ETV Bharat / bharat

ଆଜି କମ୍ପିବ ବଙ୍ଗ ମୈଦାନ; ରୋଡ ଶୋ’ ସହ ଜନସଭା କରିବେ ଶାହ-ନଡ୍ଡା - road show and rallies in westbengal

ଆସନ୍ତାକାଲି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟରେ ମତଦାନ । ଆଜି ବଙ୍ଗ ମୈଦାନକୁ ଓହ୍ଲାଇବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ଆଜି କମ୍ପିବ ବଙ୍ଗ ମୈଦାନ
ଆଜି କମ୍ପିବ ବଙ୍ଗ ମୈଦାନ
author img

By

Published : Apr 16, 2021, 7:19 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ଭୋଟ ଗ୍ରହଣ। ଆଜି ବି କମ୍ପିବ ବଙ୍ଗ ମୈଦାନ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ।

ଗୃହମନ୍ତ୍ରୀ ଅମିତ ଶାହ ଆଜି ମୋଟ 4 ପର୍ଯ୍ୟାୟରେ ପ୍ରଚାର କରିବେ । ପ୍ରଥମେ ତେହଟ୍ଟାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ପୂର୍ବାହ୍ନ 11.30 ଆରମ୍ଭ ହେବ କାର୍ଯ୍ୟକ୍ରମ । ମଧ୍ୟାହ୍ନ 1ଟାରେ କ୍ରିଷ୍ଣାନଗର ଉତ୍ତରରେ ଏକ ବିଶାଳ ରୋଡ ଶୋ’କରିବେ ଶାହ । ପୁଣି 3ଟାରେ ବାରାକପୋରରେ ଆଉ ରୋଡ ଶୋ କରିବା ପରେ ଖରଦାହରେ ଜନସଭା କରିବେ।

ସେପଟେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ବଙ୍ଗଳାରେ 5ଟି ରୋଡ ଶୋ’ ଓ ରାଲି କରିବେ। କତୱାରେ ଜନସଭା କରିବା ପରେ ବର୍ଦ୍ଧମାନ ଓ କୋଲକାତା ନର୍ଥ ସୁବରବନରେ ରୋଡ ଶୋ’ । ଏହା ପରେ ଦୁଇ ବୈଠକ କରି ଦିଲ୍ଲୀ ଫେରିଯିବେ ନଡ୍ଡା ।

ଆସନ୍ତା ଶନିବାର 45 ଟି ସିଟ ପାଇଁ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ 30ଟି ଆସନରେ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ 30 ଟି ଆସନ । ସେହିପରି ତୃତୀୟ 31 ଓ ଚତୁର୍ଥ 44 ଟି ଆସନରେ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.