ETV Bharat / bharat

ହ୍ବାଟ୍ସଆପ ବ୍ୟବହାରୀଙ୍କ ପାଇଁ ଆଶ୍ବସ୍ତି ଖବର, ଫେବୃଆରୀ 8ରେ ଡିଲିଟ‌ ହେବନି ଆକାଉଣ୍ଟ

author img

By

Published : Jan 16, 2021, 8:48 AM IST

ହ୍ବାଟ୍ସଆପ ବ୍ୟବହାରୀଙ୍କ ପାଇଁ ଆଶ୍ବସ୍ତି ଖବର । ଫେବୃଆରୀ 8ରେ ଡିଲିଟ‌ ହେବନି ହ୍ବାଟ୍ସଆପ ଆକାଉଣ୍ଟ । ହ୍ବାଟ୍ସଆପର ନୂଆ ଗୋପନୀୟତା ନୀତିକୁ ନେଇ ନାନା ଦ୍ବନ୍ଦ ଦେଖା ଯିବା ପରେ ଏହାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ହ୍ବାଟ୍ସଆପ । ଅଧିକ ପଢନ୍ତୁ:

ହ୍ବାଟ୍ସଆପ ବ୍ୟବହାରୀଙ୍କ ପାଇଁ ଆଶ୍ବସ୍ତି ଖବର,  ଫେବୃଆରୀ 8ରେ ଡିଲିଟ୍‌ ହେବନି ଆକାଉଣ୍ଟ

ୱାଶିଂଟନ: ହ୍ବାଟ୍ସଆପ ବ୍ୟବହାରୀଙ୍କ ପାଇଁ ଆଶ୍ବସ୍ତି ଖବର । ଫେବୃଆରୀ 8ରେ ଡିଲିଟ୍‌ ହେବନି ହ୍ବାଟ୍ସଆପ ଆକାଉଣ୍ଟ । ହ୍ବାଟ୍ସଆପର ନୂଆ ଗୋପନୀୟତା ନୀତିକୁ ନେଇ ନାନା ଦ୍ବନ୍ଦ ଦେଖା ଯିବା ପରେ ଏହାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ହ୍ବାଟ୍ସଆପ । ଯାହା ବ୍ୟବହାରୀଙ୍କୁ ଏହି ନୀତିର ସମୀକ୍ଷା ଏବଂ ଫେସବୁକ ମାଲିକାନା ମେସେଜିଂ ଆପ୍‌ର ସର୍ତ୍ତାବଳୀ ଗ୍ରହଣ କରିବାକୁ ଅଧିକ ସମୟ ଦେବ ।

ତେବେ ଲୋକଙ୍କ ମଧ୍ୟରେ ଗୋପନୀୟତାକୁ ନେଇ ବିଭ୍ରାନ୍ତକାରୀ ମନ୍ତବ୍ୟ ସୃଷ୍ଟି ହୋଇଥିବାରୁ ଏହି ନୂଆ ଗୋପନୀୟତା ନୀତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛି କମ୍ପାନୀ ।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ବର୍ତ୍ତମାନ ସେହି ତାରିଖକୁ ଘୁଞ୍ଚାଉଛୁ ଯେଉଁଥିରେ ଲୋକଙ୍କୁ ସର୍ତ୍ତାବଳୀ ସମୀକ୍ଷା ଏବଂ ଗ୍ରହଣ କରିବାକୁ କୁହାଯିବ । ଫେବୃଆରୀ 8 ରେ କାହାର ଆକାଉଣ୍ଟକୁ ସ୍ଥଗିତ କିମ୍ବା ଡିଲିଟ କରାଯିବ ନାହିଁ | ହ୍ବାଟ୍ସ ଆପରେ ଗୋପନୀୟତା ଏବଂ ସୁରକ୍ଷା କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ଭୁଲ ତଥ୍ୟ ଦୂର କରିବାକୁ ଆମେ ଆହୁରି ଅନେକ କିଛି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛୁ। ଏହାସହ କମ୍ପାନୀ କହିଛି ଯେ, ମେ 15ରେ ନୂତନ ବ୍ୟବସାୟ ବିକଳ୍ପ ଉପଲବ୍ଧ ହେବା ପୂର୍ବରୁ ନୀତି ସମୀକ୍ଷା କରିବାକୁ ଧୀରେ ଧୀରେ ଲୋକଙ୍କ ନିକଟରେ ପହଞ୍ଚିବୁ।

ହ୍ବାଟ୍ସଆପର ନୂଆ ଗୋପନୀୟତା ନୀତି ଅନୁଯାୟୀ ଆସନ୍ତା ଫେବୃଆରୀ 8 ତାରିଖ ମଧ୍ୟରେ ଏହି ନୀତିକୁ ଅନୁମିତ ନ ଦେଲେ ବ୍ୟବହାରକାରୀ ଆପ୍‌କୁ ଆଉ ବ୍ୟବହାର କରିପାରିବେ ନାହିଁ । ଏଣୁ ହ୍ବାଟ୍ସଆପକୁ ବ୍ୟବହାର କରିବାକୁ ହେଲେ ଏହି ନୀତିକୁ ଅନୁମତି ଦେବା ବାଧ୍ୟତାମୂଳକ ବୋଲି କମ୍ପାନୀ ଘୋଷଣା କରିଥିଲା । ହ୍ବାଟ୍ସଆପ୍ ଫେସବୁକ୍ ସହିତ ସବୁକିଛି ସେୟାର ବା ଅଂଶୀଦାର କରିବ ବୋଲି ଘୋଷଣା କରାଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହେବା ସହ ଲୋକେ ନିଜ ବ୍ୟକ୍ତିଗତ ତଥ୍ୟକୁ ନେଇ ଅଧିକ ଚିନ୍ତିତ ଥିଲେ । ଅନେକ ଏହି ନିୟମକୁ ବୁଝିପାରୁନଥିବା ବେଳେ ଅନେକ ଏହାର ବିକ୍ଳପ ସ୍ବରୁପ ଏହି ଆପ୍‌କୁ ଛାଡି ସିଗନାଲ ଓ ଟେଲିଗ୍ରାମ ଆପକୁ ଡାଉନଲୋଡ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.