ETV Bharat / bharat

ବଙ୍ଗ ହିଂସା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ବିଜେପି, ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ଦିଦି

author img

By

Published : May 4, 2021, 6:16 PM IST

ହିଂସାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ବୈଠକରେ ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ କୋଲକାତା ପୋଲିସ କମିଶନର ଉପସ୍ଥିତ ରହିବେ । ଏପଟେ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟ୍ଟିଆଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଯାଚିକା ଦାଏର କରାଯାଇଛି । ଅଧିକ ପଢନ୍ତୁ...

ବଙ୍ଗ ହିଂସା ପରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ବୈଠକରେ ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ କୋଲକାତା ପୋଲିସ କମିଶନର ଉପସ୍ଥିତ ରହିବେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପରେ ସୋମବାର ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଘଟଣାରେ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ସହ ଘର ଓ ଦୋକାନ ଜଳାପୋଡା ହୋଇଥିବା ଜଣାପଡିଛି ।

ସେପଟେ ସୁପ୍ରିମକୋର୍ଟରେ ପହଞ୍ଚିସାରିଛି ପଶ୍ଚିମବଙ୍ଗ ହିଂସା ଘଟଣା । ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକୁ ନେଇ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଗୌରବ ଭାଟ୍ଟିଆଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଯାଚିକା ଦାଏର କରାଯାଇଛି । ଏହା ସହିତ ହିଂସାକୁ ନେଇ ସିବିଆଇ ଯାଞ୍ଚର ଦାବି କରାଯାଇଛି ।

ଗୃହମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ପଶ୍ଚିମବଙ୍ଗର ଫଳାଫଳ ଘୋଷଣା ପରେ ହୋଇଥିବା ହିଂସାକୁ ନେଇ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ଆଇନ ଶୃଙ୍ଖଳାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.