ETV Bharat / bharat

ହିଂସା ପୀଡିତଙ୍କୁ ଭେଟିଲେ ରାଜ୍ୟପାଳ, କଳାପତାକା ଦେଖାଇଲେ ପ୍ରଦର୍ଶନକାରୀ

author img

By

Published : May 13, 2021, 10:12 PM IST

କୁଚବିହାରର ଦିନହଟାରେ ରାଜ୍ୟପାଳ ଧନକରଙ୍କ ସାମ୍ନାରେ ଗୋ ବ୍ୟାକର ନାରା ଲାଗିବା ସହ ତାଙ୍କୁ କଳାପତାକା ଦେଖାଯାଇଛି । ବିରୋଧ ପ୍ରଦର୍ଶନରେ ନାରାଜ ହୋଇଯାଇଥିଲେ ରାଜ୍ୟପାଳ । ଅଧିକ ପଢନ୍ତୁ...

ହିଂସା ପୀଡିତଙ୍କୁ ଭେଟିଲେ ରାଜ୍ୟପାଳ, କଳାପତାକା ଦେଖାଇଲେ ପ୍ରଦର୍ଶନକାରୀ
ହିଂସା ପୀଡିତଙ୍କୁ ଭେଟିଲେ ରାଜ୍ୟପାଳ, କଳାପତାକା ଦେଖାଇଲେ ପ୍ରଦର୍ଶନକାରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଜାରି ରହିଛି ରାଜନୈତିକ ସଂଘର୍ଷ । ଏହାରି ମଧ୍ୟରେ ଗୁରୁବାର ରାଜ୍ୟପାଳ ଜଗଦୀପ ଧନଖର ହିଂସା ପ୍ରଭାବିତ ଅଞ୍ଚଳର ଗସ୍ତରେ ବାହାରିଲେ, ସେବେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । କୁଚବିହାରର ଦିନହଟାରେ ରାଜ୍ୟପାଳ ଧନଖରଙ୍କ ସାମ୍ନାରେ ଗୋ ବ୍ୟାକର ନାରା ଲାଗିବା ସହ ତାଙ୍କୁ କଳାପତାକା ଦେଖାଯାଇଛି । ବିରୋଧ ପ୍ରଦର୍ଶନରେ ନାରାଜ ହୋଇଯାଇଥିଲେ ରାଜ୍ୟପାଳ ।

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଗୁରୁବାର ହିଂସାରେ ପୀଡିତ ପରିବାରକୁ ଭେଟିବା ପାଇଁ ବାହାରିଥିଲେ । ଗସ୍ତ ସମୟରେ ରାଜ୍ୟପାଳ ଧନଖରଙ୍କୁ କୁଚବିହାରରେ ବିରୋଧ କରାଯାଇଥିଲା । ଗୋ ବ୍ୟାକ୍‌ର ନାରା ଦେଇଥିଲେ ପ୍ରଦର୍ଶନକାରୀ ।

ଧନଖର ଉତ୍ତର ବଙ୍ଗର କୁଚବିହାର ଜିଲ୍ଲାର ମଥାଭଙ୍ଗା ଏବଂ ସୀତଲକୁଚୀ ହିଂସାରେ ପ୍ରଭାବିତ ପରିବାରକୁ ଭେଟିଥିଲେ । ଏହି ଗସ୍ତ ସମୟରେ କିଛି ମହିଳା କାନ୍ଦିବା ସହ ରାଜ୍ୟପାଳଙ୍କ ପାଦତଳେ ପଡ଼ିଥିବାର ନଜର ଆସିଥିଲେ । ହିଂସାରେ ଜିନିଷ ଲୁଟ ହୋଇଥିବାବେଳେ ଘରର ପୁରୁଷଙ୍କୁ ଜୀବନ ବଞ୍ଚାଇବା ପାଇଁ ପଳାୟନ କରିବାକୁ ପଡିଥିବା ଅଭିଯୋଗ କରିଥିଲେ ମହିଳା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.