ETV Bharat / bharat

ପଶ୍ଚିମବଙ୍ଗ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ମୁତୟନ ହେବେ 853 କେନ୍ଦ୍ରୀୟ ସୁରକ୍ଷା ବଳ ଟିମ - More security forces for phase V

କୋରୋନାର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାର ରାଜ୍ୟରରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ:ପଞ୍ଚମ ପର୍ଯ୍ୟାୟରେ ମୁତୟନ ହେବେ 853 କେନ୍ଦ୍ରୀୟ ସୁରକ୍ଷା ବଳ ଟିମ

author img

By

Published : Apr 16, 2021, 10:39 PM IST

କୋଲକାତା: ସାରା ଦେଶରେ ମହାମାରୀ କୋରୋନାର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାର ରାଜ୍ୟରରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ ।

ପଶ୍ଚିମବଙ୍ଗ ନିର୍ବାଚନ:ପଞ୍ଚମ ପର୍ଯ୍ୟାୟରେ ମୁତୟନ ହେବେ 853 କେନ୍ଦ୍ରୀୟ ସୁରକ୍ଷା ବଳ ଟିମ

ଶନିବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ 29ଟି ଜାତୀୟ ତଥା ଆଞ୍ଚଳିକ ଦଳର 319 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ 1,13,35,344 ମତଦାତା । ମୋଟ ମତଦାତାଙ୍କ ମଧ୍ୟରୁ 57,23,766 ପୁରୁଷ ଥିବାବେଳେ 56,11,354 ମହିଳା ସାମିଲ ଅଛନ୍ତି ।

ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ 6ଟି ଜିଲ୍ଲାରେ 15, 789 ମତଦାନ କେନ୍ଦ୍ର ଗଠନ କରାଯାଇଛି । 45 ନିର୍ବାଚନମଣ୍ଡଳୀରେ ମୋଟ 319 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 281 ଜଣ ପୁରୁଷ ଏବଂ 38 ଜଣ ମହିଳା ପ୍ରାର୍ଥୀ ମୈଦାନରେ ଅଛନ୍ତି ।

45 ନିର୍ବାଚନମଣ୍ଡଳୀରୁ 9ଟି ରେଡ ଆଲର୍ଟ ନିର୍ବାଚନମଣ୍ଡଳୀ ଘୋଷିତ ହୋଇଛି । ଏହିସବୁ ଆସନରେ 3ରୁ ଅଧିକ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି । ପୁଣିଥରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଚୟନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୌଣସି ପ୍ରଭାବ ପକାଇ ନାହିଁ । କାରଣ ରାଜନୈତିକ ଦଳଗୁଡିକ ଅପରାଧିକ ପୃଷ୍ଠମୂମିରୁ ଆସୁଥିବା 25% ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି।

ପଶ୍ଚିମବଙ୍ଗ ପର୍ଯ୍ୟାୟ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରମୁଖ ଦଳ 18%ରୁ 62% ପ୍ରାର୍ଥୀ ଟିକେଟ୍ ଦେଇଛନ୍ତି, ଯେଉଁମାନେ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ADR ତଥ୍ୟ ଅନୁଯାୟୀ, 319 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 79 ପ୍ରାର୍ଥୀ ଅପରାଧିକ ମାମଲା ଘୋଷଣା କରିଥିବାବେଳେ 64 ଜଣ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି । ଅପରାଧିକ ମାମଲା ଥିବା ସର୍ବାଧିକ 28 ପ୍ରାର୍ଥୀ ବିଜେପିରୁ ଆସୁଥିବା ରିପୋର୍ଟରେ କୁହାଯାଇଛି ।

ଚତୁର୍ଥ ପର୍ଯ୍ୟାୟ ମତଦାନରେ କୁଚବିହାର ହିଂସା ଘଟଣା ପରେ ନିର୍ବାଚନ ଆୟୋଗ ପଞ୍ଚମ ପର୍ଯ୍ୟାୟ ପାଇଁ 853 କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ 853 ସୁରକ୍ଷାବଳ ଟିମ୍‌ ମଧ୍ୟରୁ 283ଟି କେବଳ ଉତ୍ତର 24 ପ୍ରଗଣା ଜିଲ୍ଲାରେ ମୁତୟନ ହେବେ । ସେହିପରି 107ଟି ବଜିରହାଟ, ବାରାକପୁର ପୋଲିସ କମିଶନରେଟରେ 61ଟି ଟିମ୍‌, ବିଧାନନଗର ପୋଲିସ କମିଶନରେଟରେ 46ଟି ଟିମ ମୁତୟନ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.