ETV Bharat / bharat

Lok Sabha: ଯେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ପୁଅ ଲୋକସଭାରେ ପଢିଲେ ହନୁମାନ ଚାଳିଶା - ଶ୍ରୀକାନ୍ତ ସିନ୍ଧେ ପଢିଲେ ହନୁମାନ ଚାଳିଶା

ଶ୍ରୀକାନ୍ତ କାହିଁକି ପଢିଲେ ହନୁମାନ ଚାଳିଶା ? ପ୍ରକୃତରେ ଜଣେ ମହିଳା ସାଂସଦ ଶ୍ରୀକାନ୍ତ ଭାଷଣ ବେଳେ ହନୁମାନ ଚାଳିଶା ଜଣା ଅଛି କି? ହନୁମାନ ଚାଳିଶା ପଢି ପାରିବେ କି? ପଚାରିଥିଲେ । ଏହା ପରେ ତୁରନ୍ତ ହନୁମାନ ଚାଳିଶା ପଢିବାରେ ଲାଗିଲେ ସାଂସଦ ଶ୍ରୀକାନ୍ତ । ଅଧିକ ପଢନ୍ତୁ

ଅଚାନକ ସିନ୍ଧେଙ୍କ ପୁଅ ଲୋକସଭାରେ ପଢିଚାଲିଲେ ହନୁମାନ ଚାଳିଶା

author img

By

Published : Aug 8, 2023, 4:52 PM IST

ଅଚାନକ ସିନ୍ଧେଙ୍କ ପୁଅ ଲୋକସଭାରେ ପଢିଚାଲିଲେ ହନୁମାନ ଚାଳିଶା

ନୂଆଦିଲ୍ଲୀ: ଲୋକସଭାରେ ଜାରି ରହିଛି ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ । ବିତର୍କରେ ଶିବସେନା (ସିନ୍ଧେ ଗୋଷ୍ଠୀ) ପକ୍ଷରୁ ଆଲୋଚନା କରୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ପୁଅ ତଥା ସାଂସଦ ଡା. ଶ୍ରୀକାନ୍ତ ସିନ୍ଧେ ଅଚାନକ ହନୁମାନ ଚାଳିଶା ପଢିବାରେ ଲାଗିଲେ । ଏହା ସହ ତତ୍କାଳୀନ ଉଦ୍ଧବ ସରକାର ଉପରେ କଟାକ୍ଷ କରି କହିଛନ୍ତି ଗୋଟିଏ ସମୟ ଥିଲା ହନୁମାନ ଚାଳିଶା ପଢିବା ମହାରାଷ୍ଟ୍ରରେ ମନା ଥିଲା । ପ୍ରଶ୍ନ ଉଠୁଛି ଶ୍ରୀକାନ୍ତ କାହିଁକି ପଢିଲେ ହନୁମାନ ଚାଳିଶା ? ପ୍ରକୃତରେ ଜଣେ ମହିଳା ସାଂସଦ ଶ୍ରୀକାନ୍ତ ଭାଷଣ ବେଳେ ହନୁମାନ ଚାଳିଶା ଜଣା ଅଛି କି ? ହନୁମାନ ଚାଳିଶା ପଢି ପାରିବେ କି ? ପଚାରି ଥିଲେ, ଏହା ପରେ ତୁରନ୍ତ ହନୁମାନ ଚାଳିଶା ପଢିବାରେ ଲାଗିଲେ ସାଂସଦ ଶ୍ରୀକାନ୍ତ ।

ସାଂସଦ ଶ୍ରୀକାନ୍ତ ନିଜ ସମ୍ବୋଧନ ବେଳେ ବିରୋଧୀ ଇଣ୍ଡିଆ ବିରୋଧରେ ଗର୍ଜିଥିଲେ । କହିଥିଲେ ପ୍ରଧାନମନ୍ତ୍ରୀ 2018 ରୁ ଅବିଶ୍ବାସ ପ୍ରସ୍ତାବ 2023 ରେ ବିରୋଧୀ ଆଣିବେ ବୋଲି କହିଥିଲେ ଯାହା ଆଜି ସତ ସାବ୍ୟସ୍ତ ହୋଇଛି । 2018 ରେ ବିରୋଧୀ ଅବିଶ୍ବାସ ପ୍ରସ୍ତାବ ଆଣିବା ପରେ 2019 ନିର୍ବାଚନରେ ଏନଡିଏ ସାଂସଦଙ୍କ ସଂଖ୍ୟା 353 ରେ ପହଞ୍ଚିଗଲା । 2023 ରେ ଆଣିଥିବା ଅବିଶ୍ବାସ ପ୍ରସ୍ତାବ ଦ୍ବାରା 2024 ରେ ଏନଡିଏର ସାଂସଦ ସଂଖ୍ୟା 400 ପାର କରିବ ବୋଲି କହିଛନ୍ତି ଶ୍ରୀକାନ୍ତ ।

ଏହାବି ପଢନ୍ତୁ- Parliament monsoon session: ମଣିପୁର ପ୍ରସଙ୍ଗରେ ଚାଲିପାରୁନି ଗୃହ, ଆଜି ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ସେହିପରି ସାଂସଦ କହିଛନ୍ତି ଆଜି ଲୋକସଭାରେ ଅବିଶ୍ବାସର ଆଲୋଚନା ହେଉନାହିଁ । ଅବିଶ୍ବାସ ବିରୋଧରେ ବିଶ୍ବାସର ଲଢେଇ ହେଉଛି । କାରଣ ଜନତାଙ୍କ ବିଶ୍ବାସ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି । ବିରୋଧୀ ଆଜି ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ନିଜ ମେଣ୍ଟ ୟୁପିଏର ନା ପରିବର୍ତ୍ତନ କରି ଇଣ୍ଡିଆ ରଖିଛନ୍ତି । କାରଣ ୟୁପିଏକୁ ଜନତା ପ୍ରତ୍ୟାଖାନ କରିଆସିଛନ୍ତି । ରାହୁଲ ଗାନ୍ଧୀଙ୍କୁ ସାଂସଦ ଶ୍ରୀକାନ୍ତ ଟାର୍ଗେଟ କରି କହିଛନ୍ତି, ‘‘ସାଂସଦ ମହଦୋୟ କହୁଛନ୍ତି ନଫରତ ଦୋକାନରେ ମହବତର ଦୋକାନ ଖୋଲିଛନ୍ତି । କିନ୍ତୁ ଜନନେତା ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ଆଜି ପୁରା ବିରୋଧୀ ଏକାଠି ହୋଇଛନ୍ତି । ଏମାନଙ୍କର ନା ନୀତି ଅଛି ନା ନିୟମ ଅଛି ନା ନେତା ଅଛନ୍ତି ?’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.