଡାଟା ଉପଲବ୍ଧ କରାଇଥିଲା ଭାରତ ବାୟୋଟେକ । ତେବେ ଚଳିତ ସପ୍ତାହ କୋଭାକ୍ସିନକୁ WHO ମଞ୍ଜୁରୀ ଦେଇପାରେ ବୋଲି କୁହାଯାଉଛି । କୋଭାକ୍ସିନର ଜରୁରକାଳୀନ ବ୍ୟବହାର ପାଇଁ ଟେକ୍ନୋଲୋଜି ବିଶେଷଜ୍ଞ ସମୀକ୍ଷା କରୁଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ନିର୍ଦ୍ଦେଶକ ଡାକ୍ତର ପୁନମ କ୍ଷେତ୍ରପାଳ ସିଂହ ଜୁଲାଇରେ ଟେକ୍ନୋଲୋଜି ବିଶେଷଜ୍ଞ କମିଟି ଟିକାର ସମୀକ୍ଷା କରୁଥିବା କହିଥିଲେ ।

ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ଦେଇନଥିବାରୁ ଅନେକ ଦେଶ ଭାରତର ସ୍ବଦେଶୀ ଟିକାକୁ ମାନ୍ୟତା ଦେଇନାହାଁନ୍ତି । ତେବେ ନିଜ କାମ କିମ୍ବା ଅନ୍ୟ କୌଣସି କାରଣରୁ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କୁ ଏଥିପାଇଁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନକୁ ମଞ୍ଜୁରୀ ମିଳିନଥିବାରୁ ଅନ୍ୟ ଦେଶରେ ପ୍ରତିବନ୍ଧକ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.