ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ମହାରାଷ୍ଟ୍ର ମହାନାଟକ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। କେତେବେଳେ ବି ଠାକରେ ଗାଦି ହରାଇପାରନ୍ତି । ଶିବସେନା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଏକ ପ୍ରସ୍ତାବ ପାରିତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ପାର୍ଟି ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପାର୍ଟି ସହ ବିଶ୍ବାସଘାତ କରିଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ଏ ମୁଦ୍ଦାକୁ ନେଇ କଣ କହିଲେ ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ପଢନ୍ତୁ...
ପ୍ରଶ୍ନ-1 ନିର୍ବାଚନ ଆୟୋଗଙ୍କ ଚିଠି ଲେଖିବା ନିଷ୍ପତ୍ତି ପରେ ଘନ ଘନ ବୈଠକ ବସୁଛି । ଶିବସେନା ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛି କି ?
ପ୍ରିୟଙ୍କା ଚର୍ତୁବେଦୀ: ଆମେ ନିଶ୍ଚିନ୍ତ ଯେ ଆମେ ଆମ ସରକାର ସହିତ ଦଳକୁ ବଞ୍ଚାଇବୁ । ଚତୁର୍ଥ ଥର ଆମ ପାର୍ଟି ପାଇଁ ଏହି ସଙ୍କଟ ଆସିଛି ଆମେ ଏଥିରୁ ନିଶ୍ଚିତ ବର୍ତ୍ତିବୁ । ଯାହା ପ୍ରମାଣ କରିବାର ଅଛି, ସରକାର ଯିବ କି ରହିବ ତାହା ଗୃହରେ ନିର୍ଣ୍ଣୟ ହେବ । ନା କି ଏହା ଗୌହାଟୀର କେଉଁ ପଞ୍ଚତାରକା ହୋଟେଲରେ ନିଷ୍ପତ୍ତି ହେବ। ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ତେଣୁ ମୁମ୍ବାଇ ଆସି କଣ ଚାହୁଁଛନ୍ତି ଶକ୍ତି ପ୍ରଦର୍ଶନ କରିବାର ଅଛି ତେବେ ମୁମ୍ବାଇ ଆସିବାକୁ ପଡିବ ।
ସେମାନଙ୍କ ଦୁଇ-ତୃତୀୟାଶଂ ଦାବି କେବଳ ବିଧାନସଭାରେ । ସେହି ବହୁମତର ପ୍ରୟୋଗ ସେମାନେ କରି ପାରିବେ ନାହିଁ । କାରଣ ସବୁ ବିଧାୟକଙ୍କୁ ବିଜେପିରେ ମିଶିବାକୁ ହେବ ନଚେତ୍ ଅଯୋଗ୍ୟ ଘୋଷିତ ହେବେ । ଦଶମ ଅନୁସୂଚୀ ଅନୁଯାୟୀ, ବିଧାନସଭାରେ ସେମାନଙ୍କର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହୋଇଥିଲେ ମଧ୍ୟ ସେମାନେ ବିଧାନସଭା ବୈଠକରେ ଯୋଗଦେବା ପରେ ସେମାନଙ୍କର ଭୋଟ୍ ଦେବାର ଅଧିକାର ରହିବ । କିନ୍ତୁ ଯଦି ସେମାନେ ଯୋଗଦାନ କରନ୍ତି ନାହିଁ ତେବେ ନୂଆ ଦଳ କଥା କୁହନ୍ତି । ସମସ୍ତ ଅଯୋଗ୍ୟ ଘୋଷିତ ହେବେ । ତାଙ୍କ ନାମ ବି ଜନତା ମନେ ରଖିବା ନାହିଁ ।
ପ୍ରଶ୍ନ-2 ତେବେ କଣ ଦଳ ଓ ତାର ଚିହ୍ନ ମାମଲା ନିର୍ବାଚନ ଆୟୋଗଙ୍କ ପାଖକୁ ଯିବ ?
ପ୍ରିୟଙ୍କା ଚର୍ତୁବେଦୀ: କିଛି ଆବଶ୍ୟକତା ନାହିଁ । ଯଦି ତାଙ୍କ ପାଖରେ ସଂସଦଠୁ ନେଇ ଜିଲ୍ଲା ପରିଷଦ ଅଛନ୍ତି ତେବେ ନିର୍ବାଚନ ଚିହ୍ନ ମାମଲା ଆସିବ । ସଂଗଠନର ଦୁଇ-ତୃତୀୟାଶଂ ରହିଛି, କେବଳ ବିଧାନସଭା ଆସନ ନୁହେଁ । କଂଗ୍ରେସ ଯେବେ ଭାଙ୍ଗିଥିଲା ସମଗ୍ର ସଂଗଠନ ଭାଙ୍ଗିଥିଲା । ଏହା ସେମିତି ସମସ୍ୟା ନୁହେଁ ।
ପ୍ରଶ୍ନ-3 କଣ ଶିବସେନାରେ ଆତ୍ମଚିନ୍ତନ କରିବାକୁ ଆଲୋଚନା ହେଉଛି, କି କେଉଁଠି କମ ରହିଗଲା?
