ETV Bharat / bharat

Moon mission: 14 ଦିନ ପରେ କ’ଣ ହେବ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ର ଅସ୍ଥିତ୍ବ ?

14 ଦିନ ପରେ ଅଚଳ ହୋଇଯିବ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ । ଚନ୍ଦ୍ରପୃଷ୍ଠରେ ପଡ଼ିରହିବ । ପ୍ରପଲସନ ମଡ୍ୟୁଲ ମଧ୍ୟ କିଛି ବର୍ଷ କାର୍ଯ୍ୟ କରିବା ପରେ କକ୍ଷପଥରେ ହିଁ ରହିଯିବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 24, 2023, 5:17 PM IST

Moon mission: 14 ଦିନ ପରେ କ’ଣ ହେବ ‘ବିକ୍ରମ’ ଓ ‘ପ୍ରଜ୍ଞାନ’ର ଅସ୍ଥିତ୍ବ !

ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ର ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହ ଚନ୍ଦ୍ରପୃଷ୍ଠର ଆହ୍ବାନପୂର୍ଣ୍ଣ ଦକ୍ଷିଣମେରୁରେ ଅବତରଣ କରିଛି । ଏହା ସହ ଚନ୍ଦ୍ରପୃଷ୍ଠରେ ଗବେଷଣା ମଧ୍ୟ ଆରମ୍ଭ ହୋଇଯାଇଛି । ଦକ୍ଷିଣମେରୁରେ ଜନବସତି ସ୍ଥାପନ ସମ୍ଭବ ହୋଇପାରେ ବୋଲି ମଧ୍ୟ ଇସ୍ରୋ ମୁଖ୍ୟ ସଙ୍କେତ ଦେଇସାରିଲେଣି । ଗତକାଲି ବିକ୍ରମ ଲ୍ୟାଣ୍ଡିିଂ କରିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଉଭୟ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ କାର୍ଯ୍ୟ ଆରମ୍ଭ କରିଥିଲେ ।

ରୋଭର ପ୍ରଜ୍ଞାନ ଆଗକୁ କ’ଣ ସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବେ ତା ଉପରେ କେବଳ ଭାରତ ନୁହେଁ ବରଂ ବିଶ୍ବର ନଜର ରହିଛି । ତେବେ ଏହି ଉଭୟ ଲ୍ୟାଣ୍ଡର ଓ ରୋଭରର କାର୍ଯ୍ୟ କରିବାର ଅବଧି ବା ଜୀବନ ଅବଧି ରହିଛି ମାତ୍ର ଗୋଟିଏ ଲୁନାର ଡ’ (ଗୋଟିଏ ଚନ୍ଦ୍ର ଦିବସ) । ଯାହାକି ପୃଥିବୀର 14 ଦିନ ସହ ସମାନ । ମାତ୍ର 14 ଦିନ କାର୍ଯ୍ୟ କରିବା ପରେ ଏହି ଉଭୟ ମଡ୍ୟୁଲ ଅଚଳ ହୋଇପଡ଼ିବ ।

କାହିଁକି ମାତ୍ର 14 ଦିନର ଜୀବନ କାଳ:-

14 ଦିନ ପରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ରାତି ହେବ । ଏହି ସମୟରେ ତାପମାତ୍ରା ଅତ୍ୟଧିକ ହ୍ରାସ ପାଇ -208 ରୁ -133 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସି ଆସିବ । ଏହି ବିଯୁକ୍ତ ତାପମାତ୍ରାରେ ପୃଥିବୀରୁ ପ୍ରେରିତ କୌଣସି ବୈଦ୍ୟୁତିକ ସାମଗ୍ରୀ କାର୍ଯ୍ୟକ୍ଷମ ରହିବା ସମ୍ଭବପର ହେବନାହିଁ । ଏହି ଦୁଇ ମଡ୍ୟୁଲ ସୌରଶକ୍ତି ଚାଳିତ ହୋଇଥିବା କାରଣରୁ ବିନା ସୂର୍ଯ୍ୟାଲୋକରେ ଏହା କାର୍ଯ୍ୟକ୍ଷମ ରହିବନାହିଁ । ତେଣୁ ଚନ୍ଦ୍ରରେ ଦିବସ ଶେଷ ହେବା ପୂର୍ବରୁ ରୋଭର ଲ୍ୟାଣ୍ଡର ନିକଟକୁ ଫେରିବ ଓ ସଂଗୃହିତ ଡାଟା ଲ୍ୟାଣ୍ଡର ସହାୟତାରେ ଇସ୍ରୋକୁ ପ୍ରେରଣ କରିବ । କାରଣ ରୋଭର ସହ ଇସ୍ରୋ ମିଶନ କଣ୍ଟ୍ରୋଲର କୌଣସି ପ୍ରତ୍ୟେକ୍ଷ ଯୋଗାଯୋଗ ନାହିଁ ।

ଏହା ମଧ୍ୟ ପଢନ୍ତୁ:-ଚନ୍ଦ୍ରର ଦକ୍ଷିଣ ମେରୁରେ ଜନ ବସତି ସମ୍ଭବନା, ଏହା କହିଲେ ଇସ୍ରୋ ମୁଖ୍ୟ

ଚନ୍ଦ୍ରପୃଷ୍ଠରେ ରହିଯିବେ ଉଭୟ ବିକ୍ରମ ଓ ପ୍ରଜ୍ଞାନ:-

ତେବେ ମାତ୍ର 14 ଦିନର ମିଶନ ଶେଷ କରିବା ପରେ ଉଭୟ ମଡ୍ୟୁଲ ଅଚଳ ହୋଇ ପଡ଼ିବେ । ହେଲେ ପୃଥିବୀ ପୃଷ୍ଠକୁ ଉଭୟ ମଡ୍ୟୁଲ ଫେରିବାର ଯୋଜନା ନାହିଁ । ଉଭୟ ମଡ୍ୟୁଲ ଅଚଳ ହେବା ପରେ ଚନ୍ଦ୍ରପୃଷ୍ଠରେ ପଡିରହିବେ । କେବଳ ଏହି ଲ୍ୟାଣ୍ଡର କିମ୍ବା ରୋଭର ନୁହେଁ ବରଂ ସେମାନଙ୍କୁ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରିଥିବା ପ୍ରପଲସନ ମଡ୍ୟୁଲ ମଧ୍ୟ ପୃଥିବୀ ପୃଷ୍ଠକୁ ଫେରିବ ନାହିଁ । ହେଲେ ଏହି ପ୍ରପଲସନ ମଡ୍ୟୁଲ କିଛି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଏହା ଚନ୍ଦ୍ରକୁ କକ୍ଷପଥରୁ ପରିକ୍ରମା କରି ଇସ୍ରୋକୁ ତଥ୍ୟ ପ୍ରେରଣ ଜାରି ରଖିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.