କୋଲକାତା: ଟିକେଟ ଘୋଷଣା କଲା ବିଜେପି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ଟିକେଟ ଘୋଷଣା କଲା ବିଜେପି । ଏ ନେଇ ଶନିବାର ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରୁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ବିଧାସନଭା ନିର୍ବାଚନରେ ଆଜି ବିଜେପି 57 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ଦଳୀୟ ଟିକେଟ ଘୋଷଣା କରାଯାଇଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କିରଛି ବିଜେପି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଜି ବିଜେପି 57 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ । ସେହିପରି କ୍ରିକେଟରରୁ ରାଜନେତା ପାଲଟିଥିବା ଫାଷ୍ଟ ବୋଲର ଅଶୋକ ଦିଣ୍ଡାଙ୍କୁ ମଧ୍ୟ ଟିକେଟ ଦିଆଯାଇଛି ।
ସୂଚନାଥାଉକି ଗତକାଲି ଟିଏମସି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ 291 ବିଧାନସଭା ଆସନ ପାଇଁ ଟିକଟ ଘୋଷଣା କରିଥିଲା । ଏହା ସହ ବାମଦଳ ମଧ୍ୟ 60 ଟି ଆସନ ପାଇଁ ଟିକଟ ଘୋଷଣା କରିଥିଲା । ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ପ୍ରାଥମିକ ଭାବରେ ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।