କେଉଁ କାରଣରୁ ବିଦ୍ରୋହୀ ଗୋଷ୍ଠୀ ଏପରି କାର୍ଯ୍ୟ କଲେ, ସେମାନଙ୍କ ଉପରେ ଚାପ ରହିଲା କିମ୍ବା ନିଜ ଇଚ୍ଛାରେ ଏହା ଘଟିଲା, ଆମେ ସେହି ସବୁ ଜିନିଷ ଉପରେ ନିଷ୍ପତ୍ତି ନେବୁ । ଏହି ଲୋକମାନେ ବାଲାସାହେବ ଠାକେରଙ୍କ ନାମକୁ ମଧ୍ୟ ନିଜ ପାର୍ଟି ସହିତ ଯୋଡିଛନ୍ତି । ଏହା ସ୍ପଷ୍ଟ ଯେ ସେମାନେ ନିଜେ ଜିତିବାକୁ ସମର୍ଥ ହେବେ ନାହିଁ ଏବଂ ଏଥିପାଇଁ ସେମାନେ ବାଲାସାହେବଙ୍କ ନାମ ମଧ୍ୟ ଆବଶ୍ୟକ କରୁଛନ୍ତି । ସେମାନେ ଅଢେଇ ବର୍ଷ ପରେ ହିନ୍ଦୁତ୍ବ କଥା କହୁଛନ୍ତି । କେଉଁ ହିନ୍ଦୁତ୍ବ ଜଣଙ୍କୁ ପଛରୁ ଛୁରୀ ମାରିବାକୁ ଶିଖାଏ ? ବାଲାସାହେବ ଯାହା କହିଥିଲେ ତାହା ଉପରେ କାର୍ଯ୍ୟ କରୁଥିଲେ । ଏମାନେ ଯାହା କରିଛନ୍ତି ତାହା ବାଲାସାହେବଙ୍କ ବିରୁଦ୍ଧରେ।
ପ୍ରଶ୍ନ-4 ଏହା ଚର୍ଚ୍ଚା ହେଉଛି କି ଦଳର ଏନସିପି ଓ କଂଗ୍ରେସ ସହ ଶିବସେନାର ମେଣ୍ଟ ଅପ୍ରାକୃତିକ ?
ପ୍ରିୟଙ୍କା ଚର୍ତୁବେଦୀ: ଯେତେବେଳେ ଏହି ମେଣ୍ଟ ହେଲା ନିଷ୍ପତ୍ତି ନେବା ପୂର୍ବରୁ ଏକନାଥ ସିନ୍ଦେଙ୍କୁ ମିଶାଇ ଗୁଲାବ ରାଓ ପାଟିଲଙ୍କ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ସେମାନଙ୍କ ସହ ବସିଥିବା ତାନାଜୀ ସାୱନ୍ତ (ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଜଣେ) ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ଆମେ ବିଜେପି ସହ ମେଣ୍ଟ କରୁଛୁ ଏହାକୁ ଭାଙ୍ଗିବାକୁ ତାଙ୍କର ଦାବି ରହିଛି । ଏକନାଥ ସିନ୍ଦେଙ୍କ 2015 ଭାଷଣ ଶୁଣନ୍ତୁ ଯେଉଁଥିରେ ସେ କହିଥିଲେ ଯେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ, ମୁଁ ସେମାନଙ୍କ ସହ (ବିଜେପି) କାମ କରିବାକୁ ପ୍ରସ୍ତୁତ ନୁହେଁ । ମହା ବିକାଶ ଆଗାଡି ସେମାନଙ୍କୁ ସମସ୍ତ ଦାୟିତ୍ବ ପ୍ରଦାନ କରିଥିଲା । ସେମାନେ କାହିଁକି ପଳାଇଲେ ? ସେମାନଙ୍କୁ ମହାରାଷ୍ଟ୍ରର ଲୋକଙ୍କୁ ଜବାବ ଦେବାକୁ ପଡିବ ।
ପ୍ରଶ୍ନ-4 ଏବେ କୁହାଯାଉଛି କି ଶିବସେନାର ହିନ୍ଦୁତ୍ବ ବାଲାସାହେବ ଭଳି ନୁହେଁ?
ପ୍ରିୟଙ୍କା ଚର୍ତୁବେଦୀ: ମିଡିଆର ଏ ଏଜେଣ୍ଡା ରହିଛି କି ଆମ ହିନ୍ଦୁତ୍ବ ମିଶ୍ରିତ କରାଯିବା ଉଚିତ । ଯେତେବେଳେ ରାମ ମନ୍ଦିର ଉପରେ ନିଷ୍ପତ୍ତି ଆସିଲା, ସେତେବେଳେ ଉଦ୍ଧବ ବାଲାସାହେବ ଠାକରେ ପ୍ରଥମ ରାଜନେତା ଯିଏକି ରାମଲାଲାଙ୍କୁ ଦେଖା କରିବାକୁ ଅଯୋଧ୍ୟାରେ ପହଞ୍ଚିଥିଲେ। ଶିବସେନା ପ୍ରଥମ ରାଜନେତା ଦଳ ଯିଏକି ରାମଲାଲାଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଶିବସେନା ହେଉଛି ପ୍ରଥମ ଦଳ ଯିଏକି ହିନ୍ଦୁତ୍ବ ଶାସନ ଏବଂ ବସୁଦେବ କୁଟୁମ୍ବକମ୍ ବିଷୟରେ କହେ । କୌଣସି ଭେଦଭାବ ନକରି ଏବଂ କିଏ ସପକ୍ଷରେ ଏବଂ କିଏ ବିରୁଦ୍ଧରେ ଅଛନ୍ତି ସେ ବିଷୟରେ ଚିନ୍ତା ନକରି ମହାମାରୀକୁ ଭଲ ଭାବରେ ପରିଚାଳନା କରିଥିଲେ । ଉଦ୍ଧବ ଠାକରେଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବିବେଚନା କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