ETV Bharat / bharat

ବଙ୍ଗରେ ବାଜିଲା ନିର୍ବାଚନୀ ବିଗୁଲ, 8 ପର୍ଯ୍ୟାୟରେ ହେବ ମତଦାନ - ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ହେବ ମତଦାନ । ଅନ୍ୟ 4 ରାଜ୍ୟ ସହ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ମଧ୍ୟ ମଇ 2ରେ ଘୋଷଣା କରାଯିବ । ଅଧିକ ପଢନ୍ତୁ...

ବଙ୍ଗରେ ବାଜିଲା ନିର୍ବାଚନୀ ବିଗୁଲ, 8 ପର୍ଯ୍ୟାୟରେ ହେବ ମତଦାନ

author img

By

Published : Feb 26, 2021, 9:12 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ରାଜ୍ୟର 8ଟି ପର୍ଯ୍ୟାୟରେ ହେବ ମତଦାନ । ଅନ୍ୟ 4 ରାଜ୍ୟ ସହ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ମଧ୍ୟ ମଇ 2ରେ ଘୋଷଣା କରାଯିବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 1 ଲକ୍ଷ 1 ହଜାର 916 ମତଦାନ କେନ୍ଦ୍ର ଗଠନ କରାଯିବ ।

ପଶ୍ଚିମବଙ୍ଗରେ 27 ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେହିପରି 1 ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ, 6 ଏପ୍ରିଲରେ ତୃତୀୟ ପର୍ଯ୍ୟାୟ, 10 ଏପ୍ରିଲରେ ଚତୁର୍ଥ ପର୍ଯ୍ୟାୟ, 17 ଏପ୍ରିଲରେ ପଞ୍ଚମ ପର୍ଯ୍ୟାୟ, 22 ଏପ୍ରିଲରେ ଷଷ୍ଠ ପର୍ଯ୍ୟାୟ, 26 ଏପ୍ରିଲରେ ସପ୍ତମ ପର୍ଯ୍ୟାୟ ଓ 29 ଏପ୍ରିଲରେ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ ।

ପଶ୍ଚିମବଙ୍ଗରେ 2016 ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ 211, କଂଗ୍ରେସ ଓ ବାମଦଳ 76, ବିଜେପି 3 ଓ ସ୍ବାଧିନ ପ୍ରାର୍ଥି 2ଟି ଆସନରେ ବିଜୟୀ ହୋଇଥିଲେ । ଏଥର ନିର୍ବାଚନରେ କ୍ଷମତାସୀନ ଟିଏମସିକୁ କଡା ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ସେପଟେ କଂଗ୍ରେସ ଓ ବାମଦଳ ମେଣ୍ଟ ମଧ୍ୟ ନିର୍ବାଚନ ଲଢୁଛି ।

2016 ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହିତ ସରକାର ଗଠନ କରିଥିଲା ତୃଣମୂଳ କଂଗ୍ରେସ । 34 ବର୍ଷ ଯାଏଁ କ୍ଷମତାରେ ରହିସାଇଥିବା ବାମଦଳର ମେଣ୍ଟକୁ ହରାଇ ଟିଏମସି ମୋଟ 294 ଆସନରୁ 194 ଆସନ ଜିତିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.