ETV Bharat / bharat

West Bengal: କାହିଁକି ଏମରଜେନ୍ସି ଲ୍ୟାଣ୍ଡିଂ କଲା ମମତାଙ୍କ ହେଲିକପ୍ଟର ?

author img

By

Published : Jun 27, 2023, 4:48 PM IST

ପ୍ରବଳ ବର୍ଷା କାରଣରୁ ଜରୁରୀ ଅବତରଣ କଲା ମମତାଙ୍କ ହେଲିକପ୍ଟର । ଜଲପାଇଗୁଡିରୁ ବାଗଡୋଗରା ଅଭିମୁଖେ ଭରିଥିଲେ ଉଡାଣ । ଆର୍ମି ଏୟାରବେସରେ କଲେ ଜରୁରୀ ଅବତରଣ । ଅଧିକ ପଢନ୍ତୁ

West Bengal: ଜରୁରୀ ଅବତରଣ କଲା ମମତାଙ୍କ ହେଲିକପ୍ଟର

କୋଲକାତା: ଖରାପ ପାଗ ଯୋଗୁ ଜରୁରୀ ଅବତରଣ କଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟକର । ସିଲିଗୁଡି ନିକଟବର୍ତ୍ତୀ ସେବୋକ ଏୟାରବେସରେ ହେଲିକପ୍ଟରଟି ଜରୁରୀ ଅବତଚରଣ କରିଛି । ଜଲପାଇଗୁଡିରେ ମମତା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ବାଗଡୋଗରା ଅଭିମୁଖେ ହେଲିକପ୍ଟରରେ ଯାତ୍ରା କରିଥିଲେ । ବୈକୁଣ୍ଠପୁର ଜଙ୍ଗଲି କ୍ଷେତ୍ର ଉପରେ ଉଡୁଥିବା ବେଳେ ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା କାରଣରୁ ହେଲିକପ୍ଟରରୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେବୋକ ସ୍ଥିତ ଭାରତୀୟ ସେନାର ଏୟାରବେସରେ ହେଲିକପ୍ଟରଟି ସୁରକ୍ଷିତ ଅବତରଣ କରିଛି । ପ୍ରବଳ ବର୍ଷା ଓ ଲୋ ଭିଜିବିଲିଟି ମଧ୍ୟରେ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛନ୍ତି । ପରେ ମମତା ଆର୍ମି କ୍ୟାମ୍ପରେ କିଛି ସମୟ ଅତିବାହିତ କରିଥିଲେ ।

ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀ ଏୟାରବେସରେ ପହଞ୍ଚି ମମତାଙ୍କ ସହ ଆଲୋଚନା କରିଛନ୍ତି । ମମତା ସେଠାରୁ ସଡକ ପଥରେ ଗନ୍ତବ୍ୟସ୍ଥଳ ବାଗଡୋଗରା ଏୟାରବେସରେ ପହଞ୍ଚିବେ । ସେଠାରୁ ସେ ହେଲିକପ୍ଚର ଯୋଗେ ରାଜଧାନୀ କୋଲକାତା ଫେରିଯିବା ନେଇ ସୂଚନା ମିଳିଛି । ପଶ୍ଚିମବଙ୍ଗରେ ଏବେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ନିର୍ବାଚନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ଉତ୍ତର ବଙ୍ଗ ଗସ୍ତ କରିଥିଲେ । ଆଜି ତାଙ୍କର ଏକାଧିକ କାର୍ଯ୍ୟକ୍ରମ ଥିଲା ।

ଏହା ମଧ୍ୟ ପଢନ୍ତୁ:- ରାଜସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଦିଲ୍ଲୀ ଆସୁଥିବା ଫ୍ଲାଇଟ୍, ପୁଣି ବିମାନ ଉଡାଣ ପଇଁ ମନାକଲେ ପାଇଲଟ !

ତେବେ ମୌସୁମୀ ପ୍ରଭାବରେ ପଶ୍ଚିମବଙ୍ଗର କିଛି ସ୍ଥାନରେ ବର୍ଷା ଜାରି ରହିଛି । ହେଲେ ମମତା କାର୍ଯ୍ୟକ୍ରମ ଶେଷ କରି ଜଲପାଇଗୁଡିରୁ ଉଡାଣ ଭରିବା ସମୟରେ ପାଗ ସ୍ବାଭାବିକ ଥିଲା । ତେଣୁ ସେ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ତାର ମାତ୍ର କିଛି ସମୟ ମଧ୍ୟରେ ପାଗରେ ଅତର୍କିତ ପରିବର୍ତ୍ତନ ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ପାଇଲଟ ଉଡାଣ ଜାରି ରଖିବା ପରିବର୍ତ୍ତେ ଜରୁରୀ ଅବତରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ପ୍ରବଳ ବର୍ଷା ଓ ସ୍ବାଭାବିକ ଠାରୁ କମ ଦୃଶ୍ୟମାନ୍ୟତାରେ ହେଲିକପ୍ଟରର ଆର୍ମି ଏୟାରବେସରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଛି । ସେଥିପାଇଁ ଦିଦି ମଧ୍ୟ ପାଇଲଟଙ୍କ ଦକ୍ଷତାକୁ ଧନ୍ୟବାଦ ଦେଇଛନ୍ତି । ଏବେ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇସାରିଲାଣି । ଉତ୍ତର ଭାରତ ସମେତ ଏକାଧିକ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.