ETV Bharat / bharat

ନନ୍ଦ୍ରିଗ୍ରାମ ଆସନ ଫଳ: ବଙ୍ଗ ରାଜନୀତିକୁ କେତେ କରିବ ପ୍ରଭାବିତ ?

author img

By

Published : May 2, 2021, 1:38 PM IST

Updated : May 2, 2021, 2:32 PM IST

ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ବି ଯଦି 2-2 ଥର ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀ ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୁଏନ୍ତି, ତେବେ କିଭଳି ରହିବ ରାଜ୍ୟ ରାଜନୀତିର ମାନଚିତ୍ର ..

ମମତାଙ୍କ ପରାଜୟ  ବଙ୍ଗ ରାଜନୀତିକୁ କିଭଳି କରିବ ପ୍ରଭାବିତ  ?

କୋଲକତା: 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଚର୍ଚ୍ଚାରେ ପଶ୍ଚିମବଙ୍ଗ ଫଳାଫଳ । ସମଗ୍ର ଦେଶର ଆଖି ବେଙ୍ଗଲ ଫଳାଫଳ ଉପରେ । କାରଣ ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ କଡା ଟକ୍କର ଦେଉଛି ବଙ୍ଗରେ 10 ବର୍ଷ ଶାସନ କରିଆସୁଥିବା ତୃଣମୂଳ କଂଗ୍ରେସ । ବିଜେପି ବିଜୟ ପାଇଁ ପ୍ରାଣମୂର୍ଚ୍ଛା ପ୍ରୟାସ କରିଥିବା ବେଳେ ମମତା ହ୍ବିଲ ଚେୟାରରେ ବସି ବି ଜାରି ରଖିଥିଲେ କସରତ।

‘ଦିଦି’ଙ୍କୁ ହରାଇବାକୁ ପ୍ରତିଜ୍ଞା କରିଥିବା ବିଜେପି ହାତଛଡା କରିନି କୌଣସି ସୁଯୋଗ । ଖୋଦ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଅମିତ ଶାହ , ଅନେକ କେନ୍ଦ ମନ୍ତ୍ରୀ ସହ ବଡ ବଡ ହେଭିୱେଟ ଚେହେରା ବଙ୍ଗରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ ପାଇଁ କରିଦେଇଥିଲେ ଦିନରାତି ଏକ । ଏପଟେ ହ୍ୟାଟ୍ରିକ ଲକ୍ଷ୍ୟରେ ମମତା ବାନାର୍ଜୀ ବି ବିଜେପି ବିରୋଧରେ ଦେଇଥିଲେ ରଣହୁଙ୍କାର । ରୋକଠାକ ଜବାବ ଓ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଦେଇଥିଲେ ‘ଖେଲା ହୋବେ’ର ଆହ୍ବାନ । ଜିତିବା ସୁନିଶ୍ଚିତ , ରାଜ୍ୟରେ ତୃଣମୂଳର ବିକଳ୍ପ ନଥିବା ଦୃଢୋକ୍ତି ଦେଇ ମୋଦିଙ୍କୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ ।

ଆଉ ଏସବୁ ଆରୋପ ପ୍ରତ୍ୟାରୋପ, ଆକ୍ରମଣ , ପାଟଲା ଜବାବ ଭିତରେ ନନ୍ଦିଗ୍ରାମ ଆସନରେ ଅଟକିଛି ରାଜନୀତିର ପଶାପାଲି । ଚାଲିଛି ମମତା ବନାମ ଶୁଭେନ୍ଦୁ ଲଢେଇ । ରାଜନୀତି କ୍ୟାରିଅରରେ କେବେ ନିକଟତର ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇବା ପାଇଁ କଳବଳ କୌଶଳରେ ଲାଗି ପଡିଛନ୍ତି ମମତା ବାନାର୍ଜୀ । ଭୋଟ ଗଣନାର ପର୍ଯ୍ୟାୟ ବଢିବା ସହ କାଉଣ୍ଟିଂ ରେସରେ ଦୁଇ ହେଭିୱେଟଙ୍କ ଭୋଟ୍‌ ସଂଖ୍ୟାରେ ହ୍ରାସ-ବୃଦ୍ଧି ଜାରି ରହିଛି । ଆଉ ଏହି ନମ୍ବର ସହ ବଢିଚାଲିଛି ସସପେନ୍ସ । ଯଦିଓ ରାଜ୍ୟରେ ଟିଏମସି ବହୁମତ ସଂଖ୍ୟାରେ ଆଗୁଆ ଅଛି , ହେଲେ 2-2 ଥର ମୁଖ୍ୟମନ୍ତ୍ରୀ ରହିଥିବା ମମତା ଯଦି ଏହି ଆସନରୁ ହାରିଯାଆନ୍ତି ତେବେ ବିରୋଧୀ ହାରିବା ପରେ ବି ବଙ୍ଗ ଦଖଲ ଲଢେଇରେ ଜିତିଯିବ ବିଜେପି । ଏ ନେଇ ଟିଏମସି ଦଳ ତାପମାତ୍ରା ଉପରମୁହାଁ । କାରଣ, ଦିଦିଙ୍କ ଚିତପଟ୍ଟାଙ୍ଗ ହାର ରାଜ୍ୟ ରାଜନୀତି ଓ ଟିଏମସିକୁ କରିବ ଗଭୀର ପ୍ରଭାବିତ । ଆଉ ଏହି ପ୍ରଶ୍ନ ଗଣ୍ଠି ଜଟିଳ ହେବାରେ ଲାଗିଛି , ଯଦି ମମତା ହାରନ୍ତି ତେବେ ପାର୍ଟିର କଣ ହେବ କ୍ଷତି ?

ରାଜନୀତି ବିଶ୍ଲେଷକଙ୍କ ଅନୁସାରେ ଯଦିଓ ପାର୍ଟି ରାଜ୍ୟରେ ନିର୍ବାଚନ ଜିତିଯାଏ , ହେଲେ ମମତା ହାରିବା ଦ୍ବାରା ତୃଣମୂଳ କଂଗ୍ରେସରେ ବିଦ୍ରୋହ , ଗୋଷ୍ଠୀ କନ୍ଦଳ ମୁଣ୍ଡ ଟେକିପାରେ । ଏପରିକି ନିର୍ବାଚନ ପୂର୍ବରୁ ଦଳ ବଦଳ ଯେଉଁ ହାରରେ ବଢିଥିଲା ତାହା ଆଗାମୀ ଦିନରେ ଆହୁରୀ ବଢିପାରେ । ଗାଦି ଯିବା ପରେ ଟିଏମସିର ଅନେକ ବିଧାୟକ ବିଜେପି ଆଭିମୁଖ୍ୟ ଆପଣାଇପାରନ୍ତି । ଯାହା ଫଳରେ ପାର୍ଟିରୁ ଦିଦିଙ୍କ ଦବଦବା ଦୁର୍ବଳ ହୋଇପାରେ ।

ଆଉ ଯଦି ସେ ବିଜୟୀ ହୁଅନ୍ତି ତେବେ ବିରୋଧୀ ଶିବିରରେ ଏକ ବଡ ଚେହେରା ହେବା ସହ ଆଗାମୀ ଦିନରେ ରାଜନୀତିରେ ନିଜ ଦବଦବା ବଜାୟ ରଖିପାରିବେ । ଆଉ ହାରିଲେ ବିଜେପି ପୂର୍ବ ଭାରତର ଅନ୍ୟ ରାଜ୍ୟକୁ କବଳିତ ପାଇଁ ଆପଣାଇପାରେ ବଙ୍ଗ ରଣନୀତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2021, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.